Posted inଫୁରସତ

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ କହେ ହଜାରେ ଶବ୍ଦ

ହଜାରେ ଶବ୍ଦର ବ୍ୟବହାର କରି ଯେଉଁ କଥା କହି ହୁଏନା ତାହା ଗୋଟିଏ ଫଟୋ ଅତି ସହଜରେ ବର୍ଣ୍ଣନା କରିପାରେ। ସେଥିପାଇଁ କଥାରେ ଅଛି ‘ଏ ଫଟୋଗ୍ରାଫ୍‌ ସ୍ପିକ୍‌ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍‌’ ବା ଗୋଟିଏ ଫଟୋଚିତ୍ର ହଜାରେ ଶବ୍ଦ କହିପାରେ। ଜୀବନ ସାରା ସାଇତି ରଖିବା ପାଇଁ ଏହା ଆମକୁ ଅନେକ ସ୍ମୃତି ଦେଇଥାଏ। ସେହିଭଳି ଫଟୋଗ୍ରାଫି କାହା ପାଇଁ ଏକ ନିଶା ତ କାହା ପାଇଁ ପେସା ହୋଇଥାଏ। ଡିଜିଟାଲ ଓ ସ୍ମାର୍ଟଫୋନ ଯୁଗରେ ସମସ୍ତେ ଆଜିକାଲି ଜଣେ ଜଣେ ଫଟୋଗ୍ରାଫର ହେଲେ ବି ଏହା ଏଭଳି ଏକ କଳା ଯେଉଁଥିରେ ଆବଶ୍ୟକ ହୋଇଥାଏ ଆବେଗ, ଉତ୍କଣ୍ଠା, କୌତୂହଳ ଓ ସୃଜନଶୀଳତାର ମିଶ୍ରିତ ପ୍ରତିଫଳନ। ଫଟୋଗ୍ରାଫି ମଣିଷ ମନକୁ ଦେଇଥାଏ ଅପାର ଆନନ୍ଦ। ଫଟୋକୁ ସାଇତି ରଖିଥିବା ମଣିଷ ହେଉ କି ଫଟୋର ସେହି ସୁନ୍ଦର ମୁହୂର୍ତ୍ତକୁ ଠିକ୍‌ ସମୟରେ ନିଜ କ୍ୟାମେରା ଲେନ୍ସରେ ତୋଳି ଧରିଥିବା ମଣିଷ ହେଉ, ସମସ୍ତଙ୍କ ପାଇଁ ଏକ ଫଟୋଚିତ୍ରର ମହତ୍ତ୍ବ ବେଶ୍‌ ଗୁରୁତ୍ବପୁର୍ଣ୍ଣ। ସୋମବାର ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଫଟୋଗ୍ରାଫିର କେତେକ ଭିନ୍ନ ଦିଗକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ଅତ୍ୟାଧୁନିକ ଟେକ୍ନୋଲୋଜି ଓ ନୂତନ ଯନ୍ତ୍ରପାତି :

ଅତ୍ୟାଧୁନିକ ଟେକ୍ନୋଲୋଜି ଦିନକୁ ଦିନ ଫଟୋ ଓ ଫଟୋଗ୍ରାଫିକୁ ନୂଆ ଦିଶା ଦେଉଛି। କେବଳ ଷ୍ଟିଲ୍‌ ଫଟୋ ଉଠାଇବାରେ ସୀମିତ ଥିବା କ୍ୟାମେରା ଏବେ ଭିଡିଓ ରେକର୍ଡିଂରୁ ଆରମ୍ଭକରି ଫଟୋ ଶେୟାରିଂ ଓ ଏଡିଟିଂ ଭଳି ଅପସନ୍‌ ଯୋଗାଇଦେଉଛି। ଅଧିକାଂଶ ହାଇଏଣ୍ଡ୍‌ କ୍ୟାମେରାରେ ଆଜିକାଲି ଫଟୋ ଉଠାଇବା ସହ ଏଚ୍‌ଡି ଭିଡିଓ ରେକର୍ଡିଂର ଅପସନ୍‌ ରହୁଛି। ଅଡିଓ ଓ ଭିଡିଓ ରେକର୍ଡିଂ ସହ କେତେକ କ୍ୟାମେରାରେ ଜିପିଏସ୍‌ ୟୁନିଟ୍‌ ମଧ୍ୟ ରହୁଛି। ଫଳରେ ଫଟୋ ଉଠାଇବା ବେଳେ ଉକ୍ତ ସ୍ଥାନର ଲୋକେଶନ୍‌ ମଧ୍ୟ ସେଥିରେ କ୍ୟାପ୍‌ଚର କରିହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଅତ୍ୟାଧୁନିକ କ୍ୟାମେରାଗୁଡ଼ିକରେ ଆଜିକାଲି ଓ୍ବାଇ ଫାଇ ଫିଚର୍‌ ରହୁଥିବାରୁ ଫଟୋ ଉଠାଇ ତାହାକୁ ସଙ୍ଗେସଙ୍ଗେ ଅନ୍ୟମାନଙ୍କ ସହ ଶେୟାର ଓ ଅପ୍‌ଲୋଡ୍‌ କରିହେଉଛି। ଫଳରେ କମ୍ପ୍ୟୁଟର୍‌କୁ ଟ୍ରାନ୍ସଫର କରିବାର ନା ଝିନଝଟ ରହୁଛି ନା ଡାଟାକେବୁଲ୍‌, ପେନ୍‌ଡ୍ରାଇଭ୍‌ ଧରି ବୁଲିବାର ଚିନ୍ତା ରହୁଛି।

