Posted inଖେଳ

ବେଲଜିୟମ ଟୁର୍‌ରେ ଭାରତର ଶତପ୍ରତିଶତ ରେକର୍ଡ

ଆଣ୍ଟ୍ବେର୍ପ(ବେଲଜିୟମ), ୪।୧୦- ବେଲଜିୟମ ଟୁର୍‌ରେ ଭାରତୀୟ ହକି ଦଳ ଶତ ପ୍ରତିଶତ ବିଜୟ ରେକର୍ଡ ହାସଲ କରିଛି। ଦଳ ଖେଳିଥିବା ୫ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି। ଟୁର୍‌ର ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ବେଲଜିୟମକୁ ୨-୦ ଗୋଲରେ ହରାଇବାପରେ ପରବର୍ତ୍ତୀ ୨ଟି ମ୍ୟାଚରେ ସ୍ପେନକୁ ଯଥାକ୍ରମେ ୬-୧ ଓ ୫-୧ ଗୋଲରେ ପରାସ୍ତ କରିଥିଲା। ୪ର୍ଥ ମ୍ୟାଚରେ ଭାରତ ୨-୧ ଗୋଲରେ ବିଜୟୀ ହୋଇଥିବାବେଳେ ଗୁରୁବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ମ୍ୟାଚରେ ୫-୧ ଗୋଲରେ ବେଲଜିୟମକୁ ପରାସ୍ତ କରିଛି। ଭାରତ ପକ୍ଷରୁ ସିମରନଜିତ ସିଂ, ଲଳିତ କୁମାର ଉପାଧ୍ୟାୟ, ବିବେକ ସାଗର ପ୍ରସାଦ, ହରମନପ୍ରୀତ ସିଂ ଏବଂ ରମଣଦୀପ ସିଂ ଗୋଲ ସ୍କୋର କରିଥିଲେ।
ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ତଥା ୨ ନମ୍ବର ଦଳ ବେଲଜିୟମ ବିପକ୍ଷରେ ୫ ନମ୍ବର ର଼୍ୟାଙ୍କ୍‌ପ୍ରାପ୍ତ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା। ୭ମ ମିନିଟରେ ସିମରନଜିତ ସିଂ ଏକ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ୯ମ ମିନିଟରେ ବେଲଜିୟମ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ କିପର କ୍ରିଷ୍ଣନ ବି. ପାଠକ ତାହାକୁ ସେଭ୍‌ କରି ଦେଇଥିଲେ। ଫଳରେ ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବଳବତ୍ତର ରହିଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଜୋରଦାର ଆକ୍ରମଣ କରିଥିଲା ବେଲଜିୟମ। ୧୬ତମ ମିନିଟରେ ଦଳକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ପାଠକ ତାହାକୁ ବେକାର କରି ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ୧-୦ରେ ଅପରିବର୍ତ୍ତିତ ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ପରିବର୍ତ୍ତିତ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲା। ଏହାର ଫଳ ମିଳିଥିଲା। ୩୫ତମ ମିନିଟରେ ଲଳିତ ଉପାଧ୍ୟାୟ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାର ୧ ମିନିଟ ପରେ ବିବେକ ସାଗର ପ୍ରସାଦ ଆଉ ଏକ ଗୋଲ ଦେବାରୁ ବେଲଜିୟମ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ୩୮ତମ ମିନିଟରେ ବେଲଜିୟମ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାକୁ ଉଦ୍ୟମ କରିଥିବାବେଳେ ବଦଳ ଗୋଲକିପର ପି.ଆର. ଶ୍ରୀଜେଶ ଡାଇଭ୍‌ ମାରି ତାହାକୁ ସେଭ୍‌ କରିଦେଇଥିଲେ। ମାତ୍ର ବଲ୍‌କୁ ନିଜ ନିୟନ୍ତ୍ରଣକୁ ଆଣି ୩୯ତମ ମିନିଟରେ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭାରତ ଆଉ ୨ଟି ଗୋଲ ଦେଇ ପ୍ରତିପକ୍ଷ ଦଳର ଆଶାରେ ପାଣି ଭରି ଦେଇଥିଲା। ୪୨ତମ ମିନିଟରେ ପେନାଲ୍ଟି କର୍ନରକୁ ଡ୍ରାଗ୍‌ଫ୍ଲିକ୍‌ ମାଧ୍ୟମରେ ହରମନପ୍ରୀତ ସିଂ ଗୋଲରେ ପରିଣତ କରିଥିବାବେଳେ ୪୩ତମ ମିନିଟରେ ଅଭିଜ୍ଞ ରମଣଦୀପ ସିଂ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ଓହରିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୬ା୩ (ପି.ଟି.)-କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଭାରତର କେତେଜଣ ବ୍ୟାଡମିଣ୍ଟନ ଖେଳାଳି ଆସନ୍ତା ସପ୍ତାହରେ ହେବାକୁଥିବା ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରୁ ଓହରିଯାଇଛି।...

