Posted inଜାତୀୟ

ବେଜିଂରେ ଜୟଶଙ୍କର

ନୂଆଦିଲ୍ଲୀ, ୧୨ା୮: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଚାଇନା ଗସ୍ତ କରିବା ସହ ବେଜିଂରେ ପହଞ୍ଚିଛନ୍ତି। ସେଠାରେ ସେ ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ ୟି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ସହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଘଟଣାକୁ ପାକିସ୍ତାନ ବିରୋଧ କରି ଚାଇନାର ଶରଣ ପଶିଥିଲାବେଳେ ଜୟଶଙ୍କରଙ୍କ ଚାଇନା ଗସ୍ତ ମହତ୍ୱପୂର୍ଣ୍ଣ ମନେହୁଏ। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଭାରତ ମାନ୍ୟତା ଦେଇଥିବାବେଳେ ଚାଇନା ଏହାକୁ ବିରୋଧ କରିଛି। ସୋମବାର ଜୟଶଙ୍କର ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ଙ୍କ ସହ ଏନେଇ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି। ଏଥିସହ ଅକ୍ଟୋବରରେ ଚାଇନା ରାଷ୍ଟ୍ରତି ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ନେଇ ମଧ୍ୟ ଆଲୋଚନା କରାଯିବ। ଏହି ଦୁଇଦିନିଆ ଗସ୍ତ ଅବସରରେ ଜୟଶଙ୍କର-ଓ୍ବାଙ୍ଗ୍‌ଙ୍କ ମଧ୍ୟରେ ୪ଟି ରାଜିନାମା ସ୍ବାକ୍ଷରିତ ହେବ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ସାଂସ୍କୃତିକ ଭାବ ବିନିମୟ, ବାଣିଜ୍ୟ ଓ ଅନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗ ନେଇ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦେଶରେ ଓମିକ୍ରନ ସଂଖ୍ୟା ବଢିଲା: ୮ ରାଜ୍ୟକୁ ସତର୍କ କରାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୦।୧୨:କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ଆତଙ୍କ ସୃଷ୍ଟି କରିଛି। ମୁମ୍ବାଇ ଏବଂ ଦିଲ୍ଲୀରେ କରୋନା ମାମଲା ବିପଜ୍ଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟ...

୪୦୪୨ ଚାଉଳ ଦାନାରେ ଭଗବତ୍‌ ଗୀତା ଲେଖିଲେ ଛାତ୍ରୀ

ହାଇଦ୍ରାବାଦ୍‌,୨୦।୧୦:ହାଇଦ୍ରାବାଦର ଜଣେ ଛାତ୍ରୀ ଚାଉଳରେ ଭଗବତ୍‌ ଗୀତା ଲେଖିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇନ ଅଧ୍ୟୟନ କରୁଥିବା ରାମଗିରି ସ୍ବାରିକା ୪୦୪୨ଟି ଚାଉଳ ଦାନାରେ ଗୀତା...

ବାରଣ ସତ୍ୱେ ବି ଫୁଟିଲା ବାଣ, ବଢିଲା ପରିବେଶ ପ୍ରଦୂଷଣ

ନୂଆଦିଲ୍ଲୀ,୫ ।୧୧: ଦୀପାବଳିରେ ବାଣ ଫୁଟିବ ନାହିଁ । ଯଦି ଫୁଟିବ ତେବେ ତାହା ସବୁଜ ବାଣ ହୋଇଥିବା ଦରକାର । ଏଭଳି ନିୟମ ଲାଗୁ...

କଥା କହିଲେ ଉଡ଼ିବ ଯୁଦ୍ଧ ବିମାନ: ଏଚ୍‌ଏଏଲ୍‌ ପ୍ରସ୍ତୁତ କଲା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ ସିଷ୍ଟମ୍‌

ଲକ୍ଷ୍ନୌ,୩।୨: ଏଣିକି ଆଉ ଯୁଦ୍ଧ ବିମାନକୁ କକ୍‌ ପିଟ୍‌ରେ ବସି ନିୟନ୍ତ୍ରଣ କରିବାକୁ ପଡ଼ିବ ନାହିଁ। ଭାରତ ନିଜସ୍ବ ଜ୍ଞାନକୌଶଳ ଦ୍ୱାରା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ...

୪ ବିଧାୟକ ଭାଜପାରେ ସାମିଲ

ଶିଲଂ,୧୪।୧୨: ମେଘାଳୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଏବଂ ଏନପିପିକୁ ଏକ ବଡ଼ ଝଟ୍‌କା ଲାଗିଛି। ଉଭୟ ଦଳର ମୋଟ ତିନିଜଣ ବିଧାୟକ...

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି

ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପରୀକ୍ଷା ପେ ଚର୍ଚ୍ଚା’କରିବେ। ଯେଉଁଥିରେ ବହୁ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରୁ ଆରମ୍ଭ...

ଜାତିଗତ ଜନଗଣନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ଦଳର ୧୧ ନେତା ଚର୍ଚ୍ଚାରେ ନୀତୀଶ

ନୂଆଦିଲ୍ଲୀ,୨୩ ।୮: ଜାତିଗତ ଜନଗଣନାକୁ ନେଇ ସୋମବାର ବିହାରର ୧୦ ଦଳର ୧୧ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ସାଉଥ୍ ବ୍ଲକରେ ଥିବା ମୋଦିଙ୍କ...

ଉତ୍ତରପ୍ରଦେଶ କ’ଣ ପାକିସ୍ତାନରେ

ଲକ୍ଷ୍ନୌ,୬।୧୦ : ”ଉତ୍ତରପ୍ରଦେଶ (ୟୁପି) କ’ଣ ପାକିସ୍ତାନରେ। ଭାରତୀୟଙ୍କୁ କାହିଁକି ରାଜ୍ୟରେ ପ୍ରବେଶ ଅନୁମତି ମିଳୁନାହିଁ। ପ୍ରଶାସନ ଲଖିମପୁର ଖେରି ଅଞ୍ଚଳରେ ୧୪୪ ଧାରା ଜାରି...

Advertisement
Archives

Model This Week