ବେସିକ ଆକାଉଣ୍ଟଧାରୀଙ୍କୁ ମିଳିବ ଚେକ୍‌ବୁକ୍‌

ନୂଆଦିଲ୍ଲୀ,୧୧-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବେସିକ ଆକାଉଣ୍ଟଧାରୀଙ୍କ ଲାଗି ନିୟମ କୋହଳ କରିଛନ୍ତି। ଏଣିକି ସମ୍ପୃକ୍ତ ବ୍ୟାଙ୍କ ଏଭଳି ଆକାଉଣ୍ଟଧାରୀଙ୍କୁ ମାଗଣାରେ ଚେକ୍‌ବୁକ୍‌ ସହ ଅନ୍ୟାନ୍ୟ ସୁବିଧା ଯୋଗାଇବେ। ତେବେ ସମସ୍ତ ସୁବିଧା ଯୋଗାଣ ଆଳରେ ସେମାନଙ୍କୁ ସର୍ବନିମ୍ନ ଜମା ରାଶି ରଖିବାକୁ ବ୍ୟାଙ୍କ ବାଧ୍ୟ କରିପାରିବ ନାହିଁ। ସାଧାରଣତଃ ବେସିକ୍‌ ସେଭିଙ୍ଗ୍‌ସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟକୁ ‘ନୋ-ଫ୍ରିଲ୍ସ’ ଆକାଉଣ୍ଟ କୁହାଯାଉଛି। ଏହି ଆକାଉଣ୍ଟରେ କେତେକ ସୁବିଧା ମାଗଣାରେ ଦିଆଯାଉଛି। ସେଗୁଡିକ ହେଲା ଗୋଟିଏ ମାସରେ ୪ଥର ଏଟିଏମ୍‌ରୁ ଉଠାଣ, ଯେକୌଣସି ବ୍ୟାଙ୍କ ଶାଖାରେ ଟଙ୍କା ଜମା କରିବାର ସୁବିଧା, ଏଟିଏମ୍‌ କାର୍ଡ ଏବଂ ଏଟିଏମ୍‌-ଡେବିଟ କାର୍ଡ ଆଦି। ସେହିପରି ଗୋଟିଏ ମାସ ମଧ୍ୟରେ ଟଙ୍କା ଜମି କରିବାର ପରିମାଣ ଓ ସଂଖ୍ୟା ଉପରେ ମଧ୍ୟ କୌଣସି କଟକଣା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଓ ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ

ନୂଆଦିଲ୍ଲୀ,୨୮-୭: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଲଞ୍ଚ ହେବାର ମାତ୍ର ୩ ବର୍ଷ ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହୋଇପାରିଛି। କମ୍ପାନୀର...

୩.୨୬ ଲକ୍ଷ କୋଟିର କେନ୍ଦ୍ରୀୟ ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୨୬।୧୧: ୨୦୧୯-୨୦ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୩.୨୬ ଲକ୍ଷ କୋଟି ଟଙ୍କାର ସେଣ୍ଟ୍ରାଲ ଜିଏସ୍‌ଟି ବା କେନ୍ଦ୍ରୀୟ ଜିଏସ୍‌ଟି କରିବାକୁ ସରକାର ସକ୍ଷମ...

ସ୍ପାଇସଜେଟ୍‌ରେ ଯାତ୍ରା; ୩ ଘଣ୍ଟାର ରାସ୍ତାକୁ ଲାଗିଗଲା ୧୫ ଘଣ୍ଟା

ନୂଆଦିଲ୍ଲୀ,୧୨-୫: ବିମାନରେ ଯାତ୍ରା କରିବା ସମୟ ଅପେକ୍ଷାକୃତ କମ୍‌ ହୋଇଥାଏ। ତେବେ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ଭଡ଼ା ଗଣିବାକୁ ପଡେ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ବେଙ୍ଗାଲୁରୁରୁ...

ପିଆଜ ମହଜୁଦ ସୀମାରେ ପୁଣି ପରିବର୍ତ୍ତନ

ନୂଆଦିଲ୍ଲୀ,୧୦-୧୨: ଦେଶରେ ପିଆଜ ଦର କମୁ ନ ଥିବା ବେଳେ ସରକାର ପୁଣି ଥରେ ପିଆଜ ମହଜୁଦ ସୀମରେ ପରିବର୍ତ୍ତନ କରିଛନ୍ତି। ଖୁଚୁରା ବ୍ୟବସାୟୀଙ୍କ ଲାଗି...

ଏବେ ଆରମ୍ଭ ହେବନି ଟ୍ରେନ୍‌ ସେବା

ନୂଆଦିଲ୍ଲୀ,୧୧।୪: ଟ୍ରେନ ଯାତ୍ରୀଙ୍କ ଲାଗି ଯାତ୍ରା କାର୍ଯ୍ୟସୂଚୀ ଓ ପୁନର୍ବାର ଟ୍ରେନ ସେବା ଆରମ୍ଭ ନେଇ ଗତ ୨ ଦିନ ହେବ ଗଣମାଧ୍ୟମରେ ଖବର ପ୍ରକାଶ...

ଓଡ଼ିଶା ବଜାରରେ ନୂଆ ମହିନ୍ଦ୍ରା ଥାର୍‌

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ନୂଆ ‘ଥାର୍‌’ ମଡେଲ ପ୍ରବେଶ କରାଯାଇଛି। ସ୍ଥାନୀୟ ଉତ୍କଳ ଅଟୋମୋବାଇଲ ଶୋ’ରୁମ୍‌ଠାରେ ନିର୍ଦ୍ଦେଶକ ସୌନକ...

୫୦% ଭତ୍ତା କାଟିବ ଏୟାର ଇଣ୍ଡିଆ

ନୂଆଦିଲ୍ଳୀ,୨୪।୭: ଅନ୍ୟ ବିମାନ କମ୍ପାନୀଙ୍କ ଭଳି ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ଛଟେଇ କରିବ ନାହିଁ। କମ୍ପାନୀ ପକ୍ଷରୁ ଗୁରୁବାର ଏ ନେଇ ସ୍ପଷ୍ଟ...

କେୟର୍ନଠାରୁ ଟିକସ ଅସୁଲ କରିବେ ସରକାର

ନୂଆଦିଲ୍ଲୀ, ୫।୪:  ବେଦାନ୍ତର କେୟର୍ନ ଅଏଲ ଆଣ୍ଡ ଗ୍ୟାସ କମ୍ପାନୀଠାରୁ ଭାରତ ସରକାର ଟିକସ ଅସୁଲ କରିବେ। ଏ ଦିଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ବର୍ତ୍ତମାନ...

Advertisement


Archives

Model This Week

Why Dharitri