କରୋନା ଦ୍ୱାରା ଭାରତୀୟ କ୍ରୀଡ଼ା ପ୍ରଭାବିତ

ନୂଆଦିଲ୍ଲୀ,୭।୩(ପି.ଟି.)- ବିଶ୍ୱବ୍ୟାପୀ କରୋନାଭାଇରସ୍‌ର ଆତଙ୍କ ଦେଖା ଦେଇଛି। ଏହା ମଧ୍ୟ ଭାରତୀୟ କ୍ରୀଡ଼ାକୁ ପ୍ରଭାବିତ କରିଛି। ପ୍ରଥମ ମେଜର ଇଭେଣ୍ଟ ଭାବେ ଶୁଟିଂ ବିଶ୍ୱକପକୁ ଘୁଞ୍ଚାଇବା...

ସୌରଭଙ୍କୁ ଭେଟିଲେ ପଙ୍କଜ, ସଞ୍ଜୟ

କଟକ ଅଫିସ,୨୪ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ...

ଧୋନୀଙ୍କ ଅବସର ପୂର୍ବରୁ ଏହି ସ୍ବପ୍ନ ପୂରଣ କରିବାକୁ ଚାହୁଁଛନ୍ତି ଉଥାପ୍ପା

ବେଙ୍ଗାଳୁରୁ,୨୨।୨: କ୍ରିକେଟର୍‌ ରବିନ ଉଥାପ୍ପା ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବେ। ଗତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଉଥାପ୍ପା ଖେଳିଥିଲେ। ଚେନ୍ନାଇ...

ଭାଇରସ୍‌ ଯୋଗୁ ଏବେଠୁ ଅଲିମ୍ପିକ୍ସ ଉପରେ ବିପଦ ଅଛି କହିବା ଉଚିତ ନୁହେଁ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୯।୨- ଚାଇନାରେ କରୋନା ଭାଇରସ ୧୮୦୦ରୁ ଊର୍ଦ୍ଧ୍ୱ ପ୍ରାଣ ନେଇସାରିଲାଣି। କିନ୍ତୁ ଏବେଠାରୁ ଟୋକିଓ ଅଲିମ୍ପିକ୍ସ ଉପରେ ଭାଇରସ୍‌ର ପ୍ରଭାବ ପଡ଼ିବ କି ନାହିଁ, କହିବା...

ଭାରତୀୟ ଦଳ ସହ ଗସ୍ତ କରିବେ ୪ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୬।୪- ଆଇସିସି ବିଶ୍ୱକପ୍‌ ଲାଗି ସୋମବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ତେବେ ବିଶ୍ୱକପ୍‌ ସମୟରେ ଭାରତୀୟ...

ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡିଲେ ଫଲଟନ

ଅକ୍‌ଲାଣ୍ଡ,୨।୭ (ପି.ଟି.): ପିଟର ଫଲଟନ ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ୍‌ ପଦ ଛାଡିଛନ୍ତି। ସେ କାଣ୍ଟେରବୁରି ପୁରୁଷ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହେବା ପାଇଁ...

ଅଲିମ୍ପିକ ହକିରେ ଖେଳି ନ ପାରେ ପାକିସ୍ତାନ

କରାଚୀ, ୧୭|୫ (ପି.ଟି.)- ଆସନ୍ତା ବର୍ଷ ଅଲିମ୍ପିକ ଗେମ୍ସରେ ପାକିସ୍ତାନ ହକି ଦଳର ଅଂଶଗ୍ରହଣ ନେଇ ଅନିଶ୍ଚିତ ଦେଖାଦେଇଛି। କାରଣ, ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)...

Advertisement
Ten Cric Info


Archives

Model This Week