ବ୍ରହ୍ମପୁର ରେଳଷ୍ଟେଶନରେ ଦୀର୍ଘଦିନ ଧରି ପଡ଼ିରହିଛି ଏକ କାର୍‌: ଚିନ୍ତାରେ ପୋଲିସ, ଲୋକେ ଆତଙ୍କିତ

ବ୍ରହ୍ମପୁର ଅଫିସ,୧୩।୯- ବ୍ରହ୍ମପୁର ରେଳଷ୍ଟେଶନ ସମ୍ମୁଖରେ ଦୀର୍ଘଦିନ ହେଲା ଏକ ନାଲି ରଙ୍ଗର କାର ଛିଡା ହୋଇରହିଛି। ସମ୍ପୃକ୍ତ ଗାଡିର ମାଲିକ କାର୍‌ଟିକୁ ସେଠାରୁ ନେଉ ନ ଥିବା ଯୋଗୁ ଦୀର୍ଘ ମାସ ଧରି ଏହା ପଡ଼ି ରହିଛି। କାର୍‌ ଭିତରେ ଏକ କଳା ରଙ୍ଗର ବ୍ୟାଗ୍‌ ରହିଥିବା ବେଳେ ଗାଡ଼ିର ପଛରେ ଡାକ୍ତର ଚିହ୍ନ ରହିଛି। ଏଣୁ ଏହା ଜଣେ ଡାକ୍ତରଙ୍କ କାର୍‌ ହୋଇଥିବା ସନ୍ଦେହ କରାଯାଉଛି। ହେଲେ କେଉଁ କାରଣ ପାଇଁ ଗାଡ଼ିଟିକୁ କେହି ନେଉ ନାହାନ୍ତି ସେ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉପୁଜିଛି। ପ୍ରତିଦିନ ଗଞ୍ଜାମ ଜିଲା ସମେତ ଅନ୍ୟ ଜିଲାରୁ ହଜାର ହଜାର ଯାତ୍ରୀ ବ୍ରହ୍ମପୁର ରେଳଷ୍ଟେଶନକୁ ଆସିଥାନ୍ତି। ଏବେ କାର୍‌ ଭିତରେ ଥିବା କଳାବ୍ୟାଗ୍‌କୁ ନେଇ ସମସ୍ତେ ଆତଙ୍କିତ ହୋଇଯାଇଛନ୍ତି। ବ୍ୟାଗରେ କଣ ରହିଛି ତାହା ଏବେବି ସ୍ପଷ୍ଟ ହୋଇପାରିନାହିଁ ।ଏନେଇ ରେଳବାଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ନମ୍ବର(ଓଆର-୦୨-ଏଚ୍‌- ୭୭୪୭)କୁ ଆର୍‌ଟିଓ ଅଫିସକୁ କାରର ମାଲିକ ସମ୍ପର୍କରେ ଜାଣିବା ପାଇଁ ଚିଠି କରିଛି। ତେବେ ଗାଡିଟି ରାୟଗଡା ଅଞ୍ଚଳର ହୋଇଥିବା ପୋଲିସ ଜାଣିବା ପରେ ରାୟଗଡା ଥାନାକୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି ବୋଲି ରେଳବାଇ ଥାନାଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କାର ଭିତରେ ଥିବା ବ୍ୟାଗକୁ ନେଇ ସାଧାରଣ ଲୋକେ ଭୟଭୀତ ହେବା ଆବଶ୍ୟକ ନାହିଁ। କାର ମାଲିକଙ୍କ ପରିଚୟ ମିଳିିବା ପରେ ସବୁକିଛି ଜଣାପଡ଼ିଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ: ଶୁଣିଲାନି ପ୍ରଶାସନ; ରାସ୍ତା ମରାମତି କଲା ଟାଟା ଷ୍ଟିଲ

କାଳିଆପାଣି,୩୦ା୬(ଡି.ଏନ୍‌.ଏ.)- କାଳିଆପାଣି ଖଣି ଅଞ୍ଚଳର ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ ହୋଇପଡ଼ିଛି। ପ୍ରତିଦିନ ଖଣି ଅଞ୍ଚଳରୁ ଏହି ରାସ୍ତା ଦେଇ ହଜାର ହଜାର କ୍ରୋମାଇଟ ବୋଝେଇ ଟ୍ରକ...

ଏସ୍‌ସିବି ମେଡିକାଲ: ୭ମାସରେ ଆସିଲେଣି ୨୮ ଜିଲାର ଡେଙ୍ଗୁ ରୋଗୀ

କଟକ ଅଫିସ,୨୩।୭: ଏସ୍‌ସିବି ମେଡିକାଲକୁ ଗତ ଜାନୁୟାରୀରୁ ଜୁଲାଇ ୨୨ ମଧ୍ୟରେ ୨୮ଟି ଜିଲାରୁ ଡେଙ୍ଗୁ ରୋଗୀ ଚିକିତ୍ସା ନିମନ୍ତେ ଆସିଛନ୍ତି। ଏହି ସମୟ ମଧ୍ୟରେ...

କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩.୪୧ ଲକ୍ଷ : ୨୦ ହଜାର ସରକାରୀ ଚାକିରିଆ ପାଇଛନ୍ତି ଟଙ୍କା

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟର ପ୍ରାୟ ୧୨,୦୦୦ ବଡଚାଷୀ, ୯୦୦୦ ନାବାଳିକା/ନାବାଳକ ଏବଂ ପ୍ରାୟ ୨୦,୦୦୦ ସରକାରୀ ଚାକିରିଆ ଚାଷୀ ଭାବେ କାଳିଆ ସୁବିଧା ପାଇଛନ୍ତି। ଅନୁରୂପଭାବେ...

ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ: ୯ ପୂଜା କମିଟିକୁ ମିଳିଲା ଅନୁମତି

କଟକ ଅଫିସ, ୧୯।୧୦: ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗା ମୁର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବେଳେ ବିବାଦ ହାଇକୋର୍ଟକୁ ଯାଇଥିଲା। ଶେଷରେ...

ଆଉ ନାହାନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର,୨୦।୭(ବ୍ୟୁରୋ)ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ଦୀର୍ଘ ମାସର ଅସୁସ୍ଥତା ପରେ ସୋମବାର ରାତିରେ ବିଜୟ ଆଖି ବୁଜିଛନ୍ତି। ସନ୍ଧ୍ୟାରେ...

ଚଳନ୍ତା ଟ୍ରକ୍‌ରୁ ପଡି ହେଲ୍‌ପର ଗୁରୁତର

କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଗୋପାଳପୁର ୨୦ନଂ.ଜାତୀୟ ରାଜପଥ ନିକଟରେ ଚଳନ୍ତା ଟ୍ରକରୁ ଜଣେ ହେଲ୍‌ପର ପଡିଯାଇ ଗୁରୁତର ହୋଇଛନ୍ତି। ସେ ହେଲେ ଘଟଗାଁ ବ୍ଲକ...

କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣକୁ ଅଗ୍ରାଧିକାର

ଭୁବନେଶ୍ୱର,୧୫-୧(ବ୍ୟୁରୋ): କୃଷିର ସର୍ବାଙ୍ଗୀନ ଉନ୍ନତି ତଥା କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଏବଂ...

ଆସିଲା ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ଅଫିସ,୨୬ା୭: ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ପୋଷ୍ଟମର୍ଟମ ରିପୋର୍ଟ ଆଜି ଆସିଛି। କଟକ ମର୍କତନଗର ଥାନାରୁ ସୌମଙ୍କ ପରିବାର...

Advertisement
Archives

Model This Week