ବେଦମନ୍ତ୍ରରେ କମ୍ପୁଛି ପୂଜାସ୍ଥଳ

ଅନୁଗୋଳ ଅଫିସ/ବଅଁରପାଳ/ବଇଣ୍ଡା, ୧୫ା୧୦

ଅନୁଗୋଳ ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ରବିବାର ରାତିରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା। ଚଳିତବର୍ଷ ହୁଲୁରସିଂହା ପୂଜା ମଣ୍ଡପ ପକ୍ଷରୁ ପ୍ରଥମ ଥର ପାଇଁ ଲକ୍ଷ୍ମୀ ନାରାୟଣଙ୍କ ପାଇଁ ଅଢ଼େଇ କିଲୋଗ୍ରାମ ଓଜନର ଚାନ୍ଦିର ମୁକୁଟ ଓ ହାର କରାଯାଇଛି। ଏ ନେଇ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କମିଟି ସଭାପତି ଦିଲୀପ ପ୍ରଧାନ କହିଛନ୍ତି। ପୂଜା ପାଇଁ ସହରକୁ ବାହାର ରାଜ୍ୟରୁ ବହୁ ଉଠା ବ୍ୟବସାୟୀ ଆସି ପସରା ମେଲାଇଥିବା ଦେଖିବାକୁ ମିଳୁଛି। ଅନ୍ୟ ଜିଲାର ହାତ ତିଆରି ସାମଗ୍ରୀ ମଧ୍ୟ ପୂଜା ବଜାରରେ ବିକ୍ରି କରାଯିବା ପାଇଁ ଆସିଥିବାରୁ ଲୋକଙ୍କ ବେଶ ଗହଳି ଜମୁଥିବା ଦେଖିବାକୁ ମିଳିଛି।
ସେହିପରି ବଅଁରପାଳ ବଜାରରେ ସୋମବାର ଠାରୁ ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ମୋଟ୍‌ ୧୩ଟି ମଣ୍ଡପରେ ମା’ଙ୍କ ପୂଜା ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ ଚଳିତ ବର୍ଷ ଡେଲି ମାର୍କେଟ୍‌ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ପୂଜା ମଣ୍ଡପ ବେଶ୍‌ ଆକର୍ଷିତ ହୋଇଛି। ରୂପା ମୁକୁଟରେ ଦେବୀ ଧନଦାତ୍ରୀ ଝଲସି ଉଠୁଛନ୍ତି। ପୂଜା କମିଟି କର୍ମକର୍ତ୍ତା ଏଥିରେ ସହଯୋଗ କରିଛନ୍ତି। ପୂଜାର ପ୍ରଥମ ଦିନରେ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା ଦେଖାଯାଇଛି। ସେହିପରି କିଶୋରନଗର ବ୍ଲକ ବଇଣ୍ଡା ବସ୍‌ଷ୍ଟାଣ୍ଡ, କଦଳୀମୁଣ୍ଡା, ବୈଷ୍ଣବ ସାହି, ଧୁଣ୍ଡି, ଆନନ୍ଦମୁଣ୍ଡା, ହଣ୍ଡପା, ଲୁହାମୁଣ୍ଡା, ଇଚ୍ଛାପୁର, ସରଗିପାଲି, ଖଣ୍ଡହତା, ଘୋଷ, ସଞ୍ଜାମୁରା, ତୁରୁଡ଼ା, ଆଠମଲ୍ଲିକ ବ୍ଲକ ଠାକୁରଗଡ଼, ସିମିଳିଆ ଆଦି ଗ୍ରାମ ଗୁଡ଼ିକରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ସାରେ ପୂଜା ମଣ୍ଡପରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ତଳୁ ମିଳିଲା ଲୌହ ସ୍ତମ୍ଭ

କଟକ ଅଫିସ,୩୦ା୧: କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପଛପାର୍ଶ୍ୱ ଶନିବାର ଖନନ ସମୟରେ ମାଟି ତଳୁ ମିଳିଛି ବିରାଟ ଲୌହ ସ୍ତମ୍ଭ। ଏସ୍‌ସିବି ମେଡିକାଲ କଲେଜ...

ଭଦ୍ରକ ଗାନ୍ଧୀପଡ଼ିଆରେ ଭୂମିପୂଜନ: ୫ ପ୍ଲାଟୁନରୁ ଅଧିକ ପୋଲିସ ମୁତୟନ

ଭଦ୍ରକ ଅଫିସ,୬ା୮- ଅଯୋଧ୍ୟାରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଉପଲକ୍ଷେ ବୁଧବାର ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଐତିହାସିକ କାର୍ଯ୍ୟକୁ...

ପୁଣି ଫେରିବ ଶୀତ

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ଆଜିଠୁ ରାଜ୍ୟରେ ପାଣିପାଗ ବଦଳିଯିବ। ପୁଣି ଶୀତ ଲେଉଟିବ ବୋଲି ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି। ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ...

ବିଧାନସଭାରେ ଚୁଡ଼ା, ମୁଢ଼ି ଝଡ଼

ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଧନୀ, ଗରିବ ସମସ୍ତ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ। ଏହା ଏବେ ମହଙ୍ଗା ହୋଇଯାଇଛି। କେନ୍ଦ୍ର ସରକାର ଏହି ଖାଦ୍ୟ ସାମଗ୍ରୀ...

କାରଣ ଖୋଜୁଛି ପୋଲିସ: ରାଇମୋହନଙ୍କ ଝିଅ, ଜ୍ୱାଇଁ, ପୁତୁରାଙ୍କୁ ପୋଲିସର ପଚରାଉଚରା

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓଡ଼ିଶା ସିନେ ଓ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ, ତିନି ଦଶନ୍ଧିର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା କୁହାଯାଉଛି। ହେଲେ ତାଙ୍କର...

‘ପର୍ଯ୍ୟଟନ ବିକାଶ ପାଇଁ ଖୁବ୍‌ଶୀଘ୍ର ମାଷ୍ଟରପ୍ଲାନ୍‌’

ଢେଙ୍କାନାଳ ଅଫିସ, ୧୨।୬ ଢେଙ୍କାନାଳର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଖୁବ୍‌ଶୀଘ୍ର ମାଷ୍ଟର ପ୍ଲାନ୍‌ କରାଯିବ। ଜନପ୍ରତିନିଧି, ଜିଲାପାଳ, ରାଜ୍ୟସ୍ତରୀୟ ସଚିବମାନଙ୍କ ସହ ଏ ନେଇ ଆଲୋଚନା...

ବକେୟା ୨ ହଜାର ଟଙ୍କା ନ ଦେବାରୁ ଠିକାଦାରଙ୍କୁ ହତ୍ୟା

କବିସୂର୍ଯ୍ୟନଗର,୧୬ା୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଧୀନ ଏ. ବରିଡ଼ା ଗାଁ ଦାଣ୍ଡରେ ଶୁକ୍ରବାର ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଠିକାଦାର ବକେୟା...

ଇଚ୍ଛାପୁରସ୍ଥ ସ୍ନାନମଣ୍ଡପରେ ଶ୍ରୀବଳଦେବଜୀଉ

କେନ୍ଦ୍ରାପଡ଼ା ଅଫିସ, ୧୭ା୬: ସୋମବାର ଦେବସ୍ନାନ ପୂର୍ଣ୍ଣିମା। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ...

Advertisement
Archives

Model This Week