ବେପରୁଆ ଟୁଇଟରୁ ଉଡିଗଲା ଲକ୍ଷେ କୋଟି

ନୂଆଦିଲ୍ଲୀ,୩। ୫: ପ୍ରମୁଖ ଇ-ଯାନ କମ୍ପାନୀ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ (ସିଇଓ) ଏଲନ ମସ୍କଙ୍କ ବେପରୁଆ ଟୁଇଟ ପୁଣି ଥରେ କମ୍ପାନୀ ଲାଗି କ୍ଷତିକାରକ ହୋଇଛି। ଏହି କାରଣ ପାଇଁ ଶନିବାର ଟେସ୍‌ଲାର ବଜାର ପୁଞ୍ଜିକରଣରୁୁ ୧୪ ବିଲିୟନ ଡଲାର ବା ପ୍ରାୟ ଲକ୍ଷେ କୋଟି ଟଙ୍କା ଉଡିଯାଇଛି। ମସ୍କ ତାଙ୍କର ପୂର୍ବ ଟୁଇଟ ପାଇଁ ବିବାଦ ଘେରକୁ ଚାଲି ଆସିଥିଲେ। କମ୍ପାନୀର ଶେୟାର ପ୍ରାଇସ ଅଧିକ ରହିଥିବା ସେ ଶନିବାର ଟୁଇଟ କରିଥିଲେ। ଏହା ପରେ କମ୍ପାନୀର ଶେୟାର ମୂଲ୍ୟରେ ଲଗାତାର ହ୍ରାସ ହେବା ଦେଖାଯାଇଥିଲା। ରିପୋର୍ଟ ମୁତାବକ ଶେୟାର ବଜାର କାରବାର ଆରମ୍ଭ ହେବାର ମାତ୍ର ଅଧଘଣ୍ଟା ମଧ୍ୟରେ ଟେସଲା ଶେୟାର ପ୍ରାୟ ୧୨% ଖସିଯାଇଥିଲା। ପରେ ଏଥିରେ ସୁଧାର ଆସିବା ଯୋଗୁ ଏହା ପୂର୍ବ ତୁଳନାରେ ୭.୧୭% ନିମ୍ନରେ ରହିଛି। ୨୦୧୮ରେ ତାଙ୍କର ଅନ୍ୟ ଏକ ବିବାଦୀୟ ଟୁଇଟ ସାମ୍ନାକୁ ଆସିଥିଲା। ଟେସ୍‌ଲା ଏକ ଘରୋଇ କମ୍ପାନୀ ହେବାକୁ ଯାଉଛି ବୋଲି ସେ ଟୁଇଟ କରିଥିଲେ। ଏଥିଯୋଗୁ କମ୍ପାନୀର ଭାଲ୍ୟୁଏଶନ ୧୪୧ ବିଲିୟନ ଡଲାରରୁ ୧୩୩ ବିଲିୟନ ଡଲାରକୁ ଖସି ଆସିଥିଲା। ଏହି ଘଟଣା ପରେ ତାଙ୍କୁ କମ୍ପାନୀର ଅଧ୍ୟକ୍ଷ ପଦରୁ ହଟାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦନରେ ଜେଏସ୍‌ପିଏଲ୍‌ର ରେକର୍ଡ

ଭୁବନେଶ୍ୱର,୬।୫: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ରେକର୍ଡ ହାସଲ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ...

ଭାରତୀୟ ଆଇଟି କମ୍ପାନୀର ବଦଳିଲା ଭାଗ୍ୟ, କ୍ଷଣିକ ମଧ୍ୟରେ ୫୦୦ ପାଲଟିଲେ କୋଟିପତି…

ଓ୍ବାଶିଂଟନ,୨୩।୯: ଭାରତୀୟ ଆଇଟି କମ୍ପାନୀ ଫ୍ରେଶ୍‌ଓ୍ବାର୍କ ଆମେରିକାର ନାସଡାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା କ୍ଷଣିକ ମଧ୍ୟରେ ୫୦୦ ଲୋକ କୋଟିପତି ପାଲଟି ଯାଇଛନ୍ତି।...

କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ୨,୧୩୧ କୋଟି

ନୂଆଦିଲ୍ଲୀ,୨୧।୪: କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କରେ ରାଜ୍ୟଗୁଡିକର ଅଂଶ ବାବଦକୁ ଏପ୍ରିଲର କିସ୍ତି ପ୍ରଦାନ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୪୬,୦୩୮ କୋଟି ଟଙ୍କାର...

ଟ୍ରେଡ ଓ୍ବାରରୁ ଫାଇଦା ନେବାକୁ ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୨୧-୧୧: ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ଟ୍ରେଡ ଓ୍ବାର (ବାଣିଜ୍ୟ ଯୁଦ୍ଧ)ର ଫାଇଦା ନେବାକୁ ଭାରତ ଏବେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଥିବା କୁହାଯାଉଛି।...

ଏଫ୍‌ଡିଆଇ ଲାଗି ଉତ୍କୃଷ୍ଟ ସମୟ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଲାଗି ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି ହୋଇଛି। ଭାରତ ସମେତ ସାରା ବିଶ୍ୱ ଏବେ ଲକ୍‌ଡାଉନ ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି।...

ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ

ନୂଆଦିଲ୍ଲୀ,୯-୧: ବୁଧବାର ଦେଶବ୍ୟାପୀ ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ସରକାରଙ୍କ ବିଭିନ୍ନ ଜନ ବିରୋଧି ନିଷ୍ପତ୍ତିକୁ ବିରୋଧ କରି ଦେଶର ୧୦ କେନ୍ଦ୍ରୀୟ...

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

୨୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୧୪।୧: ରେକର୍ଡ ଉଚ୍ଚ ସ୍ତରରେ ରହିବା ପରେ ବୁଧବାର ଭାରତୀୟ ଶେୟାର ବଜାରରେ କିଛିଟା ପ୍ରଭାବ ପଡ଼ିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ୨୫ ପଏଣ୍ଟ...

Advertisement
Archives

Model This Week