ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନ୍‌ଶିପ୍‌ : ସୁଦର୍ଶନଙ୍କୁ ‘ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ’

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାରେ ଅନୁଷ୍ଠିତ ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନଶିପ୍‌ ୨୦୧୯ରେ ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ ଜିତି ସମଗ୍ର ଦେଶ ପାଇଁ ଗୌରବ ଆଣିଛନ୍ତି। ସୁଦର୍ଶନ ନିଜ ବାଲୁକା କଳାରେ ପ୍ଲାଷ୍ଟିକ୍‌ ପ୍ରଦୂଷଣର କରାଳ ରୂପକୁ ଦର୍ଶାଇ ଆମେରିକୀୟଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି। ବୋଷ୍ଟନରେ ଅନୁଷ୍ଠିତ ରିଭର ବିଚ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ସ୍କ୍ଲପ୍‌ଟିଂ ଫେଷ୍ଟିଭାଲ ୨୦୧୯ରେ ଶ୍ରେଷ୍ଠ ବିବେଚିତ ବିଶ୍ୱର ୧୫ଜଣ ଖ୍ୟାତନାମା ବାଲୁକା ଶିଳ୍ପୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ସୁଦର୍ଶନ ‘ଷ୍ଟପ୍‌ ପ୍ଲାଷ୍ଟିକ୍‌ ପଲ୍ୟୁଶନ୍‌, ସେଭ୍‌ ଆଓ୍ବାର୍‌ ଓସେନ୍‌’ ଥିମ୍‌ ଅର୍ଥାତ୍‌ ଆମ ସମୁଦ୍ରକୁ ପ୍ଲାଷ୍ଟିକ୍‌ ପ୍ରଦୂଷଣରୁ ମୁକ୍ତ କରିବାର ବାର୍ତ୍ତାନେଇ ବାଲୁକାକଳା କରିଥିଲେ। ଏକ କଇଁଛ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଛନ୍ଦି ହୋଇଯାଇଥିବାବେଳେ ଏକ ବିଶାଳ ମାଛ ଶରୀରରେ ପ୍ଲାଷ୍ଟିକ୍‌ ବୋତଲ, ପ୍ଲାଷ୍ଟିକ୍‌ ଚପଲ ଭଳି ଆବର୍ଜନା ରହିଥିବା ଏହି ସ୍ଥାପତ୍ୟରେ ପ୍ରତିଫଳିତ ହୋଇଥିଲା। ସେହିଭଳି ଉକ୍ତ ମାଛକୁ ଖାଇ ମଣିଷ କିଭଳି ବିଭିନ୍ନ ରୋଗର ଶିକାର ହେଉଛି ଏବଂ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବେ ମନୁଷ୍ୟ ହିଁ ପ୍ଲାଷ୍ଟିକ୍‌ ପ୍ରଦୂଷଣର ଶିକାର ହେବାକୁ ଯାଉଛି, ତାହାକୁ ସୁଦର୍ଶନ ନିଜ ବାଲୁକା କଳା ମାଧ୍ୟମରେ ଦେଖାଇଥିଲେ। ଏହି ପ୍ରତିଯୋଗିତାରେ ବହୁସଂଖ୍ୟାରେ ଭାରତୀୟ ଉପସ୍ଥିତ ରହି ତ୍ରିରଙ୍ଗା ଦେଖାଇ ସୁଦର୍ଶନଙ୍କୁ ସମର୍ଥନ କରିଥିଲେ।
ତେବେ ସୁଦର୍ଶନ ପାଇଥିବା ପୁରସ୍କାରକୁ ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଯେଉଁମାନେ ଏହି ବାଲୁକା କଳା ସପକ୍ଷରେ ଭୋଟ୍‌ କରି ମୋତେ ଜିତାଇଛନ୍ତି ସେମାନେ ବାସ୍ତବରେ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ବିରୋଧ କରିଛନ୍ତି ବୋଲି ସେ କହିଛନ୍ତି। ଏଥିସହ ସୁଦର୍ଶନ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍‌ସଲ୍‌ ଜେନେରାଲ ସନ୍ଦୀପ ଚୌଧୁରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ନିଜ ବାଲୁକା କଳା ମାଧ୍ୟମରେ ସାମାଜିକ ପରିବର୍ତ୍ତନର ବାର୍ତ୍ତାଦେବାକୁ ସୁଦର୍ଶନ ପଟ୍ଟନାୟକ ସର୍ବଦା ପ୍ରଚେଷ୍ଟା କରିଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ମାମଲା ଲଢ଼ି କୋଟିଏ ଫେରିପାଇଲେ

