ବ୍ରାଉନ୍‌ସୁଗାର ମାଫିଆ ରାଜାଙ୍କ ଘର ଉପରେ ଚଢ଼ାଉ: ଦୁଇଟି ଦାମୀ ଗାଡ଼ି, ୬୦ ହଜାର ଟଙ୍କା ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୩।୯-ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କୁ ଏସ୍‌ଟିଏଫ୍‌ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ବହୁ ତଥ୍ୟ ଏସ୍‌ଟିଏଫ ହାତରେ ଲାଗିଛି। ତାଙ୍କ ତଥ୍ୟକୁ ଆଧାର କରି ଶନିବାର ଏସ୍‌ଟିଏଫ୍‌ ସହଦେବଖୁଣ୍ଟା ମଡେଲ ଥାନା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କୁ ଗିରଫ କରିଥିଲା। ରାଜାଙ୍କୁ ପଚରାଉଚରା ପରେ ସେ ବ୍ରାଉନସୁଗାର ସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଘରେ ଲୁଚାଇ ରଖିଥିବା ସ୍ବୀକାର କରିଥିଲେ। ଏହି ଆଧାରରେ ରବିବାର ଏସ୍‌ଟିଏଫ୍‌ର ଆଡିଶନାଲ ଏସ୍‌ପି ତେଜରାଜ ପଟେଲଙ୍କ ତତ୍ତ୍ୱାବଧାନରେ ୨ଟି ଟିମ୍‌ ସେକ୍‌ ରାଜାଙ୍କୁ ନେଇ ତାଙ୍କ ଅରଡ଼ବଜାରସ୍ଥିତ ମସଜିଦ୍‌ ଗଳିରେ ଥିବା ବାସଭବନ ଉପରେ ଚଢ଼ାଉ କରିଥିଲା। ଚଢାଉ ସମୟରେ ତାଙ୍କର ମା’ ଏବଂ ସ୍ତ୍ରୀ ଉପସ୍ଥିତ ଥିଲେ। ଏସ୍‌ଟିଏଫ୍‌ ରାଜାଙ୍କ କହିବା ଅନୁସାରେ ତାଙ୍କ ଘରର ଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ। କୁହାଯାଉଛି ଯାଞ୍ଚ ସମୟରେ ଏସ୍‌ଟିଏଫ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ବ୍ରାଉନ ସୁଗାର ବ୍ୟବସାୟ ଟଙ୍କାରେ ରାଜା କିଣିଥିବା ଦୁଇଟି ଦାମୀ ଗାଡିକୁ ଜବତ କରାଯିବା ସହ ଘର ଭିତରେ ସେ ଲୁଚାଇ ରଖିଥିବା ନଗଦ ୬୦ ହଜାର ଟଙ୍କାକୁ ମଧ୍ୟ ଜବତ କରାଯାଇଛି। ଏସ୍‌ଟିଏଫ୍‌ ତାଙ୍କୁ ପଚରାଉଚରା କରିବା ସମୟରେ ତାଙ୍କୁ ଏହି ବ୍ରାଉନ ସୁଗାର ବ୍ୟବସାୟରେ ସହଯୋଗ କରୁଥିବା ୫ ଜଣ ପୋଲିସ ଅଫିସରଙ୍କ ବିଷୟରେ କହିଥିଲେ। ଏସ୍‌ଟିଏଫ୍‌ ସେ କହିଥିବା ୫ଜଣ ଅଫିସରଙ୍କର ଏଥିରେ ସମ୍ପୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରିଦେଇଛି।
ସେହିପରି ଅନ୍ୟ ଏକ ଟିମ୍‌ ସନ୍ଧ୍ୟା ସମୟରେ ତଦନ୍ତ ପାଇଁ ଜଳେଶ୍ୱରରେ ପହଞ୍ଚିଥିଲେ। ସେଠାରେ କେଉଁମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି ସେନେଇ ତଦନ୍ତ କରିବା ପାଇଁ ଶେଖବାଡ଼ ଓ ରାଜପୁର ବସ୍ତିରେ ଚଢ଼ାଉ କରିଛନ୍ତି। ଏ ସମ୍ପର୍କରେ ଆଡିଶନାଲ ଏସ୍‌ପି ପଟେଲ କହନ୍ତି, ଅଧିକରୁ ଅଧିକ ପ୍ରମାଣ ଏବଂ ତଥ୍ୟ ସଂଗ୍ରହ ଲାଗି ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ମୂର୍ତ୍ତି ଗଢ଼ା ପାଲଟିଛି ପେସା, ନିଶା

ରାଜନଗର,୩୦ା୯(ଡି.ଏନ୍‌.ଏ.): ଆଉ ମାତ୍ର କିଛିଦିନ ପରେ ପାର୍ବଣ। ଏଥିଲାଗି ଏବେଠୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପୁରପଲ୍ଲି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ମା’ଦୁର୍ଗାଙ୍କ ଆଗମନ ପାଇଁ...

ଆର୍‌ଏମ୍‌ସି କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର ଟାଉନ,୨୮ା୪(ଡି.ଏନ୍‌.ଏ.): ଯାଜପୁର ଆର୍‌ଏମ୍‌ସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ...

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାଫଳ: ପାସ୍‌ ହାର ୮୦.୮୩%

କଟକ ଅଫିସ,୨୪।୮: ମାଟ୍ରିକ ଅଫ୍‌ଲାଇନ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ମୋଟ ପାସ ହାର ୮୦.୮୩% ରହିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩...

ଦୋକାନ ବାରଣ୍ଡାରେ ଦିବ୍ୟାଙ୍ଗ ପରିବାର ମୁଣ୍ଡ ଗୁଞ୍ଜିବା ଘଟଣା: କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ତହସିଲଦାର

ରସୁଲପୁର,୨|୮(ଡିଏନ୍‌ଏ)- ରସୁଲପୁର ତହସିଲ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଖଣ୍ଡାସ ରାଜସ୍ବ ଗ୍ରାମର ସରକାରୀ ଜାଗାରେ ବାସ କରୁଥିବା ଦିବ୍ୟାଙ୍ଗ ଦେବକୀ ପରିବାର ଫନୀ ବାତ୍ୟା ଯୋଗୁ...

ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ୨୦ରେ ଭୋଟ୍‌

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ସାରା ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଚଳିତମାସ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆଜି ରାଜ୍ୟରେ ଜାରି ରହିଛି ଦ୍ୱିତୀୟ...

ଆସିଲା ଡେଙ୍ଗୁ, ଏଡିଶ ମଶାକୁ ଭୟ

ବ୍ରହ୍ମପୁର ଅଫିସ,୭ା୮-ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ ଋତୁ। ଜିଲାବାସୀଙ୍କୁ ଏବେ ଘାରିଛି ଚିନ୍ତା। ବିଶେଷକରି ବ୍ରହ୍ମପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି...

ରଥ ଯାତ୍ରା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୮।୬: ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। କରୋନା...

୧୧ମାସର ଶିଶୁଙ୍କୁ କଚାଡ଼ିଦେଲେ ପଡ଼ୋଶୀ

ନିମାପଡ଼ା,୨0।୧(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅନ୍ତର୍ଗତ ଭଗବାନସୁଳରା ଗ୍ରାମର ଏକ ବିଲରେ ଗାଈ ଚରାଇ ଫସଲ ନଷ୍ଟ କରିବା ଘଟଣାକୁ ନେଇ ଜଣେ ପଡ଼ୋଶୀ ଗ୍ରାମର ଜଣେ...

Advertisement
Archives

Model This Week