ବୀର ଯବାନଙ୍କୁ ମନେପକାଇଲେ ବିରୋଧୀ ଗୋଷ୍ଠୀ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): କେତେବେଳେ ବିଛୁଆତି, ବାଇଡଙ୍କ ଲଗାଇ ତ କେତେବେଳେ ରାଖୀ ବାନ୍ଧି ଭାଲେଣ୍ଟାଇନ୍ସ ଡେ’ରେ ପାର୍କ, ସିନେମା ହଲ୍‌ ଏବଂ ଶପିଂ ମଲ୍‌ରେ ପହଞ୍ଚି ପ୍ରେମୀଯୁଗଳଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରୁଥିବା ଗୋଷ୍ଠୀଗୁଡ଼ିକ ଏଥର କିନ୍ତୁ ନିଆରାଭାବେ ଦିନଟିକୁ ପାଳନ କରିଥିଲେ। ପୁଲଓ୍ବାମା ଶହୀଦମାନଙ୍କୁ ମନେପକାଇ ବଜରଙ୍ଗ ଦଳ କର୍ମକର୍ତ୍ତାମାନେ ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନଠାରେ ପ୍ରଦୀପ ପ୍ରଜ୍ୱଳନ କରି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିଭଳି କଳିଙ୍ଗ ସେନା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ଏହି ଦିବସ ପାଳନ କରିବାକୁ ଯୁବପିଢ଼ିଙ୍କୁ ସଚେତନ କରାଇଥିଲା। କଳିଙ୍ଗ ସେନା ପକ୍ଷରୁ ଚଳିତବର୍ଷ କୌଣସି ପ୍ରକାର ବିରୋଧାତ୍ମକ କାର୍ଯ୍ୟକ୍ରମ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧିମେଇଯାଇଛି ଏକାମ୍ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୧୮ା୧(ଡିଏନ୍‌ଏ): ଏକାମ୍ର ଶ୍ରୀ ଲିଙ୍ଗରାଜ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହଠାତ୍‌ ଧିମେଇ ଯାଇଛି। ମିଳିତ ଉଚ୍ଛେଦ ଟିମ୍‌ ଶ୍ରୀ ଲିଙ୍ଗରାଜ ମନ୍ଦିର...

ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତି: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୪।୧: ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଅର୍ଜିକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ...

ସ୍ବାସ୍ଥ୍ୟ ବିଭାଗ ଅଧୀନରେ ହେବ ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଏଣିକି ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ କାର୍ଯ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ। ପୂର୍ବରୁ ଏହା ଗୃହ ନିର୍ମାଣ ଓ...

ସ୍ବତନ୍ତ୍ର କାର୍ଗୋ ବିମାନରେ ଆସିଲା କୋଭିଡ୍‌-୧୯ କିଟ୍‌

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାରୁ କାର୍ଗୋ ବିମାନ ଯୋଗେ ଓଡ଼ିଶାକୁ ଔଷଧ ଓ ମେଡିକାଲ ସାମଗ୍ରୀ ପରିବହନ ଜାରି ରହିଛି। ତେବେ ବୁଧବାର ଏକ...

ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ

ଖୋର୍ଦ୍ଧା ଅଫିସ,୨୩।୫: ଖୋର୍ଦ୍ଧା ଜିଲାର ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ପ୍ରଶାନ୍ତ କୁମାର ଜଗଦେବ ୩ଶହ ୯୯ଭୋଟରେ...

ବେଆଇନ ଗୋରୁ ଚାଲାଣ: ୮ପିକ୍‌ଅପ୍‌ ଭ୍ୟାନ ଜବତ, ୧୧ ଗିରଫ

ରେମୁଣା,୨୩।୭(ଡି.ଏନ୍‌.ଏ): ବାଲେଶ୍ୱର ଖନ୍ତପଡ଼ା ପୋଲିସକୁ ବଡ଼ ସଫଳତା। ବେଆଇନ ଚାଲାଣ ହେଉଥିବା ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ। ସୂଚନାଯୋଗ୍ୟ, ରେମାଣା ବ୍ଲକ୍‌ ଖନ୍ତପଡ଼ା ଥାନା ଅଧୀନ...

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌: ଲୁଟିନେଲେ ୯ଭରି ସୁନା ଅଳଙ୍କାର

ସୋରଡା,୧୮ା୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ବଡଗଡ ଗ୍ରାମ ବଡଦାଣ୍ଡରେ ଜଣେ ଲୁଗା ବ୍ୟବସାୟୀଙ୍କୁ ସୋମବାର ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନା...

ପରିବାର ସଦସ୍ୟଙ୍କ ହାତ,ଗୋଡ଼ ବାନ୍ଧି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର

ସାକ୍ଷୀଗୋପାଳ,୩।୮(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରେଳଷ୍ଟେଶନ ନିକଟ ଯାଦବ ନିବାସରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ପରିବାରର ୭ ସଦସ୍ୟଙ୍କ ମୁଣ୍ଡରେ ପିସ୍ତଲ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *