ବ୍ୟବସାୟୀଙ୍କୁ ୨୧୦୦ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର,୧୨-୫: ଫନୀ ଯୋଗୁ ରାଜ୍ୟ ମଧ୍ୟରେ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲାର କ୍ଷୁଦ୍ର ବ୍ୟବସାୟୀ ବାତ୍ୟା ଫନୀ ଦ୍ୱାରା ବୃହତ୍ତ ପରିମାଣର କ୍ଷତି ସହିଛନ୍ତି। ଏହି ୫ ଜିଲା ସମେତ ରାଜ୍ୟର ବ୍ୟବସାୟୀମାନେ ମୋଟ ୨୦୦୦ରୁ ୨୧୦୦ କୋଟି ଟଙ୍କାର କ୍ଷତି ସହିଥିବା ବଜାର ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ରହିଛି।

ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ଫନୀ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛି। ଏହା ଯୋଗୁ ରାଜ୍ୟର ୫ ଜିଲାର ବ୍ୟବସାୟୀଙ୍କୁ ପ୍ରଭାବିତ କରିବା ସହ ସେମାନଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇଛି। କ୍ଷୁଦ୍ର ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗିଯାଇଛି। ଛୋଟ ଛୋଟ ଦୋକାନ କରି ଚଳୁଥିବା ଲୋକଙ୍କ ଦୋକାନ ଭାଙ୍ଗିବା ସହ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏହା ଫଳରେ ସେମାନେ ପୁଣି ଥରେ ସଳଖି ଛିଡା ହେବାକୁ କଷ୍ଟକର ହୋଇ ପଡିଛି। କଟକର ମାଲଗୋଦାମ, ପୁରୀ ହେଉିକି ଭୁବନେଶ୍ୱରରେ ଫନୀର ପ୍ରଭାବ ବ୍ୟବସାୟୀଙ୍କୁ ବାଧିଛି ବୋଲି ପଣ୍ଡା ସୂଚନା ଦେଇଛନ୍ତି।

ବୀମା ସୁବିଧା ନେଇ ନ ଥିବା କ୍ଷୁଦ୍ର ବ୍ୟବସାୟୀ କ୍ଷତି ଯୋଗୁ ବର୍ତ୍ତମାନ ହଇରାଣ ହେଉଛନ୍ତି। ବ୍ୟବସାୟୀଙ୍କ ଏହି ଅସୁବିଧାକୁ ସରକାର ବିଚାର କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ବ୍ୟବସାୟୀଙ୍କ ଲାଗି ଆର୍ଥତ୍କ ସହାୟତା ପ୍ୟାକେଜ ଦିଗରେ ସରକାର କାର୍ଯ୍ୟ କରନ୍ତୁ ବୋଲି ସଂଘ ଦାବୀ ଜଣାଇଛି।

ଯେଉଁ ବ୍ୟବସାୟୀମାନେ ଋଣ ନେଇ ବ୍ୟବସାୟ କରୁଛନ୍ତି ବର୍ତ୍ତମାନର କ୍ଷତି ସେମାନଙ୍କୁ ଦୋହଲାଇ ଦେଇଥିବାରୁ ଋଣ ସୁଝିବା ବେଳେ କିଛି ରିହାତି ବ୍ୟବସ୍ଥା ଆଣିବା ନେଇ ବିଚାର କରିବାକୁ ସଂଘ ଗୁରୁତ୍ୱାରୋପ କରିଛି। ବିଭିନ୍ନ ଯୋଜନାରେ ବ୍ୟାଙ୍କଗୁଡିକ ବ୍ୟବସାୟୀଙ୍କୁ ଋଣ ସହାୟତା ପ୍ରଦାନ କରନ୍ତୁ ବୋଲି ସଂଘ  ଦାବି ରଖିଛି। ଏହା ହେଲେ ସେମାନେ ପୁଣି ଥରେ ବ୍ୟବସାୟ ଆରମ୍ଭ କରିବାକୁ ସକ୍ଷମ ହେବେ । ଏସମସ୍ତ ପ୍ରସଙ୍ଗକୁ ନେଇ ଆସନ୍ତା ମଙ୍ଗଳବାର ସଂଘର ଏକ ପ୍ରତିନିଧି ଦଳ ସରକାରଙ୍କୁ ଭେଟି ଆଲୋଚନା କରିବାକୁ ଯୋଜନା ରଖିଥିବା ସଭାପତି ପଣ୍ଡା କହିଛନ୍ତି। ସେହିଭଳି ବର୍ତ୍ତମାନ ୫ ଜିଲାର ଜିଲାପାଳଙ୍କ ସହ ବ୍ୟବସାୟୀଙ୍କ ସମସ୍ୟା ନେଇ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି।

ଫନୀ ପରେ ପ୍ରଭାବିତ କଟକର ମାଲଗୋଦାମର ବ୍ୟାବସାୟିକ ସ୍ଥିତି ସୁଧୁରିଥିବା ବ୍ୟବସାୟୀ ସଂଘର ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର ସୂଚନା ଦେଇଛନ୍ତି। ସେହିଭଳି ଭୁବନେଶ୍ୱରରେ ୟୁନିଟ ୧ରେ କାରବାର ସ୍ବାଭାବିକ ସ୍ଥିତିକୁ ମଧ୍ୟ ଆସିଛି। ପୁରୀରେ କାରବାର ଏବେ ପୂର୍ବ ଅବସ୍ଥାକୁ ଆସିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ପାର୍ବଣରେ ଚାନ୍ଦି ଭଣ୍ଡାରର ‘ଅରଣ୍ୟ’ ସମ୍ଭାର

ଭୁବନେଶ୍ୱର,୬ା୧୦(ସନ୍ତୋଷ ବେହେରା): ଚାନ୍ଦିଭଣ୍ଡାର ପକ୍ଷରୁ ଚଳିତ ପାର୍ବଣରେ ଗ୍ରାହକମାନଙ୍କ ଲାଗି ଅକ୍ସିଡାଇଜ୍‌ଡ୍‌ ରୁପା ଗହଣା ସମ୍ଭାର ‘ଅରଣ୍ୟ’ ଉପଲବ୍ଧ କରାଯାଇଛି। ନବରାତ୍ରି ଏବଂ ଦୁର୍ଗାପୂଜା ଅବସରରେ ଏହି…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?