Posted inଫୁରସତ

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ ଇଣ୍ଡୋନେସିଆ ସରକାର ଏଭଳି ଏକ ବ୍ୟବସ୍ଥା କରିଛନ୍ତି। ସମୁଦ୍ରକୁ ପ୍ରଦୂଷିତ କରିବାରେ ଚାଇନା ପଛକୁ ଇଣ୍ଡୋନେସିଅ ଦୁଇ ନମ୍ବରରେ ରହିଛି। ପ୍ରତିବର୍ଷ ୮୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ରରେ ମିଶୁଛି। ୨୦୧୬ର ଏକ ରିପୋର୍ଟ ମୁତାବକ ୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଓଜନଠାରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ଓଜନ ବେଶି ହୋଇଯିବ ବୋଲି ପ୍ରକାଶ ପାଇବା ପରେ ଇଣ୍ଡୋନେସିଆ ସରକାର ତପତ୍ରତା ଦେଖାଇଛନ୍ତି। କେମିତି ସମୁଦ୍ରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ୨୦୫୦ ସୁଦ୍ଧା ୭୦ ପ୍ରତିଶତ ହ୍ରାସ କରାଯାଇପାରିବ ସେଥିପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ଏହି ସପ୍ତାହରେ ୧୬, ୦୦୦ ଲୋକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦେଇ ବସ୍‌ ଟିକେଟ ନେଇଛନ୍ତି ବୋଲି ସେଠାକାର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଟିକେଟ ପାଇଁ ତିନୋଟି ବଡ଼ ବୋତଲ, ୫ଟି ମଧ୍ୟମ ବୋତଲ କିିମ୍ବା ୧୦ଟି ପ୍ଲାଷ୍ଟିକ କପ୍‌ ଦେବାକୁ ପଡୁଛି। ଏହିି ସବୁ ବର୍ଜ୍ୟବସ୍ତୁ ଭଙ୍ଗା କିମ୍ବା ଫଟା ହୋଇନଥିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଶରୀରରେ ନିଆଁ ଲଗାଇ ଦୌଡିଲେ

ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ ବିପଦ ସହ ଖେଳିବାକୁ ଭଲ ଲାଗେ। ଆଉ ଜୀବନକୁ ବାଜି ଲଗାଇ ସମସ୍ତଙ୍କୁ ଚକିତ କଲାଭଳି...

ଜରିମାନା ଜାଲରେ ପୋଲିସ

ପାଟନା: ମୋଟର ଯାନ ଆଇନ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଯେଭଳି ଜରିମାନା କରାଯାଉଛି ତାହା...

ତମାଖୁ ଯୋଗୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ

ଜେନେଭା,୩୦।୯: ତମାଖୁ ପ୍ରତି ଚାରି ସେକେଣ୍ଡରେ ଜଣଙ୍କ ଜୀବନ ନେଉଛି। ଅର୍ଥାତ୍‌ ଗୋଟିଏ ବର୍ଷରେ ୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ତମାଖୁ ଦାୟୀ ।...

ଅଦା ଖାଇ ମାଙ୍କଡ଼ ହେଉଛି ଏପରି, ମୁହଁକୁ ଦେଖିଲେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ରୋଗମୁକ୍ତି ପାଇଁ ଶାମ୍ବଦଶମୀ ଭୋଗ

ଓଡ଼ିଶାର ଗଣଉତ୍ସବ ‘ଶାମ୍ବଦଶମୀ’ କିପରି ଶ୍ରୀମହାଭାସ୍କରଙ୍କ ନିକଟରେ ପାଳିତ ହେଉଥିଲା, ତାହାର ଏକ ଚିତ୍ର ଆମେ ଆଲୋଚନା କରିଥିଲୁ। ସୂର୍ଯ୍ୟଙ୍କ ମୂଳ ସ୍ଥାନ ମୂଲତାନ ବୋଲି...

ଜାହାଜ ଭିତରେ ପୂରା ସହର, ଆସନ୍ତାବର୍ଷ ଆରମ୍ଭ କରିବ ଯାତ୍ରା, ଜାଣନ୍ତୁ କ’ଣ ସବୁ ରହିଛି ସୁବିଧା…

ଆଜିର ସମୟରେ ଅନେକ ପ୍ରକାରର ବିଳାସପୂର୍ଣ୍ଣ ଜିନିଷ ଉପଲବ୍ଧ। ମାନବ ଜୀବନକୁ ସହଜ କରିବା ପାଇଁ ଏହି ଜିନିଷଗୁଡ଼ିକ ତିଆରି କରାଯାଇଛି। ଏହି ସୃଷ୍ଟିଗୁଡ଼ିକ ଦେଖିବା...

ମହାକାଶରୁ ଫେରିଥିବା ରେଡ୍‌ ଓ୍ବାଇନର ଦାମ କେତେ ଜାଣନ୍ତୁ

ଏକ ରକେଟ୍‌ରେ ୧୪ ମାସ ଧରି ମହାକାଶ ଭ୍ରମଣ କରିଥିବା ରେଡ୍‌ ଓ୍ବାଇନ ଏବେ ବିକ୍ରି ଅପେକ୍ଷାରେ। ‘ପେଟ୍ରସ ୨୦୦୦’ ନାମକ ରେଡ୍‌ ଓ୍ବାଇନର ୧୨ଟି...

ଦଶମରେ ମାତ୍ର ୪୪%, ୧୩ ଥର ହୋଇଥିଲେ ଫେଲ; ହାର୍‌ ନମାନି ହେଲେ ଆଇଏଏସ୍‌ ଅଫିସର

କଥାରେ ଅଛି ପରାଜିତ ହେବା ପରେ ବିଜେତା ହେବାରେ ମଜା ଥାଏ। ଏଣୁ ସଫଳ ହେବାର ମୂଳ ମନ୍ତ୍ର ହେଉଛି ‘ଶେଷ ଯାଏ ଲଢ଼ିବା’। ସେଭଳି...

Advertisement
Archives

Model This Week