ବୁଲ୍‌ବୁଲ୍‌ : ପ୍ରାଥମିକ କ୍ଷୟକ୍ଷତି ଆକଳନ, ୩ ଲକ୍ଷ ହେକ୍ଟର ଫସଲ ନଷ୍ଟ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ବାତ୍ୟା ‘ବୁଲ୍‌ବୁଲ୍‌’ ଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ଏବଂ ମୟୂରଭଞ୍ଜ ଆଦି ୬ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଏହିସବୁ ଜିଲାର ପ୍ରାୟ ୩ ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ତନ୍ମଧ୍ୟରୁ ୨ ଲକ୍ଷ ହେକ୍ଟରରୁ ସାମାନ୍ୟ ଅଧିକ ଜମି ୩୩%ରୁ ଊର୍ଦ୍ଧ୍ୱ ପ୍ରଭାବିତ ହୋଇଛି। ସେହିପରି ବିଭିନ୍ନ ଗଣମାଧ୍ୟମରେ ୩ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ହେଲେ ତନ୍ମଧ୍ୟରୁ ୨ ମୃତ୍ୟୁ ବୁଲ୍‌ବୁଲ୍‌ ଦ୍ୱାରା ନୁହେଁ, ଅନ୍ୟ ଗୋଟିଏ ମୃତ୍ୟୁ ସମ୍ପର୍କିତ ତଦନ୍ତ ଜାରି ରହିଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କ୍ଷୟକ୍ଷତି ସମ୍ପର୍କରେ ୬ ଜିଲାର ଜିଲାପାଳ ଏବଂ କୃଷି ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି। ଜିଲାପାଳଙ୍କୁ ୫ ଦିନ ମଧ୍ୟରେ କ୍ଷୟକ୍ଷତି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ କୁହାଯାଇଛି।
ଅନ୍ୟପକ୍ଷରେ ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ‘ବୁଲ୍‌ବୁଲ୍‌’ ପ୍ରଭାବିତ ଅଞ୍ଚଳକୁ ଅନୁଧ୍ୟାନ କରି କ୍ଷୟକ୍ଷତି ଦେଖିବେ। ଏହାପରେ ସନ୍ଧ୍ୟାରେ ଲୋକସେବା ଭବନରେ ‘ବୁଲ୍‌ବୁଲ୍‌’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ସହାୟତା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ। ବୈଠକ ପରେ କ୍ଷୟକ୍ଷତି ସହାୟତା ସମ୍ପର୍କିତ ବିଶେଷ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି।
ବୁଲ୍‌ବୁଲ୍‌ ପ୍ରଭାବ କମିବା ପରେ ପ୍ରଭାବିତ ଜିଲାରେ ସ୍ଥାନୀୟ ପ୍ରଶାସନ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି), ଜିଲାପାଳ, ଉପଜିଲାପାଳ, ତହସିଲଦାର ପ୍ରମୁଖ ତୃଣମୂଳ ଅଞ୍ଚଳ ଗସ୍ତ କରିଥିବା ଜଣାପଡ଼ିଛି। ସେହିଭଳି ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ଏସ୍‌ଆର୍‌ସି ଜେନା ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାତ୍ୟା/ବର୍ଷା କାରଣରୁ ୮୬୬୦ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଶେଷ ଖବର ସୁଦ୍ଧା ସମସ୍ତେ ନିଜ ନିଜ ବାସସ୍ଥଳୀକୁ ଫେରିଛନ୍ତି। ବାତ୍ୟାରେ ବିଭ୍ରାଟ ହୋଇଥିବା ବିଜୁଳି ବ୍ୟବସ୍ଥାକୁ ୧୨ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସଜଡ଼ାଯିବ। ପ୍ରଭାବିତ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧୫ ଲକ୍ଷଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ୫୫୦୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ କମ୍‌ସଂଖ୍ୟକ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଏସ୍‌ଆରସି ଜେନା କହିଛନ୍ତି। ପ୍ରାଥମିକ ଭାବେ ଏସ୍‌ଆର୍‌ସି ଘରଭଙ୍ଗା ସହାୟତା ପ୍ରଦାନ କରିବେ, ଯଦି ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ କୌଣସି ବିଷୟ ଉପୁଜେ, ତେବେ ବିଚାର କରାଯାଇ କ୍ଷୟକ୍ଷତି ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲାର କେତେକ ବୋଟ୍‌ ଏବଂ ଜଗତ୍‌ସିଂହପୁର ଜିଲାର ୮ଟି ବୋଟ୍‌ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ସମସ୍ତ ସ୍ଥାନରେ ପାନୀୟ ଜଳ ଯୋଗାଣ ଅବ୍ୟାହତ ରହିଛି। ପ୍ରଭାବିତ ୪୬ ବ୍ଲକ ଓ ୧୨ ପୌରାଞ୍ଚଳରେ ଗମନାଗମନ ପୂର୍ବ ସ୍ଥିତିକୁ ଫେରିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସଚିବ ଆର୍‌. ରଘୁପ୍ରସାଦ କହିଛନ୍ତି ଯେ, ୬୫ ପ୍ରାଣୀସମ୍ପଦ ନଷ୍ଟ ହୋଇଛି। ଏହା ମଧ୍ୟରେ ୧୧ ଗୋରୁ ଏବଂ ମଇଁଷି ଆଦି ବଡ଼ ଗୃହପାଳିତ ପଶୁ, ୪ଟି ଛେଳି, ମେଣ୍ଢା ଏବଂ ୫୦ କୁକୁଡା ଜାତୀୟ ଜୀବ ମରିଛନ୍ତି। ସର୍ବୋପରି ଚାଷଜନିତ କ୍ଷୟକ୍ଷତି ଆକଳନର ସ୍ବଚ୍ଛତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହିସବୁ କ୍ଷୟକ୍ଷତି ଆକଳନ ସମୟରେ ଭିଡିଓଗ୍ରାଫି ଓ ଚିତ୍ରୋତ୍ତୋଳନକୁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରୁ ଆସିଲା ଖାଲି ଅକ୍ସିଜେନ ସିଲିଣ୍ଡର

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ଚାଇନାରୁ ଓଡ଼ିଶା ଆସିଛି ଖାଲି ଅକ୍ସିଜେନ ସିଲିଣ୍ଡର। ସିଲିଣ୍ଡର ଧରି ଆସିଥିବା କାର୍ଗୋ ବିମାନଟି ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ...

ଆଡ୍‌ମିନିଷ୍ଟ୍ରେଟିଭ ବ୍ଲକ୍‌, କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି ଗନ୍ଧ

ଭୁବନେଶ୍ୱର,୨୮-୮: ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଲାଗିଛି ଦୁର୍ନୀତିର ଛିଟା। ଆଡ୍‌ମିନିଷ୍ଟ୍ରେଟିଭ ବ୍ଲକ୍‌ ଓ କ୍ୱାର୍ଟର୍ସ ନିର୍ମାଣକୁ ନେଇ ବ୍ୟାପକ ଅନିୟମିତା ହୋଇଥିବା ପଦାକୁ ଆସିଛି। ଖୋଲା...

ମୃତ୍ୟୁ ଦଣ୍ଡାଦେଶ ଖାରଜ କଲେ ହାଇକୋର୍ଟ

କଟକ ଅଫିସ୍‌, ୨୪ା୧୨:ଅନୁଗୋଳ ଜିଲାରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ହାଇକୋର୍ଟ ବୁଧବାର ଖାରଜ...

ସାଧୁତା, ସତ୍ୟତାକୁ ନେଇ ଖବର ପରିବେଷଣ ହେବା ଉଚିତ

କଟକ ଅଫିସ,୭।୧୦: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ଜବାହରଲାଲ ନେହେରୁ...

ଜମ୍ମୁ-କଶ୍ମୀର ବୁଲିବାକୁ ଯାଉଥିବା ଓଡ଼ିଆଙ୍କ ପାଇଁ ବିଶେଷ ରିହାତି

ଭୁବନେଶ୍ୱର,୭।୨(ବ୍ୟୁରୋ): ଜମ୍ମୁ ଓ କଶ୍ମୀର ବୁଲିବାକୁ ଯାଉଥିବା ଓଡ଼ିଆ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି। କଶ୍ମୀର ଘରୋଇ ଟୁର୍‌ ଅପରେଟର ସଂଘ ପକ୍ଷରୁ...

ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନୂତନ ନିଯୁକ୍ତି, ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୧୪।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଏନେଇ ନିଯୁକ୍ତି ପ୍ରସ୍ତାବକୁ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ...

ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ଦେହବେପାର : ଆପତ୍ତିଜନକ ଅବସ୍ଥାରେ ଗଲେ ଥାନାକୁ

ଭଦ୍ରକ ଅଫିସ,୨୧।୨: ଭଦ୍ରକ ସହରରେ ଖୋଲାଖୋଲି ଚାଲିଥିଲା ଦେହବେପାର। ପୋଲିସ ମୁଖ୍ୟାଳୟର ଅନତି ଦୂର ସହରାଞ୍ଚଳ ଥାନା ଡଗମୁଣ୍ଡସ୍ଥିତ ଏକ ଭଡାଘରେ ଚାଲୁଥିବା ସେକ୍ସ ରାକେଟ...

କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ ପରେ ପୁଅ ହେଲେ ସରପଞ୍ଚ

ଜୁନାଗଡ଼,୨୫।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡ଼ା ପଞ୍ଚାୟତ ଉପନିର୍ବାଚନର ଗୁରୁବାର ଫଳାଫଳ ଘୋଷଣା ହୋଇଛି। ଭଇଁରୀଗୁଡ଼ାର ନୂତନ ସରପଞ୍ଚ ଭାବେ ମୃତ କୋଭିଡ୍‌ ଯୋଦ୍ଧା...

Advertisement
Archives

Model This Week