ବୋମା ବିସ୍ଫୋରଣରେ ଜଣେ ଆହତ: ଯୁବକ ଗିରଫ

ବନ୍ତ,୧୩।୧୧ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଟିଲୋ ତାଳପଦା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଯୁବକଙ୍କ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଆହତ ହୋଇଥିବା ବ୍ୟକ୍ତିଙ୍କ ପୁଅ ମନୋଜ କୁମାର ନାୟକଙ୍କ ଅଭିଯୋଗ କ୍ରମେ ବନ୍ତ ଥାନା ପୋଲିସ ଏକ ମାମଲା (ନଂ.୧୪୨/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ବୁଧବାର ମଧ୍ୟାହ୍ନରେ ଏହି ଘଟଣାରେ ସମ୍ପୃକ୍ତ ଯୁବକ ଚିକିଟିରା ଗ୍ରାମର ପ୍ରକାଶ ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ମନୋଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳେ କେତେକ ଯୁବକ ତାଙ୍କ ଘର ସମ୍ମୁଖରେ ବୋମା ଫୁଟାଇଥିଲେ। ତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଥିଲେ। ସେମାନେ ପୁଣି ରାତି ପ୍ରାୟ ୨ଟା ବେଳେ ଆସି ଘର ଆଗରେ ବୋମା ଫୁଟାଇବାରୁ ତାଙ୍କ ବାପା ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ବନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଦାବି ତେଜିଲା

ଯାଜପୁର ଟାଉନ/ଚଣ୍ଡିଖୋଲ/ବରୀ/ ସିଂହପୁର/ଜେନାପୁର,୨୨ା୨ (ଡି.ଏନ୍‌.ଏ.):ରବିବାର ଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ହେଲେ ପ୍ରଥମ, ଦ୍ୱିତୀୟ ପରି ତୃତୀୟ ପର୍ଯ୍ୟାୟ...

ପୋଖରୀରେ ପଡ଼ି ଶିଶୁକନ୍ୟାଙ୍କ ଗଲା ଜୀବନ

ବାସୁଦେବପୁର, ୩୦।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଅଧୀନ ଗଦେଇବିନ୍ଧା ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ପଡ଼ି ବନ୍ଦନା କାଣ୍ଡି ନାମ୍ନୀ ୩...

ଅନ୍ଧାରରେ ପଦ୍ମଶ୍ରୀଙ୍କ ପରିବାର

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ତଳ ବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ପରିବାର ଅନ୍ଧାରରେ। ବିଭାଗୀୟ ଭୁଲ ଯୋଗୁ ଦୀର୍ଘ ଏକ...

ହଜିଯାଇଥିବା ଭ୍ୟାନିଟି ଫେରିପାଇଲେ ମହିଳା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଶହୀନଗର ହାଟରେ ହଜିଯାଇଥିବା ଭ୍ୟାନିଟି ବ୍ୟାଗକୁ ଶୁକ୍ରବାର ଫେରିପାଇଛନ୍ତି ସ୍ମୃତିରେଖା ମହାପାତ୍ର ନାମ୍ନୀ ଜଣେ ମହିଳା। ସେଥିରେ ନଗଦ ୮ ହଜାର ଟଙ୍କା,...

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ବାସୁଦେବପୁର, ୨ା୬(ଡି.ଏନ.ଏ.)-ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଲକ୍‌ଡାଉନ ପାଇଁ ଶ୍ରମିକ ଓ ଗରିବ ଲୋକମାନେ ହଇରାଣ ହରକତ ହେଉଥିବା ସହ...

ପୋଲିସ ଇନ୍‌ଫର୍ମର ସନ୍ଦେହ: ଜଣକୁ ହତ୍ୟାକଲେ ମାଓବାଦୀ

ଦାରିଙ୍ଗବାଡି,୩।୧(ଡି.ଏନ.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାର ଶିକାର...

ସପ୍ତମ ଦିନରେ ଆମରଣ ଅନଶନ:୮ ଗୁରୁତରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି

ଚମ୍ପୁଆ,୨୩ା୬(ଡି.ଏନ.ଏ.)-ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ଏସ୍‌ଆର୍‌ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରି ବଡକାଳିମାଟି ଗ୍ରାମବାସୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି। ଏହାଫଳରେ...

କମୁନି ଝିଅବୋହୂଙ୍କୁ ଶାରିରୀକ ନିର୍ଯାତନା: ପ୍ରହସନ ପାଲଟିଛି ଆତ୍ମରକ୍ଷା କୌଶଳ ତାଲିମ

ଯାଜପୁର ଅଫିସ,୨୮।୯: ରାଜ୍ୟ ଯୁବ ନୀତି (ଷ୍ଟେଟ ୟୁଥ୍‌ ପଲିସି)-୨୦୧୩ ଅନୁଯାୟୀ କଲେଜ ଛାତ୍ରୀଙ୍କୁ ଆମତ୍ରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପ୍ରଣୀତ ହୋଇଛି। ଉଚ୍ଚଶିକ୍ଷା ବିଭାଗ...

Advertisement
Archives

Model This Week