Posted inଜାତୀୟ

ବିଶ୍ୱ ସାକ୍ଷରତା ଦିବସ: ଭାରତରେ ୨୮ କୋଟିଙ୍କୁ ଜଣାନାହିଁ ପଢ଼ିବା ଲେଖିବା

ନୂଆଦିଲ୍ଲୀ,୮।୯: ସେପ୍ଟେମ୍ବର ୮ରେ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇଥାଏ। ଏହା ୧୯୬୭ଠାରୁ ପାଳିତ ହେଉଛି। ଭାରତ ବିଭିନ୍ନ କ୍ଷେତ୍ରରେ ବିକାଶ ଧାରା ଜାରି ରଖିଥିବାବେଳେ ଏବେ ମଧ୍ୟ ଦେଶର ୨୮ କୋଟିରୁ ଅଧିକ ଲୋକଙ୍କୁ ପଢ଼ିବା ଲେଖିବା ଜଣାନାହିଁ। ଏନେଇ ୟୁନେସ୍କୋ ଗ୍ଲୋବାଲ ମନିଟରିଂ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଭାରତ ୨୦୫୦ରେ ପ୍ରାଥମିକ ଶିକ୍ଷା, ୨୦୬୦ରେ ମାଧ୍ୟମିକ ଶିକ୍ଷା ଏବଂ ୨୦୮୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବ। ତେବେ ସ୍ବାଧୀନତା ପରେ ଦେଶର ସାକ୍ଷରତା ହାରରେ ଅଗ୍ରଗତି ହୋଇଛି। ସେତେବେଳେ ଏହା ୧୮ ପ୍ରତିଶତ ଥିଲା। ତେବେ ଏବେ ଏଥିରେ ୫୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୧ ଜନଗଣନା ଅନୁସାରେ କେରଳର ସାକ୍ଷରତା ହାର ୯୩.୯୧ ପ୍ରତିଶତ ରହିଛି। ସେହିପରି ଲାକ୍ଷାଦ୍ୱୀପରେ ୯୨.୨୮ ପ୍ରତିଶତ, ମିଜୋରାମ୍‌ରେ ୯୧.୫୮ ପ୍ରତିଶତ, ତ୍ରିପୁରାରେ ୮୭.୭୫ ପ୍ରତିଶତ ରହି ରହିଛି। ଅପରପକ୍ଷରେ ଗୋଆରେ ସାକ୍ଷରତା ହାର ୮୭.୪୦ ପ୍ରତିଶତ ଥିବାବେଳେ ତେଲେଙ୍ଗାନାରେ ୬୬.୫୦ ଏବଂ ବିହାରରେ ୬୩.୮୨ ପ୍ରତିଶତ ରହିଛି। ବିହାର ଏବଂ ତେଲେଙ୍ଗାନାର ସାକ୍ଷରତା ହାର ସର୍ବନିମ୍ନ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୧୧ ଜନଗଣନା ଅନୁସାରେ ଦେଶର ସାକ୍ଷରତା ହାର ୭୫.୦୬ ପ୍ରତିଶତ ରହିଛି। ସର୍ବ ଶିକ୍ଷା ଅଭିଯାନ ଦ୍ୱାରା ବହୁ ସଫଳତା ମିଳିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପୂର୍ବରୁ, ଲିଣ୍ଡସେ ଟ୍ରମ୍ପଙ୍କ ପାଇଁ ତିନୋଟି କାର୍ଯ୍ୟ ତାଲିକାଭୁକ୍ତ କରିଥିଲେ, ରୁଷିଆ କଥା ଉଲ୍ଲେଖ କରି ଫୋନରେ କହିଥିଲେ, ‘ମୁଁ ଏବେ ମରିପାରିବି ନାହିଁ…’

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ କମି ନାହିଁ, ଯାହା ଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଇତି ମଧ୍ୟରେ, ବରିଷ୍ଠ…

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

ଇରାନରେ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ନିର୍ବାଚନ ଘୋଷଣା, ୫୩ ବର୍ଷ ମଧ୍ୟରେ ପ୍ରଥମ ଥର ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କଲେ ସରକାର

ଜେରୁଜେଲମ,୧୩।୭: ଇସ୍ରାଏଲର ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଛି; ଭୋଟିଂ ୨୭ ଅକ୍ଟୋବର, ୨୦୨୬ ରେ ହେବ। ଉଲ୍ଲେଖନୀୟ ଯେ, ଏହା ୩୮ ବର୍ଷ…

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri