![](https://www.dharitri.com/wp-content/uploads/2019/09/n-12-5.jpeg)
ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ କଡ଼ା ସମାଲୋଚନା କରିଛନ୍ତି। ତାଙ୍କୁ ସୋମବାର ତିହାର ଜେଲ୍ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଭେଟିବାକୁ ଯାଇଥିଲେ। ଏହା ପରେ ସେ ଟୁଇଟ୍ କରି ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବେକାର ସମସ୍ୟା, ଛଟେଇ, ଭିଡ଼ ହିଂସା, କମ୍ ଦରମା, କଶ୍ମୀରରେ ତାଲାବନ୍ଦ, ରାଜନେତାଙ୍କ ଉପରେ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଆଦିକୁ ଛାଡ଼ି ଦେଲେ ଭାରତରେ ଅନ୍ୟ ସବୁ ସ୍ଥିତି ଭଲ ରହିଛି। ଚିଦାମ୍ବରମ୍ଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।