ବେଲପାହାଡ଼ ଲଢ଼େଇ : ବିନୋଦ ବନାମ ସତ୍ୟ

ଚଳିତ ଅପେରା ସିଜନରେ ନିଜ ନିଜ ନାଟକକୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ କେବଳ ପାର୍ଟିରେ ପ୍ରୋପ୍ରାଇଟର ନୁହନ୍ତି, କଳାକାରମାନେ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଶେଷ ହୋଇଛି ବେଲପାହାଡ଼ ଦଶହରା ମହୋତ୍ସବ। ଏହି ଅପେରା ଲଢ଼େଇରେ ଦୁଇଟି ପାର୍ଟି-ନବଗଠିତ ତଥା ବଙ୍କିମ ସ୍ବାଇଁଙ୍କ ଦ୍ୱାରା ପରିଚାଳିତ ସୂର୍ଯ୍ୟମହଲ ଏବଂ ଅପେରା ଜଗତର ଅନ୍ୟତମ ଆଗଧାଡିର ପାର୍ଟି ତୁଳସୀ ଗଣନାଟ୍ୟ ମୁହଁାମୁହିଁ ହୋଇଥିଲେ। ଦୁଇ ପାର୍ଟି ଦ୍ୱାରା ପରିବେଷିତ ନାଟକଗୁଡ଼ିକ ଯାତ୍ରାପ୍ରେମୀଙ୍କୁ ଭରପୂର ଏଣ୍ଟରଟେନମେଣ୍ଟ ଯୋଗାଇଥିଲା। ବିଶେଷଭାବରେ ଜଲିଉଡ୍‌ର ନିଆରା ଅଭିନେତା ତଥା ଅପେରା ସୂର୍ଯ୍ୟମନ୍ଦିରର ଷ୍ଟାର ଆକ୍ଟର ବିନୋଦ ନାଥ ଏବଂ ତୁଳସୀର ରୋମାଣ୍ଟିକ ନାୟକ ସତ୍ୟ ସେଠାରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲେ। କେବଳ ଅତ୍ୟାଧୁନିକ ସାଜସଜ୍ଜାରେ ସଜ୍ଜିତ ତୁଳସୀ ଗଣନାଟ୍ୟ ନୁହେଁ ହାଇବଜେଟରେ ନବଗଠିତ ସୂର୍ଯ୍ୟମନ୍ଦିରର ମେଲୋଡି ଏବଂ ଆଙ୍କରିଂ ମଧ୍ୟ କୌଣସି ଗୁଣରେ କମ୍‌ ନ ଥିଲା। ଏହି ପାଞ୍ଚ ଦିନବ୍ୟାପୀ ଲଢ଼େଇରେ ସୂର୍ଯ୍ୟମନ୍ଦିର ପରିବେଷିତ ନାଟକ ‘ମାୟାବିନୀ ମୌସୁମୀ’, ‘ପୁଅ ଯିବ ଶାଶୁଘର’, ଅନୁସନ୍ଧାନ ନାଟକ ‘କାହାଣୀ କହିବ ସୂର୍ଯ୍ୟମନ୍ଦିର’ ଏବଂ ‘ଭିତିରି କଥା’ରେ ବିନୋଦଙ୍କ ଭୂମିକାକୁ ଦର୍ଶକ ବେଶ୍‌ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା। ଅପରପକ୍ଷରେ ତୁଳସୀ ଗଣନାଟ୍ୟ ପରିବେଷିତ ନାଟକ ‘ସାବିତ୍ରୀ କରିବ ସ୍ବାମୀ ନିଲାମ’, ‘ହସୁଛି କେବଳ କାନ୍ଦିବା ପାଇଁ’, ‘ଲକ୍ଷେ ପୁଅ ନଷ୍ଟ ତୋରି ପାଇଁ’, ‘ଆଖିର ସପନ ଲୁହରେ ଶେଷ’ ଏବଂ ‘କହିଦେଲେ କଥା ସରିଯିବ’ ମଧ୍ୟ ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri