ବେପରୁଆ ଗାଡି ଚାଳକଙ୍କୁ ଧରି ଥାନା ଜିମାଦେଲେ ଲୋକେ

ଲାଠୋର, ୨୬ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସଦର ଗ୍ରାମ ଲାଠୋରରେ ବୁଧବାର ବେପରୁଆ ଗାଡି ଚାଳନା କରୁଥିବା ଜଣେ ଚାଳକଙ୍କୁ ଆମ୍ବେଦକର କଲୋନୀର ଯୁବକମାନେ ଧରି ଥାନା ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ ମଧ୍ୟାହ୍ନରେ ଏକ ମାଲ ବୋଝେଇ ଟ୍ରକ ନଂ ସିଜି ୦୪ ଏମଏନ ୪୩୪୭ ରାୟପୁରରୁ କଣ୍ଟାବାଞ୍ଜିକୁ ଆସୁଥିଲା। ଲାଠୋର ଗ୍ରାମର ଆମ୍ବେଦକର ଛକ ନିକଟରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ କପା ବୋଝେଇ ଟ୍ରକ ନଂ ସିଜି ୦୪ ଏମଟି ୦୨୦୭କୁ ଏହି ଟ୍ରକ ଧକ୍କାଦେଇ ଦ୍ରୁତ ଗତିରେ ଆଗକୁ ମାଡି ଯାଇଥିଲା। ଏହି ସମୟରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ ଛିଡା ହୋଇଥିବା କେତେକ ଯୁବକଙ୍କ ଗାଡି ସେମାନଙ୍କ ଆଡକୁ ମାଡି ଆସୁଥିବା ଦେଖି ଭୟରେ ଦୌଡି ପଳାଇଥିଲେ। ପରେ ସମ୍ପୃକ୍ତ ଗାଡି ଡ୍ରାଇଭର ରବି ବୈଷ୍ଣବ ଗାଡିରୁ ଓହ୍ଳାଇ ଓଲଟି କପା ବୋଝେଇ ଟ୍ରକର ଡ୍ରାଇଭର ସୟତ ପିରଅଲ୍ଲୀଙ୍କୁ ମାରପିଟ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଯୁବକମାନେ ରବିଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ପୋଲିସକୁ ମଧ୍ୟ ରବି କୁଆଡେ ଗାଳିଗୁଲଜ କରିଥିଲେ। ଏ ନେଇ ଲାଠୋର ଥାନାରେ ଏକ ମାମଲା (ନଂ. ୧୯/୨୦)ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି। ପୋଲିସ ଉକ୍ତ ଟ୍ରକକୁ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି’

କେନ୍ଦୁଝର/ହାଟଡିହୀ, ୨୦।୨  (ସ୍ବ.ପ୍ର./ଡିି.ଏନ.ଏ.) ‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି। ଯେଉଁଠି ଚାହିଁବି ସେଠି ପଶିବି। ପରିବାରର ସମସ୍ତଙ୍କୁ ବାନ୍ଧି ଜେଲ ପଠେଇ ଦେବି।...

ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ବନ୍ତ,୧୫।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ମଦ ବିରୋଧୀ ଆନ୍ଦୋଳନ ଜେତିିବାରେ ଲାଗିଛି। ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକ ‘ସମ୍ଭବ ଓଡ଼ିଶା’ ଆନୁକୂଲ୍ୟରେ ମଦ...

ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ

ପାଟଣା,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଜାମୁନାଳିଆ ଗାଁ ନିକଟରେ ଥିବା ସନ୍ନିକଟ ଜଙ୍ଗଲରୁ ଶନିବାର ସକାଳୁ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ...

ଥାନାରେ ଖତ ଖାଉଛି ଜବତ ଗାଡି

ବ୍ରହ୍ମପୁର ଅଫିସ,୨୯ା୯-ଏବେ ସବୁ ଥାନାର ଅବସ୍ଥା ଏକା ପରି ଜବତ ହେଉଥିବା ଗାଡିରେ ଭର୍ତ୍ତି ହେଲାଣି ଥାନା କ୍ୟାମ୍ପସ। ଦୀର୍ଘ ବର୍ଷ ଧରି ପଡି ରହିଥିବା...

ଗୋବରଗୋଲା ଜଳପ୍ରପାତ

ପର୍ଯ୍ୟଟନ ଋତୁ ଆସିଲେ କଳାହାଣ୍ଡି ଜିଲାର ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ମନେପଡେ ଗୋବରଗୋଲା ଜଳ ପ୍ରପାତ। ଜିଲାର ସଦରମହକୁମା ଭବାନୀପାଟଣାଠାରୁ ଏହାର ଦୂର ପ୍ରାୟ ୪୫ କି.ମି.।...

ଜାଳେଣିରୁ ଜଙ୍ଗଲ ମୋହ

କାମାକ୍ଷାନଗର, ୨୪।୧ (ସୁଧୀର କୁମାର ପରିଡ଼ା) ସୂର୍ଯ୍ୟ ଉଇଁଲେ ଆରମ୍ଭ ହୁଏ ଅଭିଯାନ। କାନ୍ଧରେ କୁରାଢ଼ି, ହାତରେ ଠେଙ୍ଗା ଧରି ଦଳେ ପଶନ୍ତି ଜଙ୍ଗଲ ଭିତରକୁ।...

ଆନ୍ତରିକତାହୀନ ମିଶନ

ଦୈନନ୍ଦିନ ଖାଦ୍ୟ ପାଇଁ ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ଓଡ଼ିଶାରେ ଚାହିଦା ମୁତାବକ ଉତ୍ପାଦନ ହୋଇ ପାରୁନାହିଁ। ଫଳରେ ୮୦ ପ୍ରତିଶତ ଆଳୁ...

କୂଳ ଲଙ୍ଘୁଛି ଡାହୁକା: ନଷ୍ଟ ହେଉଛି ଜାମୁ ଜଙ୍ଗଲ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ଡାହୁକା ନଦୀ କୂଳରେ ରହିଛି ବୃହତ୍ତ ଜାମୁ ଜଙ୍ଗଲ। ୮୦୦...

Advertisement
Archives

Model This Week