Posted inଖେଳ

ବିଶ୍ୱ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ସମ୍ପ୍ରତି ବେଲଜିୟମ ଟୁର୍‌ରେ ଥିବା ଭାରତୀୟ ହକି ଦଳ ମଙ୍ଗଳବାର ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ସିମରନଜିତ ସିଂ ଏବଂ ବେଲଜିୟମ ପକ୍ଷରୁ ଅଧିନାୟକ ଫେଲିକ୍ସ ଡେନାୟେର ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହାକୁ ମିଶାଇ ଭାରତ ଏହି ଟୁର୍‌ରେ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି।
ବିଶ୍ୱର ୫ ନମ୍ବର ଦଳ ଭାରତ ଏବଂ ୨ ନମ୍ବର ବେଲଜିୟମ ମଧ୍ୟରେ ମ୍ୟାଚ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଟୁର୍‌ର ୩ୟ ମ୍ୟାଚରେ ସ୍ପେନକୁ ୫-୧ ଗୋଲରେ ହରାଇଥିବା ଭାରତ ଦୃଢ଼ ଆତ୍ମବିଶ୍ୱାସର ସହ ବେଲଜିୟମକୁ ମୁକାବିଲା କରିଥିଲା। ବେଲଜିୟମକୁ ଏହାର ଘରୋଇ ପରିବେଶରେ କଡ଼ା ଟକ୍କର ଦେଇ ଆରମ୍ଭରୁ ଚାପରେ ରଖିଥିଲା ଭାରତ। ଭାରତୀୟ ଦଳକୁ ୧୦ମ ମିନିଟରେ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଅମିତ ଗୋଲରେ ପରିଣତ କରି ଭାରତକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ନିକଟ ଅତୀତରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ବେଲଜିୟମ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲା। ପରିବର୍ତ୍ତିତ ରଣନୀତିରେ ଏହି ଦଳ ଭାରତୀୟ ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲା। ମାତ୍ର ଡିଫେଣ୍ଡରଙ୍କ ମିଳିତ ପ୍ରଦର୍ଶନ ଏବଂ ଗୋଲକିପର ପି.ଆର. ଶ୍ରୀଜେଶଙ୍କ ଚମତ୍କାର ଷ୍ଟପ୍‌ ଫଳରେ ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତ ଅଗ୍ରଣୀ ରହିବାରେ ସଫଳ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ବେଲଜିୟମ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ଶ୍ରୀଜେଶଙ୍କ ବଦଳ ଗୋଲକିପର କ୍ରିଷ୍ଣନ ବି. ପାଠକ ଚମତ୍କାର ସେଭ୍‌ କରି ଦ୍ୱିତୀୟ କ୍ୱାର୍ଟର ତଥା ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀକୁ ବଳବତ୍ତର ରଖିଥିଲେ।
ତୃତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୩୩ତମ ମିନିଟରେ ବେଲଜିୟମ ଆଉ ଏକ ପେନାଲ୍ଟି କର୍ନର ପାଇଥିଲା। ଅଧିନାୟକ ଫେଲିକ୍ସ ଡ୍ରାଗ୍‌ ଫ୍ଲିକ୍‌ ମାଧ୍ୟମରେ ଏହାକୁ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ତୃତୀୟ କ୍ୱାର୍ଟର ଶେଷସୁଦ୍ଧା ସ୍ଥିତି ୧-୧ରେ ବରାବର ରହିଥିଲା। ଅନ୍ତିମ ତଥା ୪ର୍ଥ କ୍ୱାର୍ଟରରେ ବିଜୟ ହାସଲ ପାଇଁ ଉଦ୍ୟମ ଜୋର୍‌ଦାର ହୋଇଥିଲା। ବିଶ୍ୱ ଚାମ୍ପିୟନ ବେଲଜିୟମ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲକିପର ପାଠକ ତାହାକୁ ଗୋଲରେ ପରିଣତ ହେବାକୁ ଦେଇ ନ ଥିଲେ। ଅନ୍ୟପକ୍ଷରେ ସୁଯୋଗ ଅପେକ୍ଷାରେ ଥିବା ଭାରତ ୫୨ତମ ମିନିଟରେ ଦଳଗତ ପ୍ରଦର୍ଶନ ଭିତ୍ତିରେ ସିମରନଜିତ ସିଂଙ୍କ ମାଧ୍ୟମରେ ଏକ ଗୋଲ ଦେଇ ପୁଣି ଅଗ୍ରଣୀ ହାସଲ କରିଥିଲା। ଅବଶିଷ୍ଟ ସମୟର ଖେଳ ଅତି ରୋମାଞ୍ଚକ ହୋଇଥିଲା। ବେଲଜିୟମ ପକ୍ଷରୁ ଗୋଲ ପରିଶୋଧ ପାଇଁ ଉଦ୍ୟମକୁ ଜୋର୍‌ଦାର କରାଯାଇଥିଲେ ହେଁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହ ତାହାକୁ ପ୍ରତିହତ କରିଥିଲେ। ଭାରତ ଓ ବେଲଜିୟମ ମଧ୍ୟରେ ଚଳିତ ଟୁର୍‌ର ଶେଷ ମ୍ୟାଚ ଗୁରୁବାର ଅନୁଷ୍ଠିତ ହେବ।
ଗୋଲସ୍କୋରର
ଭାରତ
ଅମିତ ରୋହିଦାସ- ୧୦ମ ମିନିଟ
ସିମରନଜିତ ସିଂ- ୫୨ତମ ମିନିଟ
ବେଲଜିୟମ
ଫେଲିକ୍ସ ଡେନାୟେର- ୩୩ତମ ମିନିଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦକ ନିଶ୍ଚିତ କଲେ ଗୌରବ, ଗୋବିନ୍ଦ