ପ୍ୟାଶନରୁ ପ୍ରଫେଶନ :

ଷ୍ଟ୍ରିଟ୍‌ ଫଟୋଗ୍ରାଫି କରୁ କରୁ କେତେବେଳେ ତାହା ପ୍ୟାଶନ ଓ ପ୍ରଫେଶନରେ ପରିଣତ ହୋଇଯାଏ ତାହା ଅନେକଙ୍କୁ ଜଣା ନ ଥାଏ। ଡିଜିଟାଲ ଫଟୋଗ୍ରାଫି ମାର୍କେଟ୍‌ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ବିଭିନ୍ନ ପ୍ରକାର ଫଟୋଗ୍ରାଫିରେ କ୍ୟାରିୟର୍‌ କରିହେଉଛି। ଓ୍ବେଡିଂ ଫଟୋଗ୍ରାଫି, ଇଭେଣ୍ଟ ଫଟୋଗ୍ରାଫି, ଓ୍ବାଇଲ୍ଡଲାଇଫ୍‌ ଫଟୋଗ୍ରାଫି, ପୋର୍ଟ୍ରେଟ୍‌ ଫଟୋଗ୍ରାଫି, ପ୍ରଡକ୍ଟ ଫଟୋଗ୍ରାଫି, ଫାଇନ୍‌ଆର୍ଟ ଫଟୋଗ୍ରାଫି, ଫ୍ୟାଶନ ଫଟୋଗ୍ରାଫି, ଟ୍ରାଭେଲ ଫଟୋଗ୍ରାଫି, ଲାଇଫ୍‌ଷ୍ଟାଇଲ୍‌ ଫଟୋଗ୍ରାଫି, ଫଟୋ ଜର୍ନାଲିଜିମ୍‌, ସ୍ପୋର୍ଟସ ଫଟୋଗ୍ରାଫି, ଏରିୟଲ୍‌ ଫଟୋଗ୍ରାଫି, ଆର୍କିଟେକ୍‌ଚରାଲ ଫଟୋଗ୍ରାଫି ଭଳି ଅପସନ୍‌ ନୂଆ ସୁଯୋଗ ସୃଷ୍ଟିକରିଛି। ଓଡ଼ିଶାରେ ଓ୍ବେଡିଂ ଫଟୋଗ୍ରାଫି, ପ୍ରଡକ୍ଟ ଫଟୋଗ୍ରାଫି, ଇଭେଣ୍ଟ ଫଟୋଗ୍ରାଫି, ଫ୍ୟାଶନ ଫଟୋଗ୍ରାଫି, ଏରିୟଲ୍‌ ଫଟୋଗ୍ରାଫି ଓ ଫଟୋ ଜର୍ନାଲିଜିମ୍‌ର ଚାହିଦା ବର୍ତ୍ତମାନ ସମୟରେ ଅଧିକ ରହିଥିବ ବେଳେ ଜଣେ ଚାହିଁଲେ ନିଜ ଫଟୋଗ୍ରାଫି ପ୍ୟାଶନକୁ ପ୍ରଫେଶନରେ ପରିଣତ କରିପାରୁଛି। ୨୦୨୧ ସୁଦ୍ଧା ବିଶ୍ୱରେ ଡିଜିଟାଲ ଫଟୋଗ୍ରାଫିର ମାର୍କେଟ ଡିମାଣ୍ଡ ପ୍ରାୟ ୧୧୦ ବିଲିୟନ୍‌ ୟୁଏସ୍‌ ଡଲାରରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଥିବାବେଳେ ଏଥିରେ ଯୁବପିଢିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟିହେବ।

ମୋବାଇଲ୍‌ ଫଟୋଗ୍ରାଫି :


