ବେନିୟମ ଚାଲାଣ ହେଉଛି କେନ୍ଦୁପତ୍ର: ବିନା ନଥିପତ୍ରରେ ଚାଲିଛି କାରବାର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : ମାଲକାନଗିରି ଜିଲାରେ ବର୍ଷକୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର କାରବାର ହୋଇଥାଏ। ଜିଲାର ଆଦିବାସୀ ଏବଂ ଅଣ ଆଦିବାସୀ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରଣ ମେଣ୍ଟାଇଥାନ୍ତି। ଚଳିତବର୍ଷ କରୋନା ଯୋଗୁ କେନ୍ଦୁପତ୍ର ସଂଗ୍ରହ ଓ ବ୍ୟବସାୟ ଉପରେ ଆଶଙ୍କା ଥିଲା। ସରକାର କେନ୍ଦୁପତ୍ର ସଂଗ୍ରହ ପାଇଁ ନିୟମରେ କୋହଳ କଲା ପରେ ବନ ବିଭାଗ ପତ୍ରତୋଳା ଆରମ୍ଭ କରିଥିଲା। ମାତ୍ର ରାଜ୍ୟ ବାହାରର କେତେଜଣ ବ୍ୟବସାୟୀ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ମିଶି କେନ୍ଦୁପତ୍ର ସଂଗ୍ରହ କରି ବସ୍ତାରେ ଲୋଡ୍‌ କରି ବିଭିନ୍ନ ସ୍ଥାନରେ ଲୁଚାଇ ରଖୁଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ ବନ ବିଭାଗ ହେଉ କିମ୍ବା ସ୍ବୀକୃତିପ୍ରାପ୍ତ ବେସରକାରୀ ସଂସ୍ଥା ପତ୍ର ଖର୍ଦ୍ଦି କଲେ ସେହି ଫଡ଼ିରୁ ପରିବହନ ସମୟରେ ଚାଲାଣ ରସିଦ୍‌ କାଟିବେ। ଗାଡ଼ିରେ କେତେ ବସ୍ତା କେଉଁ ଫଡ଼ିରୁ ଲୋଡ୍‌ କରାଗଲା, କେଉଁ ଗୋଦାମକୁ ଯିବ ଗାଡ଼ି ନମ୍ବର, ଡ୍ରାଇଭରଙ୍କ ନାମ ଆଦି ଉଲ୍ଲେଖ କରାଯିବା କଥା। ମାତ୍ର ଏହା ହେଉନାହିଁ। ସୋମବାର କେତେକ ଗାଡି ପତ୍ର ଲୋଡ୍‌କରି ଯାଉଥିବା ବେଳେ ସେମାନଙ୍କୁ ଯାଞ୍ଚ ସମୟରେ ଅବ୍ୟବସ୍ଥା ଧରାପଡ଼ିଥିଲା। ଗୋଟିଏ ଗାଡ଼ିିରେ ଏକ ବେସରକାରୀ ସଂସ୍ଥାର କେନ୍ଦୁପତ୍ର ବ୍ୟାଗ୍‌ ପରିବହନ ରସିଦ୍‌ ଥିବା ବେଳେ ଅନ୍ୟ ଏକ ୪୦୭ ଗାଡ଼ିରେ ହାତଲେଖା ଚିରକୁଟ ଡ୍ରାଇଭର ଦେଖାଇଥିଲେ। ଏହା ସମ୍ପୂର୍ଣ୍ଣ ବେନିୟମ। ଡ୍ରାଇଭରଙ୍କୁ ଏନେଇ ପଚାରିବାରୁ ସେ ଠିକ୍‌ ଉତ୍ତର ଦେଇପାରି ନ ଥିଲେ। ଫଳରେ ଏହା ଚୋରା କାରବାର ବୋଲି ସନ୍ଦେହ ଉପୁଜିଛି। ଜିଲାରେ ଏପରି ବହୁସଂଖ୍ୟକ ଟ୍ରାକ୍ଟର , ୪୦୭ ଓ ଟ୍ରକ୍‌ରେ ବିନା ଫଡ଼ି ଚାଲାଣରେ କେନ୍ଦୁପତ୍ର ଚାଲାଣ ହେଉଛି। ବନ ବିଭାଗ, ଜିଲା ପ୍ରଶାସନ ଓ ପୋଲିସ ବିଭାଗ ଆଖିବୁଜି ଦେଇଛି। ତୁରନ୍ତ ଦୁର୍ନୀତି ନିବାରଣ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋକୁଳାନନ୍ଦଜୀଉଙ୍କ ଚିତାଲାଗି

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ସିଧାମୂଳାସ୍ଥିତ ଗୋକୁଳାନନ୍ଦ ଜୀଉଙ୍କ ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣର ଚିତାଲାଗି କରାଯାଇଥିଲା । ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଶ୍ରୀଜୀଉଙ୍କ...

ଲକର ଖୋଲି ନ ପାରି ଲୁଟିନେଲେ ୫ କଏନ ବସ୍ତା

ବସ୍ତା, ୨୦।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ମୁକୁଳିସିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଶନିବାର ରାତିରେ ଡକାୟତି ହୋଇଥିବା ଜଣାପଡିଛି। ରବିବାର ଛୁଟି ଥିବାରୁ ଏହା...

ସବୁଜିମା ଫେରିବା ନେଇ ଆଶଙ୍କା: ଚାରା ନେବାକୁ ଆଗ୍ରହ ଦେଖାଉନାହାନ୍ତି ସହରୀ ଲୋକ

ପୁରୀ ଅଫିସ, ୮ା୭: ପୁରୀ ଜିଲାକୁ ଏକପ୍ରକାର ଗଛ ଶୂନ୍ୟ କରିଦେଇଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଫନୀ। ବାତ୍ୟାରେ ଜିଲାରେ ଲକ୍ଷ ଲକ୍ଷ ଗଛ ଭାଙ୍ଗିଯିବାରୁ...

କଟକ-ଚାନ୍ଦବାଲି ରାସ୍ତା ବୃକ୍ଷଶୂନ୍ୟ

କେନ୍ଦ୍ରାପଡ଼ା ଅଫିସ, ୨୧ା୧: ଜାନୁୟାରୀ ଅଧାରୁ ଶୀତ ଉଭାନ ହୋଇଛି ା ଆଗକୁ ଆସୁଛି ଖରାଦିନ ା ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସରେ...

ଥାନା ଆଗରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ବୋଲଗଡ଼,୧୮ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଆଗରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେତେଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ...

୫୦ରୁ ଊର୍ଦ୍ଧ୍ୱ ବୟସ୍କ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ ଅଫିସ ମନା

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିବାରେ ଲାଗିଛନ୍ତି। ମଙ୍ଗଳବାର ୫୦ବର୍ଷ ଏବଂ ତା’ଠାରୁ ଅଧିକ...

ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତା ଜବରଦଖଲ ହଟୁନି, ବଢୁଛି ଦୁର୍ଘଟଣା

ବରୀ,୨୫।୧୦(ଡି.ଏନ.ଏ.): ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ହଟୁନି। ଏଥିଯୋଗୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ...

୫ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ବିଧାନସଭା ଶୀତକାଳୀନ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ୫ ଯାଏ ମୁଲତବୀ ରହିଛି। ଆରମ୍ଭରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକାର୍ଯ୍ୟକୁ ଅପରାହ୍ନ...

Advertisement
Archives

Model This Week