ବେତନଟୀ ଥାନା ଏସ୍‌ଆଇ ନିଲମ୍ବିତ

ବେତନଟୀ,୬ା୨ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା ସବ୍‌ ଇନ୍ସପେକ୍ଟର(ଏସଆଇ) ସଚ୍ଚିଦାନନ୍ଦ କିଷାନଙ୍କୁ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ମଙ୍ଗଳବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ସମ୍ପର୍କିତ ଏସପିଙ୍କ ଅର୍ଡର (ନଂ.୨୪୪/୫ା୨ା୨୦୨୦) କପି ବେତନଟୀ ଥାନା ଆଇଆଇସି ଅଶୋକ ନାୟକ ଏବଂ ଏସଡିପିଓ ଲଳିତ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ମଙ୍ଗଳବାର ରାତିରେ ଏସ୍‌ଆଇ କିଷାନ ବେତନଟୀ ଥାନା ଛକରେ ନିଶାଶକ୍ତ ଅବସ୍ଥାରେ ଅଚେତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବେତନଟୀ ଥାନାରେ ଛାଡ଼ିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ସ୍ଥାନୀୟ ଲୋକେ ଏନେଇ ମୟୂରଭଞ୍ଜ ଏସ୍‌ପିଙ୍କୁ ଅବଗତ କରାଇଥିଲେ। ଏସ୍‌ପି ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଏନେଇ ଥାନା ଆଇଆଇସି ଅଶୋକ ନାୟକଙ୍କୁ ପଚାରିବାରୁ ନିଲମ୍ବିତ ଏସଆଇଙ୍କୁ ସେ ବାରମ୍ବାର ତାଗିଦ କରିଥିଲେ ମଧ୍ୟ ସେ ସୁଧୁରି ନ ଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସ କବଳରୁ ଖସିଗଲା ଚୋର

ବାଲେଶ୍ୱର ଅଫିସ, ୨୦।୭: ଦିଲ୍ଲୀରୁ ୧୦ଲକ୍ଷ ଟଙ୍କାର ଗହଣା ଚୋରି କରି ପଳାଇ ଆସିଥିବା  ସୋର ଜିଲା ବାଲେଶ୍ୱର ଥାନା କରୁଣାକର  ଗ୍ରାମର ରଘୁନାଥ ଦାସ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା...

ପୋଲ ତଳକୁ ଖସିଲା ପ୍ରବାସୀ ବସ୍‌, ୭ଆହତ

ବାଲେଶ୍ୱର ଅଫିସ, ୩୦।୫- ପ୍ରବାସୀ ଶ୍ରମିକଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗ ଯାଉଥିବା ଏକ ବସ ଶନିବାର ସକାଳ ସାଢ଼େ ୬ଟାରେ ବାଲେଶର ଶିଳ୍ପାଞ୍ଚଳ ଥାନା ୧୬...

୧.୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ...

୩୧ ଲକ୍ଷଙ୍କୁ ମିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର(ବ୍ୟୁରୋ)/ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୨୬ା୧୧: ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ସ୍କିମ୍‌ରେ ଯୋଡ଼ିହୋଇଛି ବାଲେଶ୍ୱର ଏବଂ...

ଓଜେଇଇ ଇଣ୍ଟିଗ୍ରେଟେଡ ଏମ୍‌ବିଏ ଟପ୍ପର ବଡବିଲ ଝିଅ ସ୍ବୀକୃତି

ବଡବିଲ, ୧୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲର ଝିଅ ସ୍ବୀକୃତି ମହାପାତ୍ର ଓଜେଇଇ ଇଣ୍ଟିଗ୍ରେଟେଡ ଏମବିଏରେ ର଼୍ୟାଙ୍କ ୱାନରେ ରହି ଟପ୍ପର ହେବାର ସୌଭାଗ୍ୟ ହାସଲ କରିଛନ୍ତି।...

ରାଇବଣିଆରେ ହାତୀ ଉପଦ୍ରବ, ଭାଙ୍ଗିଲେ ବହୁ ଘର

ବାଲେଶ୍ୱର ଅଫିସ, ୯।୧୧-ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ପ୍ରବେଶ କରି ବହୁ ଧନଜୀବନ ନଷ୍ଟ ହୋଇଛି। ସ୍ଥାନୀୟ ବାସିନ୍ଦା ଏକପ୍ରକାର ଭୟ...

ଚାଲି ଚାଲି ଗାଁକୁ ଫେରୁଛନ୍ତି ଶ୍ରମଜୀବୀ

ଆରଡି, ୧୨ା୪(ଡି.ଏନ.ଏ.)-ନିଜ ଭିଟାମାଟି ଛାଡି ଅନ୍ୟ ଜିଲାରେ କାମ କରୁଥିବା ଆଦିବାସୀ ସମ୍ପ୍ରଦାୟର ଶ୍ରମଜୀବୀମାନେ ଲକଡାଉନ ଯୋଗୁ ଏବେ କାମଧନ୍ଦା ନ ପାଇ ଦିନକୁ ଦି...

Advertisement
Archives

Model This Week