ସ୍ମାର୍ଟଫୋନର ଯୁଗରେ ଫଟୋ ଉଠାଇବା ସମସ୍ତଙ୍କ ପାଇଁ ସହଜସାଧ୍ୟ। ହେଲେ ସେଥିରେ ଥିବା କଳାକୁ ବୁଝିବା ଓ ଜାଣିବା ସମସ୍ତଙ୍କ ପକ୍ଷରେ ସହଜ ନୁହେଁ। ସେହିଭଳି ଏକ କଳା ହେଉଛି ମୋବାଇଲ୍‌ ଫଟୋଗ୍ରାଫି ବା ଫୋନ୍‌ ଫଟୋଗ୍ରାଫି। କେବଳ ଯେ ଡିଏସ୍‌ଏଲ୍‌ଆର୍‌, ଏସ୍‌ଏଲ୍‌ଆର୍‌ ଭଳି ବଡ଼ ବଡ଼ କ୍ୟାମେରା କିମ୍ବା ଲେନ୍ସ ବ୍ୟବହାର କରିଦେଲେ ଜଣେ ଭଲ ଫଟୋଗ୍ରାଫର ହୋଇଯିବ ତାହା ନୁହେଁ, ଏକ ସାଧାରଣ ସ୍ମାର୍ଟଫୋନ୍‌ରେ ବି ଉତ୍କୃଷ୍ଟମାନର ଫଟୋ ଉଠାଇହେବ। ଏଥିପାଇଁ କେବଳ ଆବଶ୍ୟକ ଭିନ୍ନ ଦୃଷ୍ଟିକୋଣ ଓ ଫଟୋଗ୍ରାଫିରେ ସାମାନ୍ୟ ଜ୍ଞାନ। ବର୍ତ୍ତମାନର ଅତ୍ୟାଧୁନିକ କ୍ୟାମେରା ଟେକ୍ନୋଲୋଜି ଫୋନ୍‌ ଫଟୋଗ୍ରାଫିକୁ ଆହୁରି ସହଜ କରିଦେଇଥିବା ବେଳେ ବହୁ ଆଓ୍ବାର୍ଡ ଓ୍ବିନିଂ ଫଟୋ ମୋବାଇଲ୍‌ରେ ଉଠାଯାଇଥିବା ଦେଖିବାକୁ ମିଳୁଛି। ବିଶେଷକରି ଆଇଫୋନ୍‌ ଫଟୋଗ୍ରାଫି ଇନ୍‌ଷ୍ଟାଗ୍ରାମରେ ବହୁଳ ଲୋକପ୍ରିୟତା ହାସଲ କରୁଥିବା ବେଳେ ଏଥିରେ ଶର୍ଟ ଫିଲ୍ମ ମଧ୍ୟ ଶୁଟ୍‌ କରାଯାଉଛି। ସେହିଭଳି ବିଭିନ୍ନ ଫଟୋ ଏଡିଟିଂ ଆପ୍ଲିକେଶନ ଏବଂ ସଫ୍ଟୱେର ସାଧାରଣ ଫଟୋକୁ ଏକ ଭିନ୍ନ ରୂପ ଦେଇ ଲୋକଙ୍କ କାମକୁ ଆହୁରି ସହଜ କରିଦେଉଛି। ତେବେ କୌଣସି ସ୍ଥାନର ଫଟୋ ଉଠାଇବା ପୂର୍ବରୁ ଉକ୍ତ ସ୍ଥାନ ବିଷୟରେ ଭଲଭାବେ ଜାଣିବା ସହ ସେଠାରେ ଆଗରୁ ଉଠାଯାଇଥିବା ଫଟୋ ଦେଖିବା ଉଚିତ୍‌। ଏହାପରେ ତାହାକୁ ଏକ ଭିନ୍ନ ଦୃଷ୍ଟିକୋଣରେ କ୍ୟାମେରା ଲେନ୍ସରେ ତୋଳିପାରିଲେ ତାହା ଭଲ ଫଟୋ ହେବ। ଆଜିକାଲି ଉପଲବ୍ଧ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ହାଇଏଣ୍ଡ୍‌ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ୍‌ର ଇମେଜ୍‌ କ୍ୱାଲିଟି, ଫଟୋଗ୍ରାଫି କମ୍ପୋଜିଶନ ଆଦି ଉତ୍କୃଷ୍ଟମାନର ହୋଇଥିବାରୁ ଏହା ଡିଏସ୍‌ଏଲ୍‌ଆର୍‌ କ୍ୟାମେରାଠାରୁ ମଧ୍ୟ ଭଲ ଫଟୋ ନେଇଥାଏ। ସ୍ଥାନୀୟ କଳା, ସଂସ୍କୃତି, ଖାଦ୍ୟ, ଆଖପାଖରେ ଥିବା ଲୋକ ଏବଂ ଲ୍ୟାଣ୍ଡ୍‌ସ୍କେପ୍‌କୁ ସ୍ମାର୍ଟଫୋନ୍‌ କ୍ୟାମେରାରେ ଅତି ସହଜରେ ଉଠାଇହୁଏ। ତେବେ ମୋବାଇଲ୍‌ରେ ଫଟୋ ଉଠାଇବା ସମୟରେ ଜୁମ୍‌ କରିବା କିମ୍ବା ଫ୍ଲାଶ୍‌ ଲାଇଟ୍‌ର ବ୍ୟବହାର କରିବାଠାରୁ ସବୁବେଳେ ଦୂରେଇ ରହିବା ଉଚିତ୍‌।
– ସସ୍ମିତା ପାଇକରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?