ବିଶ୍ୱ ମେଟ୍ରୋରେ ଯାତ୍ରା କରୁଥିବା ବେଳେ ପାକିସ୍ତାନ ରିକ୍ସାରେ ଅଟକିଛି: ଆରିଫ

ଲଣ୍ଡନ,୧୦।୯: ପାକିସ୍ତାନ ଅଧିକୃତ କଶ୍ମୀରର ମାନବାଧିକାର କର୍ମୀ ଆରିଫ ଆଜକିଆ ପାକିସ୍ତାନକୁ କଟାକ୍ଷ କରି କହିଛନ୍ତି, ଏବେ ବିଶ୍ୱ ଯେତେବେଳେ ମେଟ୍ରୋରେ ଦୌଡୁଛି ସେତେବେଳେ ପାକିସ୍ତାନ ରିକ୍ସାରେ ଚାଲୁଛି। କାରଣ ଏହା ହେଉଛି ପାକିସ୍ତାନର ମାନଦଣ୍ଡ ବା ଷ୍ଟାଣ୍ଡାର୍ଡ। ନିକଟରେ ଚନ୍ଦ୍ରୟାନ-୨କୁ ନେଇ ଭାରତକୁ ପାକିସ୍ତାନ ମନ୍ତ୍ରୀ ଫୟାଦ ଚୌଧୁରୀ କଟାକ୍ଷ କରିଥିବା ବେଳେ ଏବେ ଏହାର ଉତ୍ତର ରଖିଛନ୍ତି ଆରିଫ। ସେ କହିଛନ୍ତି ନାସା କହୁଛି ଚନ୍ଦ୍ରୟାନ-୨ ଭାରତର ବଡ ସଫଳତା। ଆଉ ଯେଉଁମାନେ ଚେଷ୍ଟା କରନ୍ତି ସେମାନେ ବିଫଳ ହୁଅନ୍ତି। କିନ୍ତୁ ପାକିସ୍ତାନ କ’ଣ କରୁଛି। ନିଜର ଅର୍ଥ ବ୍ୟବସ୍ଥା ଏବେ ଆଇସିୟୁରେ ଥିବା ବେଳେ ଦେଶର ପ୍ରଗତି କଥା ଚିନ୍ତା ନ କରି ଅନ୍ୟକୁ କଟାକ୍ଷ କରିବା କେତେଦୂର ଠିକ୍‌ ବୋଲି ଆରିଫ କହିଛନ୍ତି। ଲଣ୍ଡନରେ ରହୁଥିବା ଆରିଫ ଏଥର ପାକିସ୍ତାନକୁ ବହୁ କଟୁ କଥା କହିଛନ୍ତି। ସେ ଫୟାଦ ଚୌଧୁରୀଙ୍କୁ କହିଛନ୍ତି, ପ୍ରଯୁକ୍ତି ବିଦ୍ୟାର ମନ୍ତ୍ରୀ ହୋଇ ଆଜିବି ଆପଣ ସେହି ରିକ୍ସାରେ ଅଟକିଛନ୍ତି। ଟିକେ ବାହାରକୁ ଆସନ୍ତୁ ଦେଶର ଭବିଷ୍ୟତ କଥା ଚିନ୍ତା କରନ୍ତୁ। ସେମିତି ପାକିସ୍ତାନରେ ହେଉଥିବା ବିସ୍ଫୋରଣକୁ ଦେଖି ଖେଳାଳିମାନେ ବି ସେଠାକୁ ଯିବାକୁ ମନା କଲେଣି। ଏସବୁ କଥା ଉପରେ ଟିକେ ପାକିସ୍ତାନ ଗୁରୁତ୍ୱ ଦେଉ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢାଇଲା ଚାଇନା ଜେଲରେ କରୋନା ଭାଇରସ

ବେଜିଂ,୨୧।୨: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ଏଥିରେ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଚାଇନା। ଏବେସୁଦ୍ଧା ଏଠାରେ...

କରୋନା ଆକ୍ରାନ୍ତ ସତ୍ତ୍ୱେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଡାକିଲେ ବୈଠକ, ହେଲେ ଟ୍ରୋଲ

ଇସଲାମାବାଦ,୨୬।୩: ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଶିବଲି ଫରାଜ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ କ୍ୟାପ୍‌ଶନ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ...

ମୁହାଁମୁହିଁ ହେବେ ଆମେରିକା-ରୁଷିଆ

ମସ୍କୋ,୧ା୬: ଆମେରିକା-ରୁଷିଆ ମୁହାଁମୁହିଁ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଆମେରିକା ୟୁକ୍ରେନକୁ ଉନ୍ନତ ଧରଣର ରକେଟ ସିଷ୍ଟମ ଏବଂ ଅତ୍ୟାଧୁନିକ ଗୁଳିଗୋଳା ଯୋଗାଣ ପାଇଁ...

ଲୋକଙ୍କ ବଦଳରେ ମୋ ଜୀବନ ନିଅ

ନାପିତାଓ, ୧୦ା୩: ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ ନିର୍ବାଚିତ ସରକାରକୁ ମ୍ୟାନ୍‌ମାରରୁ ହଟାଇ ସେନା କ୍ଷମତା ମାଡ଼ିବସିବା ପରଠାରୁ ଦେଶବ୍ୟାପୀ ଆନ୍ଦୋଳନ...

କରୋନା ଭାଇରସ: ରାଜ ପରିବାରର ପ୍ରଥମ ସଦସ୍ୟ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ...

ଡରିଲାଣି ପାକିସ୍ତାନ: ସର୍ତ୍ତ ରଖି କଥା ହେବାକୁ ଦେଉଛି ପ୍ରସ୍ତାବ

ଇସ୍‌ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଏବେ ଡରି ଯାଇଥିବା ଆଲୋଚନା ହେଉଛି। କାରଣ ସେ ଏବେ ଭାରତ ସହ ସର୍ତ୍ତମୂଳକ କଥା...

ଶ୍ରୀଲଙ୍କାରେ ରାଜପକ୍ଷେଙ୍କ ଦଳକୁ ମିଳିଲା ବହୁମତ, ମୋଦି ଜଣାଇଲେ ଶୁଭେଚ୍ଛା

କଲମ୍ବୋ,୭।୮:ଶ୍ରୀଲଙ୍କା ହୋଇଥିବା ସାଧାରଣ ନିର୍ବାଚନରେ ମହିନ୍ଦ୍ରା ରାଜପକ୍ଷେଙ୍କ ଦଳ ବହୁମତ ହାସଲ କରିଛି। ଏହାସହ ରାଜପକ୍ଷେ ପୁଣିଥରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେବା ହେବା ରାସ୍ତା ସଫା...

ଇଟାଲୀରେ ୧୩ ହଜାର ଅତିକ୍ରମ କଲା କରୋନା ମୃତ୍ୟୁ ସଂଖ୍ୟା

ରୋମ,୨।୪: ନ୍ୟାଶନାଲ ସିଭିଲ ପ୍ରୋଟେକସନ୍‌ ଡିପାର୍ଟମେଣ୍ଟର ମୁଖ୍ୟ ଆଞ୍ଜେଲୋ ବୋରେଲିଙ୍କ ସୂଚନା ଅନୁଯାୟୀ, ବୁଧବାର ସୁଦ୍ଧା ଇଟାଲୀରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧୩,୧୫୫ରେ ପହଞ୍ଚିଛି।...

Advertisement
Archives

Model This Week