ବେକାରି ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧।୬: ମୋଦି ସରକାର କ୍ଷମତାକୁ ଫେରିବାର ଦ୍ୱିତୀୟ ଦିନରେ ଶୁକ୍ରବାର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ବେକାରି ପରିସଂଖ୍ୟାନ ପ୍ରକାଶ କରାଯାଇଛି। ଦେଶରେ ବେକାରି ସଂଖ୍ୟା ବଢ଼ିଛି ବୋଲି ସାଧାରଣ ନିର୍ବାଚନ ବେଳେ ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଥିବା ବେଳେ ଏନ୍‌ଡିଏ ସରକାର ଏହାକୁ ଖଣ୍ଡନ କରୁଥିଲେ। ତେବେ ମୋଦି ସରକାର ଶୁକ୍ରବାର ଦାୟିତ୍ୱ ନେବା ମାତ୍ରେ ଦେଶରେ ବେକାରି ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି ବୋଲି ଶେଷରେ ମାନିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଆର୍ଥିକ ବର୍ଷ୨୦୧୭-୧୮ରେ ଦେଶରେ ବେକାରି ହାର ୬.୧% ରହିଛି। ତେବେ ଶ୍ରମ ମନ୍ତ୍ରଣାଳୟ ସଚିବ ବେକାରି ସଂଖ୍ୟା ହାରକୁ ନେଇ ସରକାରଙ୍କ ପକ୍ଷ ରଖିବାକୁ ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ, ସାମ୍ପଲିଂ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଏଣୁ ଏହି ତଥ୍ୟକୁ ପୁରୁଣା ତଥ୍ୟ ସହ ତୁଳନା କରାଯାଇପାରିବ ନାହିଁ। ପରିସଂଖ୍ୟାନ ଅନୁଯାୟୀ ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ବେରୋଜଗାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଆନ ଦେଶକୁ ବୁଝାଇବାରେ ସଫଳ ଭାରତ; ଏଫ୍‌ଟିଏ ସମୀକ୍ଷା ପାଇଁ ରାଜି

ନୂଆଦିଲ୍ଲୀ,୧୨-୯: ଆର୍ଥିକ ମାନ୍ଦାବସ୍ଥା ଏବଂ ରପ୍ତାନି ହ୍ରାସକୁ ନେଇ ଚିନ୍ତିତ ଭାରତ ପାଇଁ ଖୁସି ଖବର ଆସିଛି। ମୋଦି ସରକାରଙ୍କ ସଫଳ ଉଦ୍ୟମ କାରଣରୁ ୧୦...

ଆଇବିସିରୁ ଫେରିଛି ୭୦ ହଜାର କୋଟି

ନୂଆଦିଲ୍ଲୀ,୧୫-୫:ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଜରିଆରେ ଫଶିଯାଇଥିବା ଋଣ ଅସୁଲ ସୁବିଧାଜନକ ହୋଇଛି। ୨୦୧୮-୧୯ରେ ୭୦ ହଜାର କୋଟି ଟଙ୍କା ଅନାଦାୟ ଋଣ(ଏନ୍‌ପିଏ) ଫେରି ଆସିଛି।...

ପୁଞ୍ଜିବଜାରରେ ଉତ୍ସାହ; ନିବେଶକଙ୍କ ଲାଭ ୨.୮୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୪: ରିଜର୍ଭ ବ୍ୟାଙ୍କ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଦ୍ୱିତୀୟ ବୁଷ୍ଟର ପ୍ୟାଜେକ ଘୋଷଣା କରିବା ପରେ ଏହାର ପ୍ରଭାବ ଦେଶର ପୁଞ୍ଜିବଜାର ଉପରେ ପରିଲକ୍ଷିତ...

ଉଜ୍ୱଳା ଯୋଜନାରେ ମିଳିବ ୨୦୦ ଟଙ୍କା ସବସିଡି , ୯ କୋଟି ହିତାଧିକାରୀ ହେବେ ଉପକୃତ…

ନୂଆଦିଲ୍ଲୀ, ୨୧।୫ : ଗ୍ୟାସ୍‌ ସିଲିଣ୍ଡର ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦାମ ନେଇ ଦେଶର ଲୋକେ ହଇରାଣ ହେଉଥିବାବେଳେ କେନ୍ଦ୍ର ସରକାର ଶନିବାର ଏକ...

ସୁନା ଦର ୫୬ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ,୬।୮: ଦେଶ ମଧ୍ୟରେ ସୁନା ଦର ବର୍ତ୍ତମାନ ଲଗାତର ବୃଦ୍ଧି ପାଇଁ ଚାଲିଛି। ବୁଧବାର ୧୦ ଗ୍ରାମ ପିଛା ସୁନା ଦର ୧୩୬୫ ଟଙ୍କା ବଢ଼ିବା...

ଫନୀ ପ୍ରଭାବିତଙ୍କୁ ଏଚ୍‌ପିସିଏଲ୍‌ ଦେଲା ୫ କୋଟି

ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚ୍‌ପିସିଏଲ୍‌) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଏଲ୍‌ପିଜି...

୧୫ମାସରେ ଉଠିଯିବ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନିର୍ମାଣ ଖର୍ଚ୍ଚ

ନୂଆଦିଲ୍ଲୀ,୨୧-୬: ଦେଶର ପ୍ରଥମ ଇଞ୍ଜିନବିହୀନ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ମାସକୁ ୭ କୋଟି ଟଙ୍କା ଆୟ କରୁଛି। ଏଭଳି ହାରରେ ଆୟ ହୋଇଚାଲିଲେ ଆସନ୍ତା...

ପଞ୍ଚାୟତକୁ ୮,୯୨୩.୮ କୋଟିର କରୋନା ଅନୁଦାନ…

ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି।...

Advertisement
Archives

Model This Week