Posted inଜାତୀୟ

ବେଧଡ଼କ ଦେହବେପାର: ଚେର ଲମ୍ବିଛି ବାଂଲାଦେଶରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୮: ଦେଶର କେତେକ ଅଞ୍ଚଳରେ ବେଧଡ଼କ ଦେହ ବେପାର ଜାରି ରହିଛି। ଏଥିରେ ଏକ ବଡ଼ ର଼୍ୟାକେଟ୍‌ କାମ କରୁଥିବା ପୋଲିସ କହିଛି। ବାଂଲାଦେଶରୁ ଏହାର ଚେର ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ବାଂଲାଦେଶରୁ ତରୁଣୀମାନଙ୍କୁ ଅଣାଯାଇ ବିହାର, ଗୁଡଗାଓ୍ବଁ ତଥା ଦିଲ୍ଲୀର ବିଭିନ୍ନ ନାଇଟ୍‌ କ୍ଲବ୍‌, ହୁକ୍କାବାର, ଡ୍ୟାନ୍ସ୍‌ କ୍ଲବ୍‌ରେ ଗରାଖଙ୍କୁ ଯୋଗାଇ ଦିଆଯାଉଛି। ତେବେ ଏସବୁ ସ୍ଥାନକୁ ଆସୁଥିବା ବିଦେଶୀ ଛାତ୍ରଙ୍କୁ ର଼୍ୟାକେଟ୍‌ ସଦସ୍ୟ ଟାର୍ଗେଟ୍‌ କରିଥାନ୍ତି। ଅଧିକାଂଶ ନାଇଜେରିଆ ଯୁବବର୍ଗଙ୍କ ଦ୍ୱାରା ଏଭଳି ର଼୍ୟାକେଟ କାରବାର କରୁଥିବା କୁହାଯାଉଛି। ଦେହବେପାରରେ ନିୟୋଜିତ ତରୁଣୀମାନଙ୍କ ପାଖରେ ଆଇନଗତ ଭିଜା କିମ୍ବା ପାସପୋର୍ଟ ନ ଥିବା ପୋଲିସ କହିଛି। କ୍ଲବ୍‌, ହୁକ୍କାବାର, ଡ୍ୟାନ୍ସ୍‌ କ୍ଲବ୍‌କୁ ନାଇଜେରିଆ ଯୁବବର୍ଗ ପସନ୍ଦ କରିଥାନ୍ତି। ଫଳରେ ସେମାନଙ୍କ ଜରିଆରେ ବାଂଲାଦେଶୀ ଦେହବେପାର ର଼୍ୟାକେଟ୍‌ ସହଜରେ କାମ କରିଥାଏ। ଗୁଡ଼ଗାଓ୍ବଁ ଏବଂ ଦିଲ୍ଲୀରେ ଏଥିପାଇଁ ଭଡ଼ାରେ ହୋଟେଲ ବୁକିଂ କରାଯାଇଥାଏ। କିଛି ଦିନ ତଳେ ପୋଲିସ ଭାଗଲପୁରରୁ ଗିରଫ କରିଥିବା ଶାହାଦତ ହୁସେନ୍‌ ଓରଫ୍‌ ପାୟଲଙ୍କୁ ପଚରା ଉଚରା କରି ଏହି ର଼୍ୟାକେଟ୍‌ର ପର୍ଦ୍ଦାଫାଶ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଷମାଙ୍କ ପଦାଙ୍କ ଅନୁସରଣ କରିବା ଗର୍ବର କଥା: ଜୟଶଙ୍କର

ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପୂର୍ବରୁ ବିଦେଶ ସଚିବ ଥିବା ସୁବ୍ରମଣ୍ୟମ୍‌ ଜୟଶଙ୍କରଙ୍କୁ ଏଥର ମିଳିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଶନିବାର ସେ ଏହି ଦାୟିତ୍ୱ ନେବା...

କୋର୍ଟରୁ ଚୋରି, ମନ୍ତ୍ରୀଙ୍କ ମାମଲାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ୍‌…

ହାଇଦ୍ରାବାଦ୍‌, ୧୭।୪ : କୋର୍ଟରେ ପୁଣି ଚୋରି। ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମାତ୍ର ଏହା ସତ୍ୟ। ଚୋରମାନେ ଆନ୍ଧ୍ରପ୍ରଦେଶର ନେଲ୍ଲୁରରେ କୋର୍ଟକୁ ଟାର୍ଗେଟ କରିଛନ୍ତି।...

‘ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ପାଇଁ ମିଳିମିଶି କାମ କର’

ବେଙ୍ଗାଲୁରୁ,୨୧।୭: ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କର୍ନାଟକରେ କଂଗ୍ରେସ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ନାଟକ ୟୁନିଟ ସଭାପତି...

ରୋଡ଼ ସାଇଡ୍‌ ଢାବାରେ ରୋଷେଇ କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ନିକଟରେ ବୀରଭୂମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ...

ନୌସେନାରେ ସାମିଲ ହେଲା ବିକ୍ରାନ୍ତ

ନୂଆଦିଲ୍ଲୀ,୨୮।୭: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଯୁଦ୍ଧବିମାନବାହୀ ରଣତରୀ ବିକ୍ରାନ୍ତକୁ ଗୁରୁବାର ନୌସେନାକୁ ହସ୍ତାନ୍ତର କରାଯାଇଛି। କୋଚି ସ୍ଥିତ ଶିପ୍‌ୟାର୍ଡରୁ ଏହା ନୌସେନାରେ ସାମିଲ...

ତେଜସ୍ବୀ ଭଲ ପିଲା, କିନ୍ତୁ…

ନୂଆଦିଲ୍ଲୀ,୧୩।୧୧:ତେଜସ୍ବୀ ଜଣେ ଭଲ ପିଲା। କିନ୍ତୁ ସେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ ବିହାରକୁ ଚଳାଇପାରି ନ ଥାନ୍ତେ ବୋଲି ବରିଷ୍ଠ ଭାଜପା ନେତ୍ରୀ ଉମା...

ସ୍କୁଲ ଫି ଛାଡ କରିବାକୁ ରକ୍ତରେ ଲେଖିଲେ ଚିଠି

ହଲଦ୍ୱାନୀ,୨୦।୮: କରୋନା ମହାମାରୀ ପାଇଁ ଦେଶରେ ଲାଗୁ କରାଯାଇଛି ଲକ୍‌ ଡାଉନ। ଏହି ସମୟରେ ଅଧିକାଂଶ ଘରୋଇ ସ୍କୁଲ ଅନ୍‌ଲାଇନ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି।...

ମଧ୍ୟପ୍ରଦେଶ ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ-ଭାଜପାକୁ ଗୋଟିଏ-ଗୋଟିଏ ଆସନ ମିଳିବା ସମ୍ଭାବନା

ଭୋପାଳ,୨୬।୨: ମଧ୍ୟପ୍ରଦେଶରେ ରାଜ୍ୟ ସଭା ପାଇଁ ୩ଟି ଆସନରେ ନିର୍ବାଚନ ହେବ। ନିର୍ବାଚନରେ କଂଗ୍ରେସ ଏବଂ ଭାଜପାକୁ ଗୋଟିଏ ଗୋଟିଏ ଆସନ ମିଳିବା ପ୍ରାୟ ନିଶ୍ଚିତ...

Advertisement
Archives

Model This Week