ନୂଆଦିଲ୍ଲୀ,୨।୮(ପିଟି)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକଧାରୀ ଗୌରବ ସୋଲାଙ୍କି ଓ ଇଣ୍ଡିଆନ ଓପନ୍‌ ରୌପ୍ୟ ପଦକ ବିଜେତା ଗୋବିନ୍ଦ ସାହାଣି ରୁଷିଆର କାସପିୟସ୍କଠାରେ ଚାଲିଥିବା ମାଗମେଦ...

ମୋଦିଙ୍କ ପରେ ଏହି ଖେଳାଳି ଦେଶରେ ସବୁଠୁ ଅଧିକ ଲୋକପ୍ରିୟ

ନୂଆଦିଲ୍ଲୀ,୨୬।୯: ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକଙ୍କ ସଂଖ୍ୟା ସବୁଠୁ ଅଧିକ। ତାଙ୍କ ପଛକୁ ରହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ...

ମୁଖ୍ୟମନ୍ତ୍ରୀଙ୍କୁ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍ସ ଆୱାର୍ଡ

ଭୁବନେଶ୍ୱର, ୩।୧୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମୀର ଦ୍ରୁତ ବିକାଶ ଘଟିଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏଠାରେ ଗତ କିଛିବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ବହୁ...

କୋଭିଡ୍‌-୧୯: ଶ୍ରୀଲଙ୍କା କ୍ରିକେଟ ଦେବ ୨୫ ନିୟୁତ ଟଙ୍କା

କଲମ୍ବୋ, ୨୪ା୩ (ପି.ଟି.)- କୋଭିଡ୍‌ -୧୯ ବିରୋଧରେ ଚାଲିଥିବା ଲଢେଇରେ ଶ୍ରୀଲଙ୍କା କ୍ରିକେଟ (ଏସଏଲ୍‌ସି) ସୋମବାର ସରକାରଙ୍କୁ ୨୫ ନିୟୁତ ଟଙ୍କା (ଶ୍ରୀଲଙ୍କା ମୁଦ୍ରାରେ) ଦାନ...

ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର...

କରୋନା ଭାଇରସ୍‌ ଭୟ: ଚାଇନା ମାଷ୍ଟର୍ସ ବାତିଲ

ବେଜିଂ,୧।୨(ଏଏଫ୍‌ପି)- ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରିସାରିଛି। ଏହାର ପ୍ରଭାବ କ୍ରୀଡ଼ାଜଗତ ଉପରେ ମଧ୍ୟ ପଡ଼ିଛି। ୨୦୨୦ ବିଶ୍ୱ ଟୁର ସିଜନରେ ଚାଇନାର ପ୍ରଥମ...

ରାଜ୍ୟ କ୍ରିକେଟ ଦଳ ଚୟନ ଶିବିରରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ,୮।୮: କଟକଠାରେ ଶୁକ୍ରବାରଠାରୁ ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ଚୟନ ପାଇଁ ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ଭାଗ ନେବା...

ଓସିଏ ସମ୍ପାଦକ ସଞ୍ଜୟ

ଭୁବନେଶ୍ୱର,୨୭।୯(ସ୍ପୋଟର୍‌ସ ବ୍ୟୁରୋ): ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ବରିଷ୍ଠ କ୍ରୀଡ଼ା ପ୍ରଶାସକ ତଥା ପୂର୍ବତନ ଓସିଏ ସମ୍ପାଦକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *