ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୩ା୧୦:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ତାଙ୍କ ସୂଚନା ମୁତାବକ, ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ବନ୍ଦ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ତିଆରି ପ୍ରସାଧନରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରି ପାଦଦେଶରେ ଷ୍ଟ୍ରବେରୀ ଚାଷ

ରାୟଗଡ଼ା ଜିଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ନିୟମଗିରି ପାଦଦେଶରେ ଷ୍ଟ୍ରବେରି ଚାଷ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଡଙ୍ଗରିଆମାନେ କଦଳୀ, ସପୁରି, ହଳଦୀ,...

୫ ଓଡ଼ିଆ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର,୨୯ା୧୧: ଉତ୍ତରକାଶୀ ସୁଡ଼ଙ୍ଗ ମଧ୍ୟରୁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼କୁଦରର...

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ

ନିରାକାରପୁର, ୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି...

ବୈପାରୀଗୁଡା ଆଇଆଇସି ଗିରଫ

ଭୁବନେଶ୍ୱର,୨୮।୧୧: ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ। ବିପୁଳ ଟଙ୍କା ଧରାପଡିବା ନେଇ ଗିରଫ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କର ମୋଟ ୩୭ଲକ୍ଷ ଟଙ୍କା ପାଇଲା ଭିଜିଲାନ୍ସ।...

ଭାଇରସ ଏଚ୍‌୯ଏନ୍‌୨ ନୂଆ ନୁହେଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨୮।୧୧: ଚାଇନାରେ ବ୍ୟାପୁଥିବା ନିମୋନିଆକୁ ନେଇ ରାଜ୍ୟ ସରକାର ସଚେତନ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ...

କ୍ୟାପିଟାଲ ହସ୍ପିଟାଲ ମଡ୍ୟୁଲାର ଓଟିରେ ଅସ୍ତ୍ରୋପଚାର ଆରମ୍ଭ

ଭୁବନେଶ୍ୱର,୨୭ା୧୧: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପିଜିଆଇଏମଆରରେ ମଡ୍ୟୁଲାର ଓଟି କମ୍ପେ୍ଲକ୍ସ ଲାର୍ଯ୍ୟକ୍ଷମ ହୋଇଛି। କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ନିର୍ଦ୍ଦେଶରେ ଏହି...

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨

ବଲାଙ୍ଗୀର, ୨୭ା୧୧(ବୀରେନ୍ଦ୍ର କୁମାର ଝାଙ୍କର): କରୋନା ମହାମାରୀ ସମୟର ଅନେକ ତଥ୍ୟ ଲୋକଲୋଚନକୁ ଆସିନାହିଁ। ସେହି ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ସରକାରୀ...

ପାନୀୟ ଜଳ ହେଉଛି ବିଷାକ୍ତ

ଯାଜପୁର/ରଗଡ଼ି,୨୮ା୧୧(ହର୍ଷବର୍ଦ୍ଧନ ବେହେରା/ଯତିଶ ମଲ୍ଲିକ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ରେ ଏବେ କୋରେଇ ବ୍ଲକ ମଞ୍ଜୁରୀ ମୌଜା ଅଞ୍ଚଳର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri