ବୈତରଣୀ ନଦୀ ପୋଲରୁ ବୋଲେରୋ ବୋଝେଇ ଶାଳ ଚୌକାଠ ଜବତ: ୨ ଗିରଫ

ପାଟଣା,୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ପୋଲ ନିକଟରୁ ଏକ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡିକୁ ସୋମବାର ଭୋରରୁ ପାଟଣା ବନ ବିଭାଗ ଜବତ କରିଛି। ଚୋରା କାଠ ବେପାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା କରଡ଼ିଆ ଗ୍ରାମର ବିଦ୍ୟାପତି ବାରିକ ଓ କୁଡୁମା ଗାଁର ଆଦିତ୍ୟ ଚରଣ ନାଏକ।
ପ୍ରକାଶ ଯେ, ପାଟଣା ରେଞ୍ଜ ଅଧୀନରେ କାଠ ମାଫିଆ ସକ୍ରିୟ ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ବୈତରଣୀ ନଦୀ ପୋଲ ନିକଟରେ ଛକି ରହିଥିଲେ। ବନବିଭାଗ କର୍ମଚାରୀଙ୍କୁ ଦେଖି ବିଦ୍ୟାପତି ଓ ଆଦିତ୍ୟ ବୈତରଣୀ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ବନ କର୍ମଚାରୀ ଉଭୟଙ୍କୁ କାବୁ କରିଥିଲେ। କାଠ ମାଫିଆଙ୍କୁ ଧରିବା ପାଇଁ ରେଞ୍ଜର ପବିତ୍ର ମୋହନ ନାଏକ, ବନପାଳ ସନ୍ତୋଷ ପୋହି ଓ ଗାର୍ଡ ତ୍ରିନାଥ ଜେନାଙ୍କ ସହ ପାରା ସ୍କ୍ବାର୍ଡ ସାମିଲ ହୋଇଥିଲେ। ତେବେ ଉକ୍ତ ଗାଡ଼ିରୁ ୩୪ଖଣ୍ଡ ଶାଳ ଚୌକାଠ ଜବତ ହୋଇଛି। ଜବତ ଚୌକାଠର ମୂଲ୍ୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ରେଞ୍ଜର ପବିତ୍ର ମୋହନ ନାଏକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କାନ୍ଧରେ ବୁହାହେଲା ମୃତଦେହ

କ.ନୂଆଗାଁ,୨ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ପୁଣି ମୃତଦେହକୁ କାନ୍ଧରେ ବୋହି ନେଇଛନ୍ତି ପରିବାର ଲୋକେ। ବଣ୍ଡଗୁଡା ଗ୍ରାମ ପଞ୍ଚାୟତରେ ରାତି...

ସୋରଡ଼ାରେ ବିଜେଡିର ପ୍ରତିଷ୍ଠା ଦିବସ

ସୋରଡ଼ା,୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ନେତୃତ୍ୱରେ ଦଳୀୟ କର୍ମୀ ସମର୍ଥକମାନେ ବିଜେଡିି କାର୍ଯ୍ୟାଳୟରୁ ବାହାରି...

ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଆକ୍ରମଣ କଲା ବବ୍‌ଲୁ, ଭିଡିଓ ଭାଇରାଲ

ବାରିପଦା ଅଫିସ,୨୫।୧୨- ମୟୂରଭଞ୍ଜ ଜିଲା ସ୍ଥିତ ଶିମିଳିପାଳ ଅଭୟାରଣ୍ୟ ତଥା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍‌ଲୁ ପର୍ଯ୍ୟଟକମାନଙ୍କୁ...

ବିଏସ୍‌ଏସ୍‌ କ୍ୟାମ୍ପରେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଜଣେ ଯବାନ ମୃତ, ଜଣେ ଗୁରୁତର

ମାଲକାନଗିରି,୧୫।୯(ସ୍ବ.ପ୍ର.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ନାୟକଗୁଡ଼ାସ୍ଥିତ ୪ର୍ଥ ବଏସ୍‌ଏସ୍‌ କ୍ୟାମ୍ପରେ ଅଘଟଣ ଘଟିଛି। ବିଏସ୍‌ଏସ୍‌ବିଏନ୍‌ର ଦୁଇ ଯବାନ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଜଣେ...

ରାଜ୍ୟ ସ୍ବାସ୍ଥ୍ୟ ପରିବାର ପକ୍ଷରୁ କ୍ଲିନିକ୍‌ରେ ଚଢ଼ାଉ

ଖୋର୍ଦ୍ଧା ଅଫିସ,୨୮।୧୦: ଭୁବନେଶ୍ୱର ଏକାମ୍ର ମାର୍ଗର ସଞ୍ଜିବନୀ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗ...

ତଦନ୍ତରେ ବେଦାନ୍ତକୁ ସୁରକ୍ଷା

ଯାଜପୁର ଅଫିସ,୨୯।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣିରୁ ଡମଶାଳା ନାଳକୁ ବର୍ଜ୍ୟଜଳ ନିର୍ଗତ ହେଉଥିବା ଅଭିଯୋଗର ତଦନ୍ତ ରିପୋର୍ଟ ଗତ ୨୧...

ପୁରୁଷୋତ୍ତମପୁରରେ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ଲାଗି ଭିଡ଼

ପୁରୁଷୋତ୍ତମପୁର, ୨।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକରେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ଜମିଛି। ଥାନା ପରିସରରେ...

ବଲାଙ୍ଗୀରରେ ୫୭ ତମ ଗୃହରକ୍ଷୀ ଦିବସ ପାଳିତ

ବଲାଙ୍ଗୀର ଅଫିସ୍‌,୬।୧୨: ବଲାଙ୍ଗୀର ଜିଲା ମନୋହରପୁର ପୋଲିସ ପଡ଼ିଆଠାରେ ୫୭ତମ ଗୃହରକ୍ଷୀ ଦିବସ ଓ ପରେଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଶସ୍ତ୍ର ଗୃହରକ୍ଷୀ ଓ...

Advertisement
Archives

Model This Week