ଭୁବନେଶ୍ୱର,୨୦।୫: ରୋଟାରି ଓଡ଼ିଶା ପକ୍ଷରୁ ବେଙ୍ଗାଲୁରୁଠାରେ ପ୍ରଥମ ଥର ପାଇଁ ୨ଦିନିଆ ଜିଲା ପ୍ରଶିକ୍ଷଣ ସଭା ‘ଜୟ ହୋ’ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲାରୁ ୪୦୦ରୁ ଅଧିକ ରୋଟାରି ପ୍ରତିନିଧି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରପକ୍ଷରେ ରୋଟାରି ବର୍ଷ ୨୦୨୩-୨୪ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ସେବା ପ୍ରକଳ୍ପଗୁଡ଼ିକ ଉପରେ ରୋଟାରି ସଦସ୍ୟମାନେ ବିଶେଷ ତାଲିମ ହାସଲ କରିଥିଲେ।
ସେହିଭଳି ୩୭ ଜଣ ପ୍ରତିଷ୍ଠିତ ଓଡ଼ିଆ ବ୍ୟକ୍ତିତ୍ୱଙ୍କୁ ପ୍ରାଇଡ୍ ଅଫ୍ ଓଡ଼ିଶା ଏକ୍ସିଲେନ୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଡିଆର୍ଡିଓର ସାଧାରଣ ନିର୍ଦ୍ଦେଶକ ଡ. ବି.କେ. ଦାସ, ହାଲ୍ର ସିଇଓ ମିହିରକାନ୍ତି ମିଶ୍ର, ବିଇଏମ୍ଏଲ୍ର ପୂର୍ବତନ ଏମ୍ଡି ମାନସ ମହାନ୍ତି, ଟାଟା ଆଇଅନ୍ର ଜିଏସ୍ଏସ୍ ଗ୍ଲୋବାଲ ହେଡ୍ ଗୋପାଳକ୍ରିଷ୍ଣନ୍, ଆଇବିଏମ୍ର ପାର୍ଟନର ତୁଷାର ମିଶ୍ର, ୱିପ୍ରୋର ସିଆଇଓ କୁମାର ଅୟସକାନ୍ତ, ରୋଡ୍ ସାଇନ୍ସର ଲେଖକ ପ୍ରଣବ ପାଣି, ଡିଭି ଆନାଲିଟିକ୍ସର ଅଧ୍ୟକ୍ଷ ଦେବେନ୍ଦ୍ର ରଥ, ସାମ୍ବାଦିକ ରଞ୍ଜନ ଆଚାର୍ଯ୍ୟ, ଓଡ଼ିଶୀ କଳାକାର ସରିତା ମିଶ୍ର ପ୍ରମୁଖ ସାମିଲ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ)ର ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ ‘ସ୍ଥାୟୀ ଉଦ୍ଭାବନ କ୍ଷେତ୍ରରେ ନେତୃତ୍ୱ’ ପ୍ରସଙ୍ଗରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିପରି ଷ୍ଟାଟ୍ଅପ୍ ଓଡ଼ିଶାର ଏକ୍ଜିକ୍ୟୁଟିଭ ଚେୟାରମ୍ୟାନ ଡ. ଓମ୍କାର ରାୟ ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକୁ ବେଙ୍ଗାଲୁରୁରେ ଆଞ୍ଜେଲ ଫଣ୍ଡ୍, ବଜାର ପହଞ୍ଚ, ମାର୍ଗଦର୍ଶକ ଓ ସାଥୀ ନେଟ୍ୱର୍କଗୁଡ଼ିକ ସହ ସଂଯୋଗ କରିବା ପାଇଁ ଏକ ଷ୍ଟାର୍ଟଅପ୍ ବ୍ରିଜ୍ ଅଭିଯାନ ରୋଟାପ୍ରେନ୍ୟୋର୍ସ ଶୁଭାରମ୍ଭ କରିଥିଲେ। ଏଠାରେ ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ଓଡ଼ିଶାର ଅନେକ ଷ୍ଟାର୍ଟଅପ୍ ପ୍ରଦର୍ଶନ କରିଥିଲେ ଏବଂ ଯଶଦୀପ୍ ସିଂହଙ୍କ ଟ୍ରାନ୍ସପୋର୍ଟ ସିମ୍ପଲ ଓ ଅଭିଜିତ ସାହୁଙ୍କ ଫାଷ୍ଟେକ୍ ଫ୍ୟାଶନ୍ସ ଭଳି ଯୁବ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

