ବେଳାଭୂମି ଅପରିଷ୍କାର କଲେ ଜରିମାନା ଗଣିବେ ପର୍ଯ୍ୟଟକ

ପୁରୀ ଅଫିସ, ୨୩ା୮:ପୁରୀକୁ ପ୍ରତ୍ୟହ ଦେଶ, ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ରହିଛି ମନୋରମ ବେଳାଭୂମି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ସଂଖ୍ୟାଧିକ ପର୍ଯ୍ୟଟକଙ୍କ ଖାସ୍‌ ଆକର୍ଷଣ ସାଜିଥାଏ ଏହି ବେଳାଭୂମି। ଏହାର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଦି ଘେରା ବୁଲି ଆସିଲେ ଅନେକ ଖୁସି ହୋଇଯାନ୍ତି। ସେହିପରି ପୁରୀ ସମୁଦ୍ରରେ ସ୍ନାନ କରିବାର ମଜା ନିଆରା। ବେଳାଭୂମି ସ୍ବଚ୍ଛ ଓ ସୁନ୍ଦର ରଖିବା ଲାଗି ପୁରୀ ଜିଲା ପ୍ରଶାସନ ପ୍ରୟାସ ଚଳାଇଛି। ମୋ ବିଚ୍‌ ଅଭିଯାନରେ ବେଳାଭୂମିକୁ ସଫେଇ କରାଯାଉଛି। ତେବେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ବେଳାଭୂମିକୁ ଅପରିଷ୍କାର ନ କରିବେ ସେଥିଲାଗି ସେମାନଙ୍କୁ ସଚେତନ କରିବ ପୁରୀ ପୌରସଂସ୍ଥା। ଏଥିପାଇଁ ବେଳାଭୂମି କଡ଼େ କଡ଼େ ଲାଗିଥିବା ହାଇମାଷ୍ଟ ଲାଇଟ୍‌ରେ ମାଇକ୍‌ ଲଗାଯାଇଛି।
ସମ୍ପର୍କରେ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ପୁରୀ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ଯୋଜନା ହୋଇଛି। ବେଳାଭୂମିକୁ ବୁଲି ଆସୁଥିବା କୌଣସି ପର୍ଯ୍ୟଟକ ଯେପରି ପ୍ଲାଷ୍ଟିକ, ପଲିଥିନ କିମ୍ବା ଅନ୍ୟ କୌଣସି ଆବର୍ଜନା ବେଳାଭୂମିରେ ନ ପକାନ୍ତି ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିଲାଗି ପର୍ଯ୍ୟଟକଙ୍କୁ ସଚେତନ କରାଯିବ। ସ୍ବଚ୍ଛତା ବିଷୟରେ ରେକର୍ଡିଂ କରାଯାଇ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବ। ସେହିପରି ନୋ ପାର୍କିଂ ଜୋନ୍‌ରେ କେହି ଗାଡି ରଖିବେ ନାହିଁ। ଯଦି ଏ ସବୁକୁ କେହି ନ ମାନନ୍ତି ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳର ନୂଆ ସମ୍ପାଦକ

ଭୁବନେଶ୍ୱର, ୪।୭ (ଅନିଲ ଦାସ): ଡ. ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳର ନୂତନ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଲୋକସେବକ ମଣ୍ଡଳ ସମ୍ବିଧାନ ଧାରା-୬ ଅନୁଯାୟୀ...

ଯାଜପୁରରେ ଆତଙ୍କ ଖେଳାଇଥିବା ଦନ୍ତାହାତୀ ଆଖି ବୁଜିଲା

ଭୁବନେଶ୍ୱର,୯।୩(ବ୍ୟୁରୋ): ଯାଜପୁରରେ ୫ ଜଣ ଲୋକଙ୍କ ଜୀବନ ନେଇସାରିବା ପରେ ଟ୍ରାଙ୍କୁଲାଇଜ କରି ଦନ୍ତା ହାତୀଟିକୁ ସେତେବେଳେ କାବୁ କରାଯାଇଥିଲା। ତେବେ ସେହି ଦନ୍ତାଟି ଆଖି...

ବଦଳିଲେ ଜିଲାପାଳ : ପାରୁଲ ଜଗତ୍‌ସିଂହପୁର, ସଂଗ୍ରାମ କେଶରୀ ଖୋର୍ଦ୍ଧା

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ଏବଂ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ...

ଦନ୍ତାହାତୀର ମୃତଦେହ ଠାବ

ଠାକୁରମୁଣ୍ଡା,୧୦ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମ ମଙ୍ଗଲକଚା ଜଙ୍ଗଲ କଡ଼ରେ ସୋମବାର ଏକ ଦନ୍ତାହାତୀର...

ପଡିଆରେ ପଢ଼ୁଛନ୍ତି ଛାତ୍ରୀଛାତ୍ର

ଆନନ୍ଦପୁର/କଣ୍ଟିପାଳ,୨୦।୫ (ସ୍ବ.ପ୍ର./ଡି.ଏନ୍‌.ଏ.) ୫ଟି ଯୋଜନାରେ ବିଦ୍ୟାଳୟର ନୂତନ ରୂପରେଖ ଦିଆଯାଉଛି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ବିଦ୍ୟାଳୟକୁ ଏକ ଶୈକ୍ଷିକ ବାତାବରଣ ଦେବାକୁ...

ବିନୋଦିନୀ ଦେବୀ ପାଇବେ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’

ଭୁବନେଶ୍ୱର,୩।୯ (ବ୍ୟୁରୋ): ଆସନ୍ତା ୫ ତାରିଖରୁ ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ-୨୦୨୧ ଆରମ୍ଭ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ୯ ତାରିଖ...

ବିଧାୟକଙ୍କ ଡ୍ରାଇଭର, ପିଏସ୍‌ଓଙ୍କ ଉପରେ ଆକ୍ରମଣ

ଲୋଇସିଂହା,୧୨।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡ଼ା ଛକରେ ୨ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ମଙ୍ଗଳବାର ଲୋଇସିଂହା ବିଧାୟକଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ଆହତ...

କରି ପାରିଲେନି ଋଣ ପରିଶୋଧ, ଘର ଜବତ କଲା ବ୍ୟାଙ୍କ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଜଣେ ବ୍ୟକ୍ତି ବ୍ୟାଙ୍କ ଋଣ ନେଇ ପରିଶୋଧ ନ କରିବାରୁ ତାଙ୍କ ଘର ଜବତ ହେବା...

Advertisement
Archives

Model This Week