ବେଶ୍‌ ଉପକାରୀ କଦଳୀ ଚୋପା

କଞ୍ଚା ଅବା ପାଚିଲା କଦଳୀ ଉଭୟର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଅଧିକାଂଶ କ୍ଷେତ୍ରରେ କଦଳୀ ଖାଇବା ପରେ ଚୋପାକୁ ଫିଙ୍ଗି ଦିଆଯାଏ। କିନ୍ତୁ ଜାଣନ୍ତି, କଦଳୀ ଚୋପାରେ ଭରପୂର୍‌ ମାତ୍ରାରେ ନ୍ୟୁଟ୍ରିଏଣ୍ଟ୍‌ସ ଥାଏ, ଯାହା ଓଜନ ହ୍ରାସ କରିବା ସହ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଏହାଛଡ଼ା କଦଳୀ ଚୋପାରେ ଭିଟାମିନ୍‌ ବି-୬ ଏବଂ ବି-୧୨ ବ୍ୟତୀତ ମିନେରାଲ୍ସ, ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଥାଏ। ଏହା ଫାଇବର୍‌ର ସବୁଠୁ ଭଲ ଉତ୍ସ, ଯାହା ପାଚନକ୍ରିୟାକୁ ଠିକ୍‌ ରଖିବାରେ ସାହାଯ୍ୟ କରେ। ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି, କଦଳୀ ଚୋପାରେ ସେରୋଟନିନ୍‌ ନାମକ ପଦାର୍ଥ ଥାଏ, ଯାହା ଅବସାଦ ଉପରେ ନିୟନ୍ତ୍ରଣ ଆଣିବାରେ ସହାୟକ ହୁଏ। ଏମିତି କଦଳୀ ଚୋପାରେ ଟ୍ରିପ୍‌ଟୋଫନ୍‌ ନାମକ ପଦାର୍ଥ ମିଳିଥାଏ, ଯାହା ଏକ ପ୍ରକାରର ଆମିନୋ ଏସିଡ୍‌। ରାତିରେ ଭଲ ନିଦ୍ରା କରିବାରେ ଏହା ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। କଦଳୀ ଚୋପା ବ୍ୟବହାର କରିବା ପୂର୍ବରୁ କିଛି କଥା ଧ୍ୟାନ ଦେବାକୁ ପଡ଼ିଥାଏ। ଜାପାନୀ ସାଇଣ୍ଟିଫିକ୍‌ ରିସର୍ଚ୍ଚ ମୁତାବକ, ପାଚିଲା କଦଳୀ ଚୋପାରେ ଆଣ୍ଟି କ୍ୟାନସର୍‌ ଗୁଣ ଥାଏ, ଯାହା ଶ୍ୱେତ ରକ୍ତକଣିକାର ଉପତ୍ାଦନ ବୃଦ୍ଧି କରିବାରେ ସାହାଯ୍ୟ କରେ। ଯଦି ଆହାରରେ ଏହାକୁ ସାମିଲ କରନ୍ତି, ତେବେ ନରମ କରିବାକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ସିଝାନ୍ତୁ। ପରେ ସେବନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।...

ଦାନ୍ତ ଘଷିଲେ କମେ ହାର୍ଟଆଟାକ୍‌ ଆଶଙ୍କା !

ଓ୍ବାଶିଂଟନ,୨।୧୨: ଦାନ୍ତ ଘଷିବା ଦ୍ୱାରା ହାର୍ଟଆଟାକ୍‌ ଆଶଙ୍କା କମେ। ଏନେଇ ନିକଟରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ୟୁରୋପିଆନ୍‌ ଜର୍ନାଲ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ କାର୍ଡିଓଲୋଜିରେ ପ୍ରକାଶ...

ବିଶ୍ୱ କର୍କଟ ଦିବସ: ଆଜି ଜାଣନ୍ତୁ ଫୁସ୍‌ଫୁସ୍‌ କର୍କଟ ବିଷୟରେ..

ମେରିକା ପ୍ରଭୃତି ପାଶ୍ଚାତ୍ୟ ଦେଶରେ ପୁରୁଷଙ୍କୁ ହେଉଥିବା ପ୍ରମୁଖ କ୍ୟାନସର ବା କର୍କଟ ମଧ୍ୟରେ ଅନ୍ୟତମ ଫୁସଫୁସ କର୍କଟ। କେବଳ ଆମେରିକାରେ ବର୍ଷକୁ ପ୍ରାୟ ୬୫...

ଓଜନ କମାଇଥାଏ ଏହି ଜୁସ୍‌

ଆଜିକାଲି ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ହୋଇଛି। ଓଜନ କମାଇବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ମାତ୍ର କମଳା ଏବଂ ଗାଜର ଜୁସ୍‌...

ହୃଦ୍‌ଘାତ ଲାଗି ବରଦାନ ସଦୃଶ ହୋଇଥାଏ…

ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ରହିଥାଏ। ଏହା ସହ ଭିଟାମିନ-ବି ମହଜୁଦ ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିବା ସହ ଓଜନ୍‌...

ରୁହନ୍ତୁ ସତର୍କ, ରହିବନି ଡର

ବିପଦ ସବୁବେଳେ ହଠାତ୍‌ ଆସେ।  ତେଣୁ ଆତ୍ମସୁରକ୍ଷାକୁ ନେଇ ସମସ୍ତେ  ସର୍ବଦା ସତର୍କ ରହିବା ଆବଶ୍ୟକ। ବିଶେଷକରି ବାହାରକୁ ଯାଉଥିବା ମହିଳାମାନେ ନିଜର ସୁରକ୍ଷା ଲାଗି...

ମହିଳାଙ୍କୁ ପସନ୍ଦ ନୁହଁ ପୁରୁଷଙ୍କ ଏହି ୩ ଗୁଣ

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ଲାଗିବା ସାଧାରଣ କଥା। ବେଳେବେଳେ ସାମାନ୍ୟ କଥାକୁ ନେଇ ତୁମୁଳ କାଣ୍ଡ ବି ଘଟିଥାଏ। କାରଣ ମହିଳାଙ୍କୁ ପୁରୁଷମାନଙ୍କର...

ଶୀତଦିନେ ଆଜ୍‌ମା ସମସ୍ୟାରୁ ମୁକ୍ତି ପାଇଁ…

କେତେକଙ୍କଠାରେ ଆଜ୍‌ମା ସମସ୍ୟା ଦେଖାଦେଇଥାଏ। ଅଧିକ ଥଣ୍ଡା ପଡ଼ିଲେ କିମ୍ବା ଧୁଳି ଉଡ଼ିଲେ ଏହି ସମସ୍ୟା ବୃଦ୍ଧି ପାଇଥାଏ। କିଛି ଲୋକ ଖରାରେ ବୁଲି ବାହାରିଲେ...

Advertisement
Archives

Model This Week