ବିଷାକ୍ତ ଖାଦ୍ୟ ନେଲା ମାଖନ ହାତୀ ଜୀବନ

ବନ୍ତଳା, ୫।୧(ଡି.ଏନ.ଏ.)-ଅନୁଗୋଳ ବନଖଣ୍ଡ ପୁପୁଣ୍ଡା ସେକ୍ସନ ବିଟ୍‌ ଅଧୀନ ବୃନ୍ଦାବନପୁର ଗ୍ରାମରୁ ରବିବାର ସକାଳେ ଏକ ମାଖନ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ। ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତ୍ୟୁ ପୂର୍ବରୁ ହାତୀଟି ୧୦୦ ମିଟର ଦୂରରୁ ଘୋଷାଡ଼ି ହୋଇ ଆସିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି।
ସୂଚନାପାଇ ଡିଏଫଓ ଭି. କାର୍ତ୍ତିକ, ଏସିଏଫ ବାସୁଦେବ ବେହେରା, ପ୍ରୋବେଶନାଲ ଆଇଏଫଏସ୍‌ ସାଇ କରଣ, ରେଞ୍ଜ ଅଧିକାରୀ ସତ୍ୟବ୍ରତ ପ୍ରଧାନ ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗର ଡେପୁଟି ନିର୍ଦ୍ଦେଶକ ଡ. ଭରତ ଚନ୍ଦ୍ର ଗଡ଼ନାୟକ, ସାତକୋଶିଆ ପ୍ରାଣୀ ଚିକିତ୍ସକ ଡ. କିଶୋର ଚନ୍ଦ୍ର ସାହୁ, ଭିଏସ୍‌ ଡ. ସୁଶାନ୍ତ କୁମାର ସେଠୀ ପ୍ରମୁଖ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ। ଏଥିରୁ ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏ ନେଇ ଜିଲା ପ୍ରାଣୀଧନ ବିଭାଗର ଡେପୁଟି ନିର୍ଦ୍ଦେଶକ ଡ. ଗଡ଼ନାୟକ କୁହନ୍ତି, ବିଷାକ୍ତ ଖାଦ୍ୟ ଖାଇ ମାଖନ ହାତୀ ପ୍ରାଣ ହରାଇଛି। ଅଧିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଲାବୋରେଟାରିକୁ ପଠାଯିବ। ରିପୋର୍ଟ ଆସିଲା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ଝୁଲାପୋଲ ବିପଜ୍ଜନକ

ରାୟଗଡ଼ା ଅଫିସ,୧ା୧୧:କଟକର ଧବଳେଶ୍ୱର ପରେ ରାୟଗଡ଼ାର ଚେକାଗୁଡ଼ା ନିକଟରେ ରହିଥିବା ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ। ୨୦୧୧ରେ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନାଗାବଳୀ...

ଅବାଧରେ ଚାଲିଛି ବେଆଇନ ଇଟାଭାଟି

ନିମାପଡ଼ା,୨୨।୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକର ଡେଣୁଅଁ, ମିଟେଇପୁର, ଭୋଗ୍ରଶାଳଦା, ଭିଲିଗ୍ରାମ, ସଲଙ୍ଗ, ବାମନାଳ, ହରିପୁର, ତମାଳୋ, ତୁଳସୀପୁର, ବାହାରେଣା, ଭୋଦର, କଳାପାଞ୍ଚଣ, ଛଣିଜଙ୍ଗ, ଅରିଷଣ୍ଢ ସମେତ ୩୨...

୧୭ରେ କେନ୍ଦ୍ରାପଡ଼ା ବନ୍ଦ ଡାକରା

କେନ୍ଦ୍ରାପଡ଼ା ଅଫିସ, ୧୬ା୧:କେନ୍ଦ୍ରାପଡ଼ା ସହରର ଖଡିଅଙ୍ଗସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସିଟି ହସ୍ପଟାଲ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି। ସହରର ମିଳିତ କ୍ରିୟାନୁଷ୍ଠାନ କମିଟି...

ପ୍ରଥମେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର, ଶେଷରେ ମାରିଦେବାକୁ ଉଦ୍ୟମ

ବନ୍ତ,୬।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇ...

କନ୍ଦାଇଲା ବିଦାୟ ବେଳା

ଢେଙ୍କାନାଳ ଅଫିସ, ୭।୬ – ସମ୍ପର୍କ ଦିନ କେଇଟାର। ହାତଗଣତି ଭିତରେ ସମସ୍ତେ ବାନ୍ଧି ହୋଇଯାଇଥିଲେ ସମ୍ପର୍କ ଦଉଡ଼ିରେ। ଆଉ ଯେତେବେଳେ ଅତିଆପଣାର ସମ୍ପର୍କକୁ ବିଦାୟ...

୨ଟି ମତରେ ଶ୍ୟାମ୍‌ ଷ୍ଟିଲ୍‌ ସାମଗ୍ରୀ: ଆପତ୍ତି ଉଠାଇଥିଲା ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ

ଯାଜପୁର ଅଫିସ,୮।୬: ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ମେଗା ପାଇପ୍‌ ଜଳ...

ବୃଦ୍ଧାଙ୍କୁ ଗଛତଳୁ ଉଦ୍ଧାର କଲା ପ୍ରଶାସନ

ନୂଆପଡା ଅଫିସ,୪।୪- ନୂଆପଡ଼ା ଜିଲା କୋମନା ବ୍ଲକ ପ୍ରଶାସନ ସାବିତ୍ରୀ ତାଣ୍ଡି (୬୫) ନାମ୍ନୀ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛି । ତାଙ୍କ ଘର ସ୍ଥାନୀୟ...

ଭଡ଼ାଘରୁ ମା-ଝିଅଙ୍କ ମୃତଦେହ ଜବତ

ବଣାଇଁ,୨୯।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ନିୟୁ ଗାର୍ଡେନ କଲୋନୀ ମସଜିଦ ସମ୍ମୁଖ ଭଡ଼ାଘରୁ ଗୁରୁବାର ମା- ଝିଅଙ୍କ ମୃତଦେହ ଜବତ କରିଛି ପୋଲିସ।...

Advertisement
Archives

Model This Week