ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା ବିତି ଯାଇଥିବାବେଳେ ୪ ନିଖୋଜଙ୍କ ପତ୍ତା ମିଳୁନାହିଁ। ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ସେବା କର୍ମଚାରୀ ମିଳିତ ଭାବେ ନଦୀର ଉଭୟ ପାର୍ଶ୍ୱରେ ତଲାସି ଅଭିଯାନ ଚଳାଇଛନ୍ତି। ରବିବାର ସକାଳୁ ରୋଡ୍‌ଘାଟଠାରୁ କମଗରା ଏବଂ ନଦୀ ଅପରପାର୍ଶ୍ୱରେ ଥିବା ଖଡଗପ୍ରସାଦ ଘାଟଠାରୁ କମଗରା ଯାଏ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଅପରାହ୍ନ ୨ଟା ସୁଦ୍ଧା ନିଖୋଜଙ୍କ ସନ୍ଧାନ ମିଳିପାରିନାହିଁ। କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ବସନ୍ତ କୁମାର ମଲ୍ଲିକ, ଥାନାଧିକାରୀ ଆନନ୍ଦ ଡୁଙ୍ଗ୍‌ଡୁଙ୍ଗ୍‌ ପ୍ରମୁଖ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
ଅପରପକ୍ଷେ ଏପରି ଦୁର୍ଘଟଣା ପରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଆଶା ଆଶଙ୍କା ଭିତରେ ଅଛନ୍ତି। ସେମାନଙ୍କୁ ଆଶ୍ୱାସନା ଦେବା ଏବଂ ମନୋବଳ ବଢ଼ାଇବାକୁ ବିଭିନ୍ନ ଦଳର ରାଜନେତା ଗ୍ରାମରେ ପହଞ୍ଚତ୍ଛନ୍ତି। ଜିଲା ଭାଜପା ସଭାପତି ବିଭୂତି ଭୂଷଣ ପ୍ରଧାନ, ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ପରଜଙ୍ଗ ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ୮ଟାରେ ନଦୀ ଉପରେ ଟଣାଯାଇଥିବା କେବୁଲ ତାରରେ ଛନ୍ଦି ହୋଇ ଏକ ହୁଲି ଡଙ୍ଗା ଓଲଟି ପଡ଼ିଥିଲା। ନାଉରିଆ, ତାଙ୍କ ପୁଅ ଏବଂ ଅନ୍ୟ ୩ଜଣ କୌଣସି ମତେ ପହଁରି କୂଳରେ ପହଞ୍ଚତ୍ଥିବାବେଳେ ନଦୀର ପ୍ରଖର ସ୍ରୋତରେ ଅନ୍ୟ ୪ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ କୁନ୍ଦନଦେଈପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ୱଜିତ୍‌, ରୋଡ୍‌ ଗ୍ରାମର ବିନୋଦ ସାହୁଙ୍କ ପୁଅ ରମେଶ, ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ଏବଂ ରାଜକିଶୋର ନାୟକଙ୍କ ବଡ଼ପୁଅ ବିଜୟ ଅଛନ୍ତି।
ଏ ନେଇ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ପରଜଙ୍ଗ ବ୍ଲକରେ କୌଣସି ନଦୀଘାଟ ନିଲାମ ଦିଆଯାଇନାହିଁ। କିଛିଦିନ ତଳେ ଖଡଗପ୍ରସାଦ ଘାଟକୁ ନିଲାମ ଦିଆଯାଇଛି। ଏଠାରୁ ନିୟମିତ ଡଙ୍ଗା ଚଳାଚଳ ହେଉଛି। ତେବେ ସନ୍ଧ୍ୟା ପରେ ନଦୀରେ ଡଙ୍ଗା ଚଳାଇବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହାକୁ ଅମାନ୍ୟ କରି ଉକ୍ତ ଘାଟରୁ ଡଙ୍ଗା ଯାତ୍ରୀଙ୍କୁ ଆଣିଥିବା ଜଣାପଡ଼ିଛି। ମଝି ନଈରେ କେବୁଲ ତାରରେ ଛନ୍ଦି ହୋଇଯିବାରୁ ଡଙ୍ଗାଟି ଦୁର୍ଘଟଣାର ଶିକାର ହୋଇଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳା ଅଭିଯୋଗରେ ଉତ୍ତେଜନା

ସଜନାଗଡ଼, ୨୪।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତ ଅଧୀନ ବାଲିଆଝର ଆଶ୍ରମ ବିଦ୍ୟାଳୟର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଚିକିତ୍ସା ଅବହେଳାରୁ...

ଆଳୁ, ପିଆଜ ଦର ଅଣାୟତ୍ତ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): କରୋନା ମହାମାରୀ ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବାବେଳେ ରାଜ୍ୟରେ ଆଳୁ, ପିଆଜ ଓ ପନିପରିବା ଦର ବୋଝ ଉପରେ ନଳିତାବିଡ଼ା ହୋଇଛି। ଗତ ଦୁଇମାସ...

ଘର ଭାଙ୍ଗିଲେ, ଶିଶୁପୁତ୍ରର ଜୀବନ ନେଲେ

କେନ୍ଦୁଝର,୧୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଧୀନ ବିମଳା ସେକ୍ସନ ରାଣିବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିବା...

ବୈଷୟିକ ଜ୍ଞାନକୌଶଳରେ ଶିକ୍ଷାଦାନ ପାଇଁ ପ୍ରୟାସ

ଧରାକୋଟ,୧୬ା୧(ଡି.ଏନ.ଏ.)-ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ...

ଖରାଛୁଟିକୁ ନେଇ ବଢ଼ୁଛି ଅସନ୍ତୋଷ

ଆନନ୍ଦପୁର,୨୫।୪(ସ୍ବ.ପ୍ର): କରୋନା ମହାମାରୀ ପାଇଁ ଦୁଇ ବର୍ଷ ବ୍ୟବଧାନ ପରେ ବିଦ୍ୟାଳୟ ଗୁଡିକରେ ପାଠପଢା ସ୍ବାଭାବିକ ହେବାରେ ଲାଗିଛି। ସରକାରୀ ସ୍ତରରେ ଛାତ୍ରୀଛାତ୍ରୀଙ୍କ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇ...

କଟକ ସିରିଏଲ୍‌ ହତ୍ୟା ଘଟଣାରେ ଗୃହସଚିବଙ୍କୁ ନୋଟିସ:କ’ଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ, ୨୪।୯: କଟକ ସିରିଏଲ୍‌ ହତ୍ୟା ଘଟଣାରେ ସୋମବାର ହାଇକୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା...

ଭାରତ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦ

ବାଲେଶ୍ୱର ଅଫିସ,୨୭।୯: ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସୋମବାର ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ...

କଂଗ୍ରେସ ଆଣିଲା ସଙ୍ଗିନ ଅଭିଯୋଗ: ‘କ୍ଷତିପୂରଣ ପାଇଁ ଲାଞ୍ଚ ମାଗୁଛନ୍ତି ଅଧିକାରୀ’

ଢେଙ୍କାନାଳ ଅଫିସ, ୭ା୮-ଢେଙ୍କାନାଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛି ଜିଲା କଂଗ୍ରେସ। କ୍ଷତିପୂରଣ ସମ୍ପର୍କିତ...

Advertisement
Archives

Model This Week