‘ବୁଲବୁଲ୍‌’ ପ୍ରଭାବରେ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ: ଏସ୍‌ଆର୍‌ସି

ଭୁବନେଶ୍ୱର,୮।୧୧(ବ୍ୟୁରୋ): ବାତ୍ୟା ‘ବୁଲବୁଲ୍‌’ ଶନିବାର ପୂର୍ବାହ୍ନରେ ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଶୁକ୍ରବାରଠାରୁ ବର୍ଷା ଆରମ୍ଭ ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରେ ଜିଲାରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଏବଂ ଯାଜପୁର ଜିଲାରେ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁକ୍ରବାର ୬୫କିମି ବେଗରେ ପବନ ବହିବାକୁ ଥିବା ବେଳେ ଶନିବାର ୭୦ରୁ ୯୦ କିମି ବେଗରେ ପବନ ବହିବ। ସେହିଭଳି ପୁରୀ ଓ ଗଞ୍ଜାମରେ ୪୦ରୁ ୬୦ କିମି ବେଗରେ ପବନ ବହିପାରେ। ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏନେଇ ଜିଲାପାଳ ନିଷ୍ପତ୍ତି ନେବେ। ପ୍ରଭାବିତ ହେବାକୁ ଥିବା ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପଠାଯାଇଥିବା ବେଳେ ଅଗ୍ନିଶମ ବିଭାଗ ସଜାଗ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ଚିଲିକା ବିଧାୟକ

ଭୁବନେଶ୍ୱର,୮ା୧୦: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଶୁକ୍ରବାର ଜେଲ ଯିବାକୁ ପଡିଛି। ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଶୁକ୍ରବାର ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଛି। ଫଳରେ...

ଜଟଣୀରେ ହେବ ୨୦୦ ଶଯ୍ୟାର କ୍ୟାନ୍‌ସର ହସ୍ପିଟାଲ

ଭୁବନେଶ୍ୱର, ୮।୯(ବ୍ୟୁରୋ): ଜଟଣୀସ୍ଥିତ ନାଇଜର ପରିସରରେ ଏକ କ୍ୟାନ୍‌ସର ହସ୍ପିଟାଲ ସ୍ଥାପନ କରାଯିବ। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଓ...

ରୁମ୍‌ ନଂ.୨୦କୁ ନେଇ ବଢୁଛି ସସ୍‌ପେନ୍ସ

ଭବାନୀପାଟଣା,୨୩ା୧୦(ସ୍ବ.ପ୍ର): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଏବେ...

ଦୁର୍ଦ୍ଦିନରେ ପଥର ଶିଳ୍ପୀ

ଯାଜପୁର ଅଫିସ,୪ା୧୦: କୁଟୀର ଶିଳ୍ପ ପାଇଁ ପ୍ରତିବର୍ଷ ଯୋଜନା ପରେ ଯୋଜନା ପ୍ରଣୟନ କରାଯାଉଛି।ହେଲେ ଗ୍ରାମାଞ୍ଚଳର କାରିଗରଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚି ପାରୁନାହିଁ। ଫଳରେ...

ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ...

‘ରାଜ୍ୟରେ କୋଭିଡ ସ୍ଥିତି ବର୍ତ୍ତମାନ କମିବା ଅବସ୍ଥାରେ ଅଛି’

ଭୁବନେଶ୍ବର ୨୮।୧(ବ୍ୟୁରୋ): ରାଜ୍ୟରେ କୋଭିଡ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତି...

ସ୍ମୃତିରେ ୨୦୨୧

ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ।...

ପୁଣି ରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୯।୯ (ବ୍ୟୁରୋ):ପୁଣି ରାସ୍ତାକୁ ଓହ୍ଲାଇଛି ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ। ପ୍ରସ୍ତାବିତ ତ୍ରୁଟିପୂର୍ଣ୍ଣ ଗ୍ରେଡ୍‌ ପେ’...

Advertisement
Archives

Model This Week