Posted inଜାତୀୟ

ବୁମେରାଂ ପାଲଟିଲା ବ୍ରହ୍ମାସ୍ତ୍ର: ପାଓ୍ବାର ଦେଖାଇଲେ ପାଓ୍ବାର

ମୁମ୍ବାଇ,୨୭ା୧୧: କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ। କାରଣ ଉଭୟ କ୍ଷେତ୍ରରେ ଯେଉଁ ଦଳ ମ୍ୟାଚ୍‌ ହାରୁଛି ଭଳି ଦେଖାଯାଉଥିବ ଶେଷ ମୁହୂର୍ତ୍ତରେ ସେହି ଦଳ ବାଜି ମାରିନେଇଥାଏ ବୋଲି ଗତ ୧୪ ତାରିଖରେ କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ରର ବରିଷ୍ଠ ଭାଜପା ନେତା ନୀତିନ ଗଡ଼କରୀ କହିଥିଲେ। ଶନିବାର ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ଗଢ଼ାଯାଇଥିବା ଭାଜପା ନେତୃତ୍ୱାଧୀନ ଫଡ୍‌ନବିସ ସରକାରକୁ ଗଡ଼କରୀ ଅଭିନନ୍ଦନ ଜଣାଇ ପୂର୍ବ ଗୁଗ୍‌ଲିକୁ ପୁଣି ଦୋହରାଇଥିଲେ। ହେଲେ ‘କ୍ରିକେଟରେ ତୁମେ ବଲ୍‌କୁ ଦେଖିପାରିବ। କିନ୍ତୁ ରାଜନୀତିରେ ତାକୁ ଦେଖିପାରିବ ନାହିଁ’ ବୋଲି ରାଜ୍ୟ କଂଗ୍ରେସ ସଭାପତି ବାଲାସାହେବ ଥୋରାଟ୍‌ ଦେଇଥିବା ଉତ୍ତରକୁ ଗଡ଼କରୀ ଭୁଲିଯାଇଥିଲେ। ଅଜିତ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜ ରାଜନୈତିକ ଗୁରୁ ତଥା କାକା ଶରଦ ପାଓ୍ବାରଙ୍କ ନିକଟକୁ ଫେରିବାକୁ ବାଧ୍ୟହେବା ପରେ ଫଡ୍‌ନବିସଙ୍କ କ୍ଷମତାରେ ରହିବା ସ୍ବପ୍ନ ଧୂଳିସାତ୍‌ ହୋଇଛି। ଏନ୍‌ସିପିରେ ବିଭାଜନ ଘଟାଇ ପୁନଃ କ୍ଷମତାସୀନ ହେବା ପାଇଁ ଭାଜପା ଯେଉଁ ବ୍ରହ୍ମାସ୍ତ୍ର ବା ବଲ୍‌ ଫିଙ୍ଗିଥିଲା ଶେଷରେ ତାହା ବୁମେରାଂ ପାଲଟିଛି।

ଅକ୍ଟୋବର ୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ବର୍ଷାରେ ଭିଜିଭିଜି ପ୍ରଚାର କରୁଥିବାବେଳେ ଏହି ୭୯ ବର୍ଷୀୟ ଚାଣକ୍ୟ ନୂଆ ସରକାର ଗଠନର ମୂଳଦୁଆ ପକାଇବାକୁ ଯାଉଛନ୍ତି ବୋଲି କେହି କଳ୍ପନା ମଧ୍ୟ କରି ନ ଥିଲେ। ପାଓ୍ବାରଙ୍କ ଧୂଆଁଧାର ପ୍ରଚାର ଯୋଗୁ ହିଁ ଏନ୍‌ସିପି ୫୪ ଆସନ ଦଖଲ କରିବାରେ ସଫଳ ହୋଇଛି, ଯାହାକି ପୂର୍ବାପେକ୍ଷା ୧୩ ଅଧିକ। ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ପାଓ୍ବାରଙ୍କ ଅଙ୍କକଷା ଓ ଗୋଟିଚାଳନା ସମସ୍ତଙ୍କୁ ବିସ୍ମିତ କରିଛି। ଭିନ୍ନ ବିଚାରଧାରାର ଦଳ ଶିବସେନା ସହ ହାତ ମିଳାଇ ସେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଦ୍ଧି ଶିଖାଇଛନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି। ଏହି ବର୍ଷିୟାନ ରାଜନେତା ଶିବସେନା-ଏନ୍‌ସିପି-କଂଗ୍ରେସକୁ ଏକଜୁଟ କରି ଫଡ୍‌ନବିସଙ୍କ ନେତୃତ୍ୱାଧୀନ ଭାଜପା ସରକାରର ପତନ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଲେଖିଥିଲେ। ଏହି ତିନି ଦଳ ସମେତ ଆଉ କେତେକ ଛୋଟ ଦଳର ବିଧାୟକମାନଙ୍କୁ ଗୋଟିଏ ଛାତ ତଳେ ଛିଡ଼ା କରାଇ ମୋଦି-ଶାହଙ୍କୁ ପାଓ୍ବାର ସନ୍ଦେଶ ଦେଲେ ଯେ, ଏହା ଗୋଆ କି ମଣିପୁର ନୁହେଁ, ବରଂ ମହାରାଷ୍ଟ୍ର। ଏହାସହ ମହାରାଷ୍ଟ୍ରରେ ଭାଜପା ବିରୋଧୀ ରାଜନୀତିର ମୂଳଦୁଆ ପକାଇ ଜାତୀୟ ରାଜନୀତିରେ ମଧ୍ୟ ଅନୁରୂପ ସମୀକରଣର ସମ୍ଭାବନା ସୃଷ୍ଟି କରିଛନ୍ତି ପାଓ୍ବାର। ଏଥିପାଇଁ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଦେଲେ ବ୍ୟବସାୟୀ

