ବେକାରି ୩ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୬-୯: ଜିଡିପି ସମେତ ଅନ୍ୟ ଆର୍ଥିକ ତଥ୍ୟ କାରଣରୁ ବିରୋଧୀ ଦଳଗୁଡ଼ିକ ସମାଲୋଚନାର ଶିକାର ହେଉଥିବା ମୋଦି ସରକାରଙ୍କୁ ଆଉ ଏକ ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡିବ। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମ୍‌ଆଇଇ) ପକ୍ଷରୁ ଦେଶର ନିଯୁକ୍ତି ସଂକ୍ରାନ୍ତ ସଦ୍ୟତମ ରିପୋର୍ଟ ପ୍ରକାଶ କରାଯାଇଛି। ଅଗଷ୍ଟରେ ବେକାରି ହାର ୩ ବର୍ଷର ସର୍ବୋଚ୍ଚ ସ୍ତର ୮.୪%ରେ ପହଞ୍ଚତ୍ଛି। ଏଥିରେ କୁହାଯାଇଛି ଯେ, ଲୋକେ ଚାକିରି ନ ପାଇ ନିରାଶ ହେଉଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ତିନି ବର୍ଷ ପୂର୍ବେ ୨୦୧୬ ସେପ୍ଟେମ୍ବରରେ ବେକାରି ହାର ଏହି ସ୍ତରରେ ପହଞ୍ଚତ୍ଥିଲା। ଏଥିରେ ଅଗଷ୍ଟର ସାପ୍ତାହିକ ବେକାରି ହାର ତଥ୍ୟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ପ୍ରତି ସପ୍ତାହରେ ବେକାରି ହାର ୮ରୁ୯ ପ୍ରତିଶତ ମଧ୍ୟରେ ରହିଛି। ମାସକ ପୂର୍ବରୁ ଜୁଲାଇରେ ସାପ୍ତାହିକ ବେକାରି ହାର ୭ରୁ ୮ ପ୍ରତିଶତ ରହିଥିଲା। ଏହାକୁ ହିସାବକୁ ନେଲେ ବେରୋଜଗାରଙ୍କ ସଂଖ୍ୟା ୧ ପ୍ରତିଶତ ବଢ଼ିଛି। ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ସହରାଞ୍ଚଳରେ ବେକାରି ହାର ୯.୬ ଏବଂ ଗ୍ରାମାଞ୍ଚଳରେ ୭.୮% ରହିଛି।
ରୋଜଗାର ସ୍ଥିତି
ଚଳିତବର୍ଷ ଅଗଷ୍ଟରେ ଗ୍ରାମାଞ୍ଚଳରେ ବାର୍ଷିକ ହାରରେ ରୋଜଗାର ବଢ଼ୁଥିବା ଦେଖିବାକୁ ମିଳିଛି ଏବଂ ଏହା ୨.୯% ରହିଛି। ଅନ୍ୟପକ୍ଷରେ ସହରାଞ୍ଚଳରେ ଏହା ୦.୨% ହ୍ରାସ ପାଇଛି। ରିପୋର୍ଟ ମୁତାବକ ଅଗଷ୍ଟରେ ଶ୍ରମ ଭାଗିଦାରୀତା ହାର ୪୩.୩୫ ପ୍ରତିଶତ ସହ ସାମାନ୍ୟ ବୃଦ୍ଧି ପାଇଛି, ଯାହା କି ଗତବର୍ଷ ଅକ୍ଟୋବରରେ ୪୨.୪୬ ପ୍ରତିଶତ ରହିଥିଲା। ବିମୁଦ୍ରୀକରଣ ଓ ଜିଏସ୍‌ଟି ଝଟ୍‌କାରୁ ବାହାରି ଆସିବା ପରେ ଏବେ ଶ୍ରମ ଭାଗିଦାରିତା ବଢ଼ିବାରେ ଲାଗିଛି। ତେବେ ନିଯୁକ୍ତି ପରିସଂଖ୍ୟାନ ସହ ଏହା ମେଳ ଖାଉନାହିଁ। ଲୋକେ ଚାକିରି ଖୋଜୁଛନ୍ତି, ଅଥଚ ପାଉନାହାନ୍ତି। ଏହା ଅର୍ଥନୀତି ପାଇଁ ସତର୍କ ଘଣ୍ଟି।
ମାନ୍ଦାବସ୍ଥା କାରଣରୁ ଯାଉଛି ଚାକିରିି
ଦେଶରେ ଏବେ ଆର୍ଥିକ ମାନ୍ଦାବସ୍ଥା ଗ୍ରାସ କରିଛି। ଏହି କାରଣରୁ ପ୍ରାୟ ସବୁ ସେକ୍ଟର ଉପରେ ବିପଦ ମାଡି ଆସିଛି। ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ କର୍ମଚାରୀ ବେକାର ହୋଇଗଲେଣି। ଅଟୋମୋବାଇଲ ପରେ ଟେକ୍ସଟାଇଲ, ଏଫ୍‌ଏମ୍‌ସିଜି ଓ ରିଏଲ ଇଷ୍ଟେଟ୍‌ ସେକ୍ଟରରେ ନିଯୁକ୍ତି ସଙ୍କଟ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?