Posted inଜାତୀୟ

ବିହାରରେ ବଦଳୁଛି ରାଜନୈତିକ ପାଣିପାଗ: ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲା ଆରଜେଡି

ପାଟନା, ୨।୭: ବିହାରରେ ରାଜନୈତିକ ପାଣିପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଜେଡିୟୁ ଏବଂ ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ଉଠାଇବାକୁ ଚେଷ୍ଟା କରିଛି ଜେଡିୟୁ। ଦଳର ଗୋଟିଏ ପରେ ଗୋଟିଏ ନେତା ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି। ପ୍ରଥମେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ତ୍ରୀ ରାବିଡି ଦେବୀ ବିଧାନପରିଷଦରେ ମୋଦିଙ୍କୁ ପ୍ରଶଂସା କରିଥିଲାବେଳେ ଏବେ ଦଳର ଅନ୍ୟତମ ବରିଷ୍ଠ ନେତା ଅବଦୁଲ୍‌ ବାରି ସିଦ୍ଦିକି ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିବା ଦେଖାଯାଇଛି। ନିକଟରେ ବିହାରରେ ମସ୍ତିଷ୍କ ଜ୍ୱରରେ ୨୫୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଶୋକ ପ୍ରକାଶ କରି ଏହା ଲଜ୍ଜାଜନକ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ପରେ ଆରଜେଡି ନେତା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭର୍ତ୍ସନା କରିବା ସହ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମର୍ଥନ କରି ରାବିଡି ଶିଶୁମୃତ୍ୟୁ ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ। ସୂଚନାଯୋଗ୍ୟ, ମୋଦିଙ୍କ ନବଗଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନ ଦେବା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। ଏହାର ଫଳସ୍ବରୂପ ଆଗାମୀ ଦିନରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବନି କହିଥିଲେ ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ନାରାବାଜି ପରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଭାଷଣ ଦେଉଥିବା ବେଳେ ବିରୋଧୀଦଳ ନେତା ତଥା କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖପ୍ରକାଶ

ନୂଆଦିଲ୍ଲୀ,୧୬।୮: କ୍ରିକେଟରରୁ ରାଜନେତା ପାଲଟିଥିବା ତଥା ଯୋଗୀ ସରକାରର ମନ୍ତ୍ରୀ ଚେତନ ଚୌହାନଙ୍କର ଦେହାନ୍ତ ହୋଇଛି। ୭୩ ବର୍ଷିୟ ଚେତନ କରୋନା ଆକ୍ରାନ୍ତ ହେବାପରେ ଗୁରୁଗ୍ରାମର...

ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍‌ ଟିକା ଦିଆଯିବ।...

ରାଜସ୍ଥାନ ସଙ୍କଟ ମଧ୍ୟରେ ଏହି ରାଜ୍ୟର ୬ଜଣ ସଦସ୍ୟ ହାତ ଛାଡ଼ି ଧରିଲେ ପଦ୍ମ

ଇମ୍ଫାଲ,୩୦।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମଣିପୁର ଇମ୍ଫାଲ ନଗର ନିଗମରେ କଂଗ୍ରେସର ୬ଜଣ ଓ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି)ର ଜଣେ ସଦସ୍ୟ ଭାଜପାରେ...

ମୁଁ ଆର୍‌ଟିପିସିଆର ଟେଷ୍ଟ କରିବିନି କହିଲେ ଯୁବତୀ, ଷ୍ଟେଶନରେ କଲେ ଏମିତି ହଙ୍ଗାମା; ଭିଡିଓ ଭାଇରାଲ

ଜୟପୁର,୨୧।୪: ପୋଲିସ ସହ ସାଧାରଣ ଜନତାଙ୍କ ଯୁକ୍ତିତର୍କ, ମାଡ଼ପିଟ୍‌ ହେଉଥିବାର ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। କିଛିଦିନ ତଳେ ଦିଲ୍ଲୀର ଏକ ଦମ୍ପତି ମାସ୍କ ପିନ୍ଧି...

ଧାରା ୩୭୦: ପୂରଣ ହେଲା ବାଲା ସାହେବ, ବାଜପେୟୀଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୫।୮: ରାଜ୍ୟ ସଭାରେ ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଧାରା ୩୭୦କୁ ହଟାଇବାକୁ ପ୍ରସ୍ତାବ ଦେଇଥିଲେ। ଏହାସହ ରାଜ୍ୟ ପୁନର୍ଗଠନ ପାଇଁ ମଧ୍ୟ ଶାହ ପ୍ରସ୍ତାବ...

ପ୍ରତିିଶୋଧମୂଳକ ରାଜନୀତି ଆଘାତ ଦେଇଛି: ପାଇଲଟ୍‌

ନୂଆଦିଲ୍ଲୀ, ୧୨ା୮ : ରାଜନୀତିରେ ପ୍ରତିଶୋଧମୂଳକ ମନୋଭାବ ରଖିବା ଠିକ୍‌ ନୁହେଁ ବୋଲି କଂଗ୍ରେସ ନେତା ସଚିନ ପାଇଲଟ୍‌ ମଙ୍ଗଳବାର କହିଛନ୍ତି। ମାସକ ପରେ ଜୟପୁର...

ଟିଏମ୍‌ସି ନେତାଙ୍କୁ ହତ୍ୟା

କୋଲକାତା,୬ା୬: ଉତ୍ତର କୋଲକାତାର ନିମଟାଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ହତ୍ୟାକାଣ୍ଡ ଲାଗି...

Advertisement


Archives

Model This Week