Posted inଜାତୀୟ

ବେକାବୁ ହେଲାଣି ବନ୍ୟା: ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ, ୧୩ା୮(ପି.ଟି.): କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ବର୍ଷାଜନିତ ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଥିବାବେଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଏଥିସହ ଉତ୍ତରାଖଣ୍ଡ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ୯ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁ ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଉତ୍ତରାଖଣ୍ଡର ଚମ୍ବୋଲି ଜିଲାରେ ଜଣେ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଥିବାବେଳେ ଜମ୍ମୁ-କଶ୍ମୀରର ରେସାଇ ଜିଲାରେ ୩ ପ୍ରାଣ ହରାଇଥିବା ଜଣାପଡ଼ିଛି।
କେରଳରେ ବନ୍ୟା ମୃତ୍ୟୁସଂଖ୍ୟା ୮୦ରେ ପହଞ୍ଚିଥିବାବେଳେ କର୍ନାଟକ, ମହାରାଷ୍ଟ୍ର ଓ ଗୁଜରାଟରେ ଏହି ସଂଖ୍ୟା ୧୦୦ ଟପିଛି। ୪ ବନ୍ୟାକ୍ଲିଷ୍ଟ ରାଜ୍ୟରେ ପ୍ରାୟ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁରଠାରେ ମୁମ୍ବାଇ-ବେଙ୍ଗାଲୁରୁ ଜାତୀୟ ରାଜପଥ-୪ ବନ୍ଦ ରହିଥିବାବେଳେ ୬ ଦିନପରେ ବନ୍ୟା କମିବାରୁ ସୋମବାର ଏହା ଆଂଶିକ ଖୋଲିଛି। ଅନ୍ୟପକ୍ଷରେ ଗୁଜରାଟର କଚ୍ଛ ଜିଲାରେ ଜଳବନ୍ଦୀ ଥିବା ୧୨୫ ଲୋକଙ୍କୁ ଭାରତୀୟ ବାୟୁସେନା ଉଦ୍ଧାର କରିଛି। କେରଳର ବନ୍ୟାକ୍ଲିଷ୍ଟ ଅଞ୍ଚଳ ଓ୍ବାୟନାଡ଼, ପୁଥୁମାଲାକୁ ସୋମବାର ରାହୁଲ ଗାନ୍ଧୀ ଗସ୍ତ କରିବା ସହ ପ୍ରପୀଡ଼ିତଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ରାଜ୍ୟରେ ବନ୍ୟାସ୍ଥିତି ୬ ଦିନ ମଧ୍ୟରେ ସୁଧୁରିଯିବ ବୋଲି କହିବା ସହ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି। ବନ୍ୟା ପ୍ରଭାବିତ ଦକ୍ଷିଶ କନ୍ନଡ ଓ ମହୀଶୂର ଗସ୍ତକରି ସୋମବାର ସେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। କେନ୍ଦ୍ର ତୁରନ୍ତ ୩ହଜାର କୋଟି ଟଙ୍କା ଯୋଗାଇଦେବାକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି। ସେପଟେ ରାଜ୍ୟ ଲାଗି ତୁରନ୍ତ ୫ ହଜାର କୋଟି ଟଙ୍କାର ମଧ୍ୟବର୍ତ୍ତିକାଳୀନ ସହାୟତା ପ୍ରଧାନମନ୍ତ୍ରୀ ଯୋଗାଇ ଦେବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ପତ୍ର ଲେଖି ଦାବି କରିଛନ୍ତି। କେରଳ ଭଳି କର୍ନାଟକ ସ୍ଥିତି ମଧ୍ୟ ଏବେ ଉଦ୍‌ବେଗଜନକ ରହିଛି। କର୍ନାଟକର ବେଲ୍‌ଗାଁଓସ୍ଥିତ ରେବାଗ୍‌ ତାଲୁକରେ ଏକ ଘରର ଛାତ ଉପରେ କୁମ୍ଭୀର ଶୋଇଥିବା ଦେଖିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତି ଲୋକଙ୍କ ନିଦ ହଜାଇ ଦେଇଥିବାବେଳେ ଲକ୍ଷ ଲକ୍ଷ ଲୋକ ରିଲିଫ କ୍ୟାମ୍ପରେ ରହିବା, ଯୋଗାଯୋଗ ବିଚ୍ଛିନ୍ନ ହେବା, ଅତ୍ୟାବଶ୍ୟକ ସାମଗ୍ରୀ ନ ମିଳିବା ଚିନ୍ତା ବଢାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri