ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌ ଆଜି ସନ୍ଧ୍ୟାରେ ରାଜ୍ୟ ଅଧିକାରୀଙ୍କ ସହ ବୈଠକ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ୬ଟି ଜିଲାରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି। ବାତ୍ୟାରେ ରାଜ୍ୟରେ କ୍ଷୟକ୍ଷତି ଆକଳନ ସକାଶେ କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍‌ ଓଡିଶା ଗସ୍ତରେ ଆସିଛନ୍ତି। ବାତ୍ୟାର ସପ୍ତାହେ ପରେ କେନ୍ଦ୍ରରୁ ଆସିଥିବା ୭ଜଣିଆ ଟିମ୍‌ ଗୁରୁବାର ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳର କ୍ଷୟକ୍ଷତି ଆକଳନ କରିଛନ୍ତି। ପ୍ରଥମ ଦିନ ଏହି ଟିମ୍‌ ଜାଗୁଳା ପଞ୍ଚାୟତର ବଳଭଦ୍ରପ୍ରସାଦ ଗାଁକୁ ଯାଇ ବାତ୍ୟାରେ କିଭଳି ଧାନ ଫସଲ ନଷ୍ଟ ହୋଇଛି ତାକୁ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେମାନେ ସ୍ଥାନୀୟ ଚାଷୀଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ଶୁକ୍ରବାର ପୁନର୍ବାର ଭଦ୍ରକ ଜିଲା ସମେତ ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଗସ୍ତ କରିବେ ବୋଲି ସୂଚନା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସାହେଲି ଘୋଷ ରାୟଙ୍କ ନେତୃତ୍ୱରେ ଗୁରୁବାର କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରଠାରେ ପହଞ୍ଚିବାପରେ ବିମାନ ଯୋଗେ ଧାମରା ଗସ୍ତ କରିଥିଲେ। ଏହି ପ୍ରତିନିଧି ଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ଅ଼ଞ୍ଚଳକୁ ଗସ୍ତ କରିବେ। ଗୋଟିଏ ଟିମ୍‌ ପୂର୍ବାହ୍ନରେ ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଏବଂ ଅପରାହ୍ନରେ ବାଲେଶ୍ୱରର ଭୋଗରାଇ ବ୍ଲକର କ୍ଷୟକ୍ଷତି ଆକଳନ କରିବେ। ସେହିପରି ଅନ୍ୟ ଏକ ଟିମ୍‌ କେନ୍ଦ୍ରାପଡା ଜିଲାର ରାଜନଗର ବ୍ଲକ ଏବଂ ଅପରାହ୍ନରେ ଜଗତ୍‌ସିଂହପୁର ବ୍ଲର କୁଜଙ୍ଗ ଏବଂ ଏରସମା ବ୍ଲକର କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରିବେ। ଉଭୟ ଟିମ୍‌ ସାରେ ଭୁବନେଶ୍ୱର ଫେରିବାପରେ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିନିଧି ଦଳରେ ବନ୍ଦନା ସିଙ୍ଘାଲ, ଦୀନା ନାଥ, ଏସ୍‌ଏସ୍‌ ମୋଦି, ଅରିଶ ପାଲସିଂ, ବୀରେନ୍ଦ୍ର ସିଂ ଓ ସୁନୀଲ କୁମାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୨୧ରେ ଏଏସ୍‌ଓ ଲିଖିତ ପରୀକ୍ଷା

କଟକ ଅଫିସ,୨୩ା୬- ଆସନ୍ତା ଅଗଷ୍ଟ ୨୧ ତାରିଖରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ...

ପୁରୁଣା ଦୋକାନୀଙ୍କୁ ଅଗ୍ରାଧିକାର ଦିଆଯିବ

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):ଆସନ୍ତା ୨୮ ତାରିଖରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେବ। ଦିନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ଓ ଆୟୋଜନ ଜୋର୍‌ସୋରରେ ଚାଲିଛି। ବିଶେଷକରି...

୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୪ା୨(ଡି.ଏନ୍‌.ଏ.): ରାଜ୍ୟରେ ଚାଲିଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ୍‌ ପାଇଁ ଭୋଟିଂ...

‘ମଲିକା-ଇ-ତାଜ’ରେ ସ୍ନେହାଶ୍ରୀ ପ୍ରଥମ ରନର୍ସ ଅପ୍‌

ପୁରୁଣା ଭୁବନେଶ୍ୱର,୬ା୧୧(ଡି.ଏନ୍‌.ଏ.): ଆଗ୍ରାରେ ଅନୁଷ୍ଠିତ ହୋଇଥିବା ମଲିକା-ଇ-ତାଜ୍‌ ସିଜନ-୨ ମଡେଲିଂରେ ପ୍ରଥମ ରନର୍ସ ଅପ ଭାବେ ୧୪ବର୍ଷୀୟା ଓଡ଼ିଆ ଝିଅ ପୁରୁଣା ଭୁବନେଶ୍ୱର ଅଞ୍ଚଳର ସ୍ନେହାଶ୍ରୀ...

ଏବେ ଖୋଲିବନି ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୯।୮(ବ୍ୟୁରୋ): ଶୈବକ୍ଷେତ୍ରର ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିର। କିଛି ମାସ ହେଲା କୋଭିଡ୍‌ କଟକଣା ଯୋଗୁ ମନ୍ଦିର ବନ୍ଦ ରହିଛି। ମନ୍ଦିର କେବେ ଖୋଲିବ ତାହା...

ଜିପିଆର୍‌୧୪୧ ପ୍ରୋଟିନ ସ୍ତନ କର୍କଟ ବଢ଼ାଏ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ବିଶ୍ୱରେ ଏବେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ରୋଗୀ ସଂଖ୍ୟା ନୁହେଁ, ରୋଗୀଙ୍କ ମୃତ୍ୟୁ ମଧ୍ୟ ବୃଦ୍ଧି ପାଉଛି। ତେଣୁ...

ରାଜ୍ୟରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଘଡ଼ଘଡ଼ି ସାଙ୍ଗକୁ ପବନର ସୁ ସୁ ଗର୍ଜନ ଖଣ୍ଡମଣ୍ଡଳକୁ କମ୍ପାଇଦେଲା। ନିମିଷକ ମଧ୍ୟରେ ବାତ୍ୟାର ଭ୍ରମ ସୃଷ୍ଟି କଲା। ଚାହୁଁ ଚାହଁୁ ଚାରିଆଡ଼େ ଧୂଳିଝଡ଼...

୧୨ରେ ଲଘୁଚାପ, ୧୦ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୪।୭(ବ୍ୟୁରୋ): ଆସନ୍ତା ୧୨ ତାରିଖରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲାଗୁଡ଼ିକରେ...

Advertisement
Archives

Model This Week