ବୋଲେରୋକୁ ଧକ୍କାଦେଲା ଡମ୍ପର: ଡ୍ରାଇଭରକୁ ଅଟକ ରଖିଲେ ଗ୍ରାମବାସୀ

ଯୋଡ଼ା,୧୩।୧୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ବାମେବାରୀ ଥାନା ଜୁରୁଡ଼ି – ବାମେବାରୀ ୨ ନଂ. ରାଜ୍ୟ ରାଜପଥ ଜୁରୁଡି କ୍ରେଚ ହଟିଂଠାରେ ଶୁକ୍ରବାର ଅପରାହ୍ନରେ ଏକ ବୋଲେରୋକୁ ଡମ୍ପର ଧକ୍କା ଦେବାରୁ ବୋଲେରୋଟି ଭାଙ୍ଗିରୁଜି ଯାଇଛି। ଏଥିରେ ବସିଥିବା ଡ୍ରାଇଭର ଓ ଜଣେ ବୃଦ୍ଧା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋଲେରୋଟି ଯୋଡ଼ା ପଟୁ ଜୁରୁଡି ଅଭିମୁଖେ ଆସି କ୍ରେଚ ହଟିଂ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲା। ଏହି ସମୟରେ ଏକ ଡମ୍ପର ପଛପଟୁ ଧକ୍କା ଦେଇ ପ୍ରାୟ ୧୫ ଫୁଟ୍‌ ଦୂରକୁ ବୋଲେରୋକୁ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଡମ୍ପର ଡ୍ରାଇଭରକୁ ଅଟକ ରଖି ପୋଲିସକୁ ଖବର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ବିଶିଷ୍ଟ ସାହିତି୍ୟକ ରତ୍ନାକର ଚଇନି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୧୮।୪: ବିଶିଷ୍ଟ ସାହିତି୍ୟକ ତଥା ନାଟ୍ୟକାର ରତ୍ନାକର ଚଇନିଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କଟକସ୍ଥିତ...

ରାଜ୍ୟ ସ୍ବାସ୍ଥ୍ୟ ପରିବାର ପକ୍ଷରୁ କ୍ଲିନିକ୍‌ରେ ଚଢ଼ାଉ

ଖୋର୍ଦ୍ଧା ଅଫିସ,୨୮।୧୦: ଭୁବନେଶ୍ୱର ଏକାମ୍ର ମାର୍ଗର ସଞ୍ଜିବନୀ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗ...

ପାଲି ବୁଗବୁଗାରୁ ଆରମ୍ଭ ହେଲା ବିଶୋଧନ

ବରଗଡ଼ ଅଫିସ୍,୪।୪- କରୋନା ଭୂତାଣୁ(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲା ଅତାବିରା ବ୍ଲକ୍ ବୁଗବୁଗା ପଞ୍ଚାୟତ ପକ୍ଷରୁ ବିଶୋଧନ ଅଭିଯାନ ଆରମ୍ଭ ହୋଇଛି।...

ଫାଟକ ଭାଙ୍ଗି ଭିତରକୁ ପଶିଗଲା ଟ୍ରକ୍‌

ତାଳଚେର/କଣିହାଁ, ୯ା୪(ନି.ପ୍ର.) : କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନ୍‌ଲୋଡ କରି ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ...

କରୋନାକୁ ନେଇ ସରକାରୀ କଟକଣାକୁ ଫୁ’: ଓଡ଼ଗାଁରେ ପ୍ରହସନ ପାଲଟିଛି ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର; ସାଧାରଣର ପ୍ରଶ୍ନବାଚୀ

ଓଡଗାଁ, ୧୫।୪(ସ୍ବ.ପ୍ର.)- କରୋନା ମହାମାରୀର ଭୟାବହତା କାରଣରୁ ସାମାଜିକ ଦୂରତା ଓ ମାକ୍ସ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ନୟାଗଡ ଜିଲା ଓଡଗାଁ ଆଦର୍ଶ ଥାନା...

ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି

ବରଗଡ଼ ଅଫିସ୍‌,୨।୬ ବରଗଡ଼ ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଯାଇଛି । ବିଭିନ୍ନ ଦାବି ନେଇ ବରଗଡ଼ ଇଡକଲ୍‌ ମଜଦୁର ସଂଘ କାରଖାନା ସମ୍ମୁଖରେ ଧାରଣା...

ପରିମଳ ସଚେତନତା: ଝାଡୁ ଧରିଲେ ଜିଲାପାଳ

ଶେରଗଡ଼,୧୪।୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ରୁ ବୁଧବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଝାଡୁଧରି ପରିମଳ ସଚେତନତାର ଶୁଭାରମ୍ଭ କରିଛନ୍ତି। ସକାଳ ସାଢ଼େ ୬ଟାରେ...

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୪ବର୍ଷ ପୁରିଲା: କମ୍ପାନୀ ବିରୋଧରେ ଗର୍ଜିଲା ବିରୋଧୀ ମଞ୍ଚ

କଳିଙ୍ଗନଗର,୩ା୧(ଡି.ଏନ.ଏ.): ଶିଳ୍ପ କାରଖାନା ପାଇଁ ଭିଟାମାଟି ହରାଇଥିବା ଆଦିବାସୀଙ୍କ ବିକାଶ ବଦଳରେ ବିନାଶ ଘଟିଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜମି ଅଧିଗ୍ରହଣକୁ ନେଇ ସମ୍ବିଧାନର ଖୋଲା ଉଲ୍ଲଂଘନ...

Coronavirus Update


Archives

Model This Week

Why Dharitri