ଅଯୋଧ୍ୟା,୧୫।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାଲିଛି। ଏଥିପାଇଁ ଦେଶ ବିଦେଶରୁ ଅନେକ ଲୋକ ଦାନ ଦେଉଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବପ୍ରଥମେ ୫ ଲକ୍ଷ...

ରାଜସ୍ଥାନର ସମସ୍ତ ୯ ଓମିକ୍ରନ୍ ଆକ୍ରାନ୍ତଙ୍କ ରିପୋର୍ଟ ଆସିଲା ନେଗେଟିଭ୍‌

ଜୟପୁର,୧୦ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ରାଜସ୍ଥାନର ସମସ୍ତ ୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ରାଜସ୍ଥାନ ସ୍ୱାସ୍ଥ୍ୟ...

ରାମ ମନ୍ଦିରକୁ ନେଇ ମୋଦିଙ୍କୁ ଚିଠି ଲେଖିଲା ଶିବସେନା

ମୁମ୍ବାଇ,୬।୩: ରାମ ମନ୍ଦିରକୁ ନେଇ ଶୁକ୍ରବାର ଶିବସେନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛି। ଏହି ଚିଠି ମାଧ୍ୟମରେ ଶିବସେନାର ଜଣେ ସଦସ୍ୟଙ୍କୁ ରାମ ମନ୍ଦିର...

ଶ୍ରୀନଗର ଗୁଲମର୍ଗ ରାସ୍ତାରେ ମିଳିଲା ୪ ପ୍ରେସର କୁକର

ଜମ୍ମୁ,୨ ।୮: କଶ୍ମୀରରେ ସୋମବାର ଶ୍ରୀନଗର ଗୁଲମର୍ଗ ରାସ୍ତାରେ ଭିନ୍ନ ଭିନ୍ନ ସ୍ଥାନରେ ଏକ ଟିଫିନ୍ ବକ୍ସ ସହ ୪ଟି ପ୍ରେସର କୁକର ପଡିଥିବା ଦେଖାଯାଇଥିଲା...

ଫୁଟବଲ ପ୍ରଶିକ୍ଷଣ ଯୋଗୁ ୮ ପଞ୍ଚାୟତର ୨୦ ଗାଁରେ ହେଉନି ଏବେ ବାଲ୍ୟବିବାହ

ରାଞ୍ଚି,୧୫।୭: ଝାଡ଼ଖଣ୍ଡର ୮ଟି ପଞ୍ଚାୟତର ୨୦ ଗାଁରେ ଏବେ ବାଲ୍ୟ ବିବାହ ବନ୍ଦ ହୋଇଯାଇଛି। ଜନଜାତି ଅଧ୍ୟ୍ୟୁଷିତ ଏହି ଗାଁଗୁଡ଼ିକରେ କମ୍‌ ବୟସର ଝିଅପୁଅଙ୍କୁ ବିବାହ...

ଝାଡ଼ଖଣ୍ଡରେ ସରକାରଙ୍କୁ କ୍ଷମତାଚ୍ୟୁତ ଷଡ଼ଯନ୍ତ୍ର ଅଭିଯୋଗ, ଚିଠିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ନାମ…

ରାଞ୍ଚି, ୩୧।୭ : ଝାଡଖଣ୍ଡର ୩ ବିଧାୟକଙ୍କଠାରୁ ନଗଦ ଟଙ୍କା ଜବତ ପରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଅଭିଯୋଗ ଆସୁଛି। ଝାଡଖଣ୍ଡର ଜଣେ...

ପୁଲଓ୍ବାମାରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୮।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି।...

ଟିକାଦାନ ପୂର୍ବରୁ ଅଭ୍ୟାସ: ୧୧୬ ଜିଲାରେ ମକ୍‌ ଡ୍ରିଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ପୂର୍ବରୁ ସମସ୍ତ ବ୍ୟବସ୍ଥାର ତଦାରଖ ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଶନିବାରଠାରୁ ଟିକାକରଣ ଅଭ୍ୟାସ (ମକ୍‌ ଡ୍ରିଲ୍‌) ଆରମ୍ଭ କରାଯାଇଛି।...

Advertisement
Archives

Model This Week