ଭୁବନେଶ୍ୱର,୨୫।୧୦:  ନ୍ୟାୟ ପାଇଁ ଜନସାଧାରଣ କୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତି। କିନ୍ତୁ ବିନା ଆଇନଜୀବୀରେ କୋର୍ଟରେ ମାମଲା ଲଢ଼ିବା ଓ ଜିତିବା କାଠିକର ପାଠ। ହେଲେ ଏମିତି...

ଯୌନ ଶୋଷଣ ଅଭିଯୋଗ ମାମଲା: ଝରିଗାଁ ବିଧାୟକଙ୍କୁ ଗିରଫ ଦାବି ତେଜୁଛି

ଉମରକୋଟ,୯ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର...

ଇଞ୍ଜିନିୟରିଂ କଲେଜରେ ଚାକିରି ଦେବାକୁ କହି ମହିଳାଙ୍କୁ ବଳାତ୍କାର

ବାରଙ୍ଗ,୯ା୭(ଡି.ଏନ.ଏ)-ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ମେଣ୍ଡାଶାଳ ଫାଣ୍ଡିରେ ଗୁରୁବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଚନ୍ଦକା ଥାନାରେ ନଂ.୧୨୦/୨୦ରେ ଏକ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨,୦୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୫୫,୯୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ପାଣିରେ ପଡ଼ିଛି ଅର୍ଥ ନିଗମର ୭୧୯୨ କୋଟି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ଅର୍ଥ ନିଗମର ୭୧୯୨ କୋଟି ଟଙ୍କା ପାଣିରେ ପଡ଼ିଛି। ଋଣ ନେଇଥିବା ସଂସ୍ଥା ଓ ବ୍ୟକ୍ତିଙ୍କଠାରୁ ସେହି ଟଙ୍କା ଦୀର୍ଘବର୍ଷ ହେବ...

ପଞ୍ଚାୟତସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ:ବିଦ୍ୟାଳୟ ଆନୁଷଙ୍ଗିକ ବ୍ୟବସ୍ଥାରେ ସୁଧାର ଦରକାର

ନୂଆପଡା ଅଫିସ,୨୫ା୮ ନୂଆପଡା ଜିଲା କୁରୁମପୁରୀ ଭଳି ଗ୍ରାମପଞ୍ଚାୟତ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ଉନ୍ନତିର ଆବଶ୍ୟକତା ରହିଛି । ଏଥିପାଇଁ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ କରିବା...

କଟକ କ୍ୟାନ୍‌ସର ହସ୍ପିଟାଲରେ ରୋଗୀଙ୍କୁ କରୋନା

କଟକ ଅଫିସ, ୨୪।୬: ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରର ବୁଧବାର ଜଣେ ରୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ତାଙ୍କ ସ୍ବାବ ପରୀକ୍ଷା ରିପୋର୍ଟ...

ଓଡ଼ିଶାରେ ଶାହା: ପୂର୍ବାଞ୍ଚଳ ଜୋନ୍‌ ପରିଷଦ ବୈଠକରେ ଯୋଗ ଦେଲେ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗ ଦେଇଛଛନ୍ତି। ବିମାନ...

Advertisement
Archives

Model This Week