Posted inଜାତୀୟ

ବିହାରରେ ଲାଗି ରହିଛି ପୋଷ୍ଟର ଓ୍ବାର

ପାଟନା,୪।୧: ବିହାରରେ ଚଳିତ ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଏବେଠାରୁ ବିଭିନ୍ନ ଦଳ ଲାଗି ପଡିଲେଣି। ଏହାକୁ ନେଇ ଏବେ ବିହାରର ମୁଖ୍ୟ ରାଜନୈତିକ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଯାଇଛି। ପ୍ରଥମେ ଜେଡିୟୁ ଆର୍‌ଜେଡିର ୧୫ ବର୍ଷର ଶାସନ କାଳକୁ ଟାର୍ଗେଟ କରିଛି। ପୋଷ୍ଟର ମାଧ୍ୟମରେ ସେ କହିଛି ହିସାବ ଦିଅ ହିସାବ ନିଅ। ଏହାକୁ ନେଇ ଏବେ ଆର୍‌ଜେଡି ତା’ର ପୋଷ୍ଟର ଜାରି କରିଛି। ଏମିତି ଭାବେ ଏବେ ବିହାରର ଦୁଇ ମୁଖ୍ୟ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ଲାଗିପଡିଛନ୍ତି। କଂଗ୍ରେସ ମଧ୍ୟ ଏଥିରେ ପଛରେ ପଡିନାହିଁ। ଗତ କିଛିଦିନ ହେବ କିଛି ରାଜ୍ୟରେ କଂଗ୍ରେସର ଭଲ ପ୍ରଦର୍ଶନ ପାଇଁ ସେ ମଧ୍ୟ ଆଉ ଦୁଇପାଦ ଆଗେଇ ଆସିଛି। କଂଗ୍ରେସ ତା’ର ପୋଷ୍ଟର ମାଧ୍ୟମରେ ଶାସକ ଦଳକୁ ଟାର୍ଗେଟ କରିବା ସହ ଏବେ ଆଉ ଟେଷ୍ଟ ମ୍ୟାଚ ଖେଳାଯିବ ନାହିଁ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କ ସମ୍ବୋଧନ: ଗଲଓ୍ବାନ ବୀରଙ୍କ ଉପରେ ଦେଶ ଗର୍ବ କରେ

ନୂଆଦିଲ୍ଲୀ,୧୪।୮: ଆଉ ମାତ୍ର କେଇ ଘଣ୍ଟା ପରେ ଦେଶ ପାଳନ କରିବାକୁ ଯାଉଛି ୭୪ ତମ ସ୍ବାଧିନତା ଦିବସ। ଏହାର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ...

ପ୍ରାର୍ଥିପତ୍ର ଦାଖଲ କରେ ଉଦ୍ଧବ

ମୁମ୍ବାଇ,୧୧।୫: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୧ ତାରିଖରେ ଏହି ନିର୍ବାଚନ କରାଯିବ।...

ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ: ମୁସଲିମ୍‌ ଲିଗ୍‌ ପକ୍ଷରୁ ଲଢ଼ିବେ ସିିବଲ୍‌

ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକ ସଭା ଏବଂ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହାକୁ ବିରୋଧ କରି ଗୁରୁବାର ସୁପ୍ରିମକୋର୍ଟରେ ଇଣ୍ଡିଆନ୍‌ ୟୁନିୟନ ମୁସଲିମ୍‌...

ଉପବାସରେ ପ୍ରିୟଙ୍କା

ଲକ୍ଷ୍ନୌ,୫ ।୧୦: ଲକ୍ଷ୍ମୀପୁର ଖେରି ମାମଲାରେ କୃଷକ ଓ ପ୍ରଶାସନ ମଧ୍ୟରେ ସୋମବାର କଥାବାର୍ତ୍ତା ହୋଇଯାଇଛି । କେବଳ ଏତିକି ନୁହେଁ ଗିରଫ କରାଯାଇଥିବା ନେତାଙ୍କୁ...

ଯାତ୍ରୀମାନଙ୍କ ଉପରକୁ ରଙ୍ଗ ନ ପକାଇବା ପାଇଁ ଅନୁରୋଧ କଲା ରେଳ ବିଭାଗ

ନୂଆଦିଲ୍ଲୀ,୨୭।୩: ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଅନୁରୋଧ କରାଯାଇଛି। ପଶ୍ଚିମ ରେଳ ବିଭାଗ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି, ଦୟାକରି...

ପ୍ରତିଶୋଧ ନେଲେ ପ୍ରଧାନମନ୍ତ୍ରୀ

ଜଳନ୍ଧର,୧୫।୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨୦୧୪ ସାଧାରଣ ନିର୍ବାଚନ ବେଳର ଏକ ଘଟଣାକୁ ନେଇ ଟାର୍ଗେଟ କରିଛନ୍ତି। କଂଗ୍ରେସ ଶାସିତ...

ଭୋଜି ଖାଇବା ପରେ ରକ୍ତବାନ୍ତି କଲେ ଗ୍ରାମବାସୀ

ଡେରାଡୁନ: ଏକ ଧାର୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଏକାଠି ବସି ଖାଇଥିଲେ। ଖାଇବା ପରେ ୪୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଏମିତି ଘଟଣା ଉତ୍ତରପ୍ରଦେଶରେ...

ପୋଲିସଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌: ସୀମା ଅତିକ୍ରମ ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ, ୨୯।୧୦: ସୋସିଆଲ୍‌ ମିଡ଼ିଆରେ କରାଯାଉଥିବା ପୋଷ୍ଟକୁ ନେଇ ସୁପ୍ରିମ୍‌କୋର୍ଟ ପୋଲିସଙ୍କୁ ତାଗିଦ୍‌ କରିଛନ୍ତି। ଲୋକଙ୍କୁ ଏନେଇ ଅଯଥା ହଇରାଣ ନ କରିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି।...

Advertisement
Archives

Model This Week