Posted inଜାତୀୟ

ବ୍ରିକ୍ସ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ବ୍ରାଜିଲ୍‌ରେ ହେବାକୁ ଥିବା ୧୧ତମ ବ୍ରିକ୍ସ୍‌ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୧୩ ଓ ୧୪ ଦୁଇ ଦିନ ଧରି ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ଦ୍ୱିପ୍ରହରରେ ବ୍ରାଜିଲର ରାଜଧାନୀ ବ୍ରାସିଲିଆ ଗସ୍ତ କରିବେ। ମୋଦିଙ୍କ ସହ ଏହି ଗସ୍ତରେ ଭାରତରୁ ଉଦ୍ୟୋଗପତିଙ୍କ ଏକ ପ୍ରତିନିଧିମଣ୍ଡଳ ରହିଥିବା ଜଣାପଡ଼ିଛି। ଚଳିତ ବର୍ଷ ବ୍ରିକ୍ସ୍‌ ସମ୍ମିଳନୀର ବିଷୟ ବସ୍ତୁ ରହିଛି ‘ଅଭିନବ ଭବିଷ୍ୟତ ପାଇଁ ଆର୍ଥିକ ବୃଦ୍ଧି’। ଏହି ସମ୍ମିଳନୀରେ ଅନ୍ୟ ୫ଟି ଦେଶ ମଧ୍ୟ ଯୋଗଦେବେ। ଏହି ବୈଠକରେ ଦ୍ୱିପାକ୍ଷିକ ଆଲୋଚନା ହେବା ସହ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଅନ୍ୟପଟେ ମୋଦି ଋଷର ରାଷ୍ଟ୍ରପତି ଭ୍ଲ୍ଲାଡିମିର ପୁଟିନ ଓ ଚାଇନାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଭେଟି ସେମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତେବେ ୬ଷ୍ଠ ଥର ପାଇଁ ମୋଦି ଏହି ସମ୍ମିଳନୀରେ ଯୋଗଦେଉଛନ୍ତି। ପ୍ରଥମ ଥର ସେ ୨୦୧୪ରେ ବ୍ରାଜିଲର ଫୋର୍ଟାଲେଜାରେ ଆୟୋଜିତ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ରାଷ୍ଟ୍ରପତିଙ୍କ ଶାସନ ଦାବି କଲେ କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ,୨୨।୩: ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଟଓ୍ବାଲେ ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଶାସନ...

ପୁଣି ଘନେଇଲା ଆତଙ୍କ, ଦୈନିକ ମୃତ୍ୟୁସଂଖ୍ୟା ୧,୩୭୩…

ନୂଆଦିଲ୍ଲୀ, ୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

ରାସ୍ତାରେ ଉଡ଼ିଲା ୫୦୦ ଟଙ୍କିଆ ନୋଟ୍‌

ଭୋପାଳ, ୨।୨: ଜାତୀୟ ରାଜପଥରେ ହଠାତ୍‌ ୫୦୦ ଟଙ୍କିଆ ନୋଟ୍‌ ଉଡ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଘଟଣା ରବିବାର ମଧ୍ୟପ୍ରଦେଶର...

ଭାଜପାକୁ ଭୋଟ ଦେଲେ ବହିବ ରକ୍ତନଦୀ: କାନ୍ଥରେ ଧମକଭରା ଲେଖା

କୋଲକାତା,୨୦।୧୨: ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଭାଜପା ପଶ୍ଚିମବଙ୍ଗ ଜୟ ଲକ୍ଷ୍ୟ ନେଇ ଯୋଜନାବଦ୍ଧ ଭାବେ...

ଦକ୍ଷିଣ, ଉତ୍ତରପୂର୍ବରେ ବଡ଼ ଚିନ୍ତା

ନୂଆଦିଲ୍ଲୀ,୨୭ା୫: ଭାରତରେ ମଙ୍ଗଳବାର ୨,୦୮,୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫ରେ ପହଞ୍ଚତ୍ଛି। ସେହିପରି ଗତ ୨୪ ଘଣ୍ଟା...

ଶିଶୁ କନ୍ୟାକୁ ବିକି ଫୋନ କିଣିଲେ ବାପା

ଚେନ୍ନାଇ, ୨୩ା୧୧(ପି.ଟି.): ତାମିଲନାଡ଼ୁରେ ନିଜ ନବଜାତ ଶିଶୁକନ୍ୟାକୁ ଦଲାଲ୍‌ଙ୍କ ସହଯୋଗରେ ଜଣେ ବ୍ୟକ୍ତି ବିକ୍ରିକରି ସେହି ଟଙ୍କାରେ ଫୋନ୍‌ କିଣିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।...

ପ୍ରତିନିଧିତ୍ୱ କରିବେ ୭୮ ମହିଳା

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି। ଜୁନ୍‌ ୩ ପୂର୍ବରୁ ଗଠନ ହେବାକୁ ଥିବା ସପ୍ତଦଶ ଲୋକ ସଭାକୁ ଦେଶର...

‘ମୁଁ ସବୁକିଛି ଠିକ୍‌ ଅଛି ବୋଲି କହିପାରିବି ନାହିଁ’

ଚଣ୍ଡିଗଡ଼,୨।୯: ପଞ୍ଜାବ କଂଗ୍ରେସରେ ଏବେ ବି ସବୁ ଠିକ ଚାଲିନାହିଁ। ଦଳର ପଞ୍ଜାବର ଦାୟିତ୍ୱରେ ଥିବା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏହା...

Advertisement
Archives

Model This Week