ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଯାପିତ: ପର୍ଯ୍ୟଟନ କ୍ଷେତ୍ର ଚିଲିକାର ବିକାଶ ନିତାନ୍ତ ଆବଶ୍ୟକ

ବାଲୁଗାଁ,୧୪ା୧୧(ଡି.ଏନ.ଏ.): ନିଳାମ୍ବୁ ଚିିଲିକା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସମ୍ପ୍ରତି ଚିଲିକାର ପୃଷ୍ଠଭୂମି ଅବକ୍ଷୟ ଦିଗକୁ ଗତି କରୁଥବା ବେଳେ ଏହାର ବିକାଶ ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯିବ। ଚିଲିକାର ବିକାଶ ହୋଇପାରିଲେ ଏହା ଉପରେ ନିର୍ଭର କରୁଥିବା ଜନସାଧାରଣ ଉପକୃତ ହୋଇପାରିବେ। ବୁଧବାର ଚିଲିକା ବୋଇତ ବନ୍ଦାଣ ମହୋତ୍ସବର ଉଦ୍‌ଯାପନୀ ସଭାରେ ଅତିଥିମାନେ ଏହି ମତ ଦେଇଥିଲେ।
ମହୋତ୍ସବ କମିଟି ସଭାପତି ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସଭାପତିତ୍ୱରେ ସନ୍ଧ୍ୟାରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଉପବାଚସ୍ପତି ରଜନୀକାନ୍ତ ସିଂହ ଉଦ୍‌ଘାଟକ ଓ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଡ଼ିଶା ହାଉସିଂ ବୋର୍ଡ଼ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମୁନା ଖାନ, ପ୍ରାଧ୍ୟାପକ ଶଶାଙ୍କ ଶେଖର ଚୁଡ଼ାମଣି, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ, ରଜ କୁଇନ୍‌ ବିଜୟିନୀ ଲତିକା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚିଲିକାର ଐତିହ୍ୟ, ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଦିନତମାମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ବଲାଙ୍ଗୀର ଅଫିସ,୧୬।୫: ବଲାଙ୍ଗୀର ଜିଲା ସଇଁତଳା ଥାନା କୁମ୍ଭାରୀ ଗ୍ରାମରେ ଜମିବାଡ଼ି କଳହକୁ ନେଇ ଶନିବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଦୁଇ ଗୋଷ୍ଠୀ...

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଆନ୍ଦୋଳନ ଡାକରା

ବ୍ରହ୍ମପୁର ଅଫିସ୍‌,୩ା୯-ଫୋରମ୍‌ ଫର୍‌ ଗଞ୍ଜାମର ଏକ ସାଧାରଣ ବୈଠକ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଂଯୋଜକ ସୁଧୀର କୁମାର ରାଉତ ଏଥିରେ ଅଧ୍ୟକ୍ଷତା...

୧୦ମାସର ଶିଶୁକୁ ଛାଡି ମା’ର ଆତ୍ମହତ୍ୟା

ରତ୍ନଗିରି,୧୮।୬(ଡ଼ି.ଏନ୍‌.ଏ.): ପରିସ୍ଥିତି ଓ ପରିବେଶ ବେଳେ ବେଳେ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିଥାଏ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରୀ ବ୍ଲକ...

ଶିଶୁର ବିକାଶ ପାଇଁ ଉଦ୍ୟମ ଆବଶ୍ୟକ

ଅନୁଗୋଳ ଅଫିସ, ୧୮।୧୨-ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ୧୯୭୯ରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଶିଶୁ ଉତ୍ସବ ପାଳନ କରାଯାଉଛି।...

ତହସିଲଦାରଙ୍କ ବାସଭବନ ପରିସରରୁ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତହସିଲଦାର ସୁଶ୍ରୀ କ୍ଷିରାବ୍ଧୀ ତନୟା ସାହୁଙ୍କ ବାସଭବନ ପରିସରରୁ ଦୁର୍ବୃତ୍ତମାନେ ଏକ ଛନ୍ଦନ ଗଛ କାଟିନେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତିରେ...

ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା: ୨ ଡିଜିଏମ୍‌ ଅଧିକାରୀ ନିଲମ୍ବିତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଉରକେଲା/ ସୁନ୍ଦରଗଡ଼, ୬।୧: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏହି...

ହୀରାକୁଦ ଜଳଭଣ୍ଡାରରେ କେଜ୍‌ କଲ୍‌ଚର ମାଛ ଚାଷ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ୧୫ ଅନ୍‌ଲାଇନ ସେବା ଶୁଭାରମ୍ଭ କରିଛନ୍ତି। ଏଥିସହିତ...

ଜଟଣୀ ମୁଣ୍ଡିଆସାହିରେ ବୋମାମାଡ଼: ପୋଲିସ ତଦନ୍ତ ଜାରି

ଜଟଣୀ,୧୮ା୧୦(ଡି.ଏନ୍‌.ଏ.): ଜଟଣୀ ଥାନା ଅଧୀନ ବାଲିଛକ ମୁଣ୍ଡିଆସାହିର ରବି ପ୍ରଧାନଙ୍କ ଘର ଉପରକୁ ରବିବାର ବୋମାମାଡ଼ ହୋଇଛି। ଏଥିରେ ଉକ୍ତ ସାହିର ନରେଶ ଦାସ ଆହତ...

Advertisement
Archives

Model This Week