Posted inଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ନିରାଶ କଲେ ଦୂତୀ

ଦୋହା,୨୯।୯(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣ ଦ୍ୱିତୀୟ ଦିବସରେ ପହଞ୍ଚିଛି। ପ୍ରଥମ ଦିନ ଭଳି ଦ୍ୱିତୀୟ ଦିବସରେ ମଧ୍ୟ ଭାରତୀୟ ଆଥଲେଟମାନେ ବିଫଳ ପ୍ରଦର୍ଶନ କରିଛନ୍ତି। ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ୧୦୦ମିଟର ହିଟ୍‌ରେ କ୍ୱାଲିଫାଏ କରିବାରେ ବିଫଳ ହୋଇଛନ୍ତି। ଅର୍ଥାତ ଦୂତୀ ଏହି ହିଟକୁ ଅତିକ୍ରମ କରିପାରିନାହାନ୍ତି। ଶନିବାର ରାତି ୭ଟା ୩୦ରେ ଦୂତୀ ହିଟ୍‌ ନମ୍ବର ୩ରେ ଅଂଶଗ୍ରହଣ କରିଥିଲେ। ଏହି ହିଟ୍‌ରେ ସେ ୧୧.୪୮ ସେକେଣ୍ଡ ସମୟ ନେଇ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଦୌଡ଼ରେ ଦୂତୀ ବେଶ୍‌ ଭଲ ଆରମ୍ଭ କରିଥିଲେ। ତାଙ୍କର ରିଆକ୍ସନ ଟାଇମ ମଧ୍ୟ ସବୁଠାରୁ ଦ୍ରୁତ ଥିଲା। ତାଙ୍କର ରିଆକ୍ସନ ଟାଇମ୍‌ ୦.୧୬୮ ସେକେଣ୍ଡ ରହିଥିଲା। ଏପରିକି ସେ ଅଧା ଦୂରତାକୁ ଅତିକ୍ରମ କରିବାରେ ସବୁଠାରୁ ଆଗରେ ଥିଲେ। ତେବେ ସେ ଏହାର ଫାଇଦା ଉଠାଇପାରି ନ ଥିଲେ ଓ ଏହାପରେ କଥା ଅଲଗା ହୋଇଥିଲା ଏବଂ ସେ ଅନ୍ୟମାନଙ୍କ ପଛରେ ପଡିଯାଇଥିଲେ। ଚଳିତ ସେସନରେ ଦୂତୀଙ୍କର ଏହା ସବୁଠାରୁ ଖରାପ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। ମୋଟ ଉପରେ ୪୭ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଦୂତୀ ୩୭ତମ ସ୍ଥାନରେ ରହି ଚାମ୍ପିୟନଶିପ୍‌ରୁ ବାଦ୍‌ ପଡିଛନ୍ତି। ଏହା ପୂର୍ବରୁ ଫେଡେରେଶନ କପ୍‌ ଅବସରରେ ଦୂତୀ ଗତ ଫେବୃୟାରୀରେ ୧୧.୫୧ ଓ ମାର୍ଚ୍ଚରେ ୧୧.୬୧ ସେକେଣ୍ଡ ସମୟ ନେଇଥିଲେ। ସେମିଫାଇନାଲ ପାଇଁ ଶେଷ କ୍ୱାଲିଫାୟର ଟାଇମିଂ ୧୧.୩୧ ସେକେଣ୍ଡ ରହିଥିଲା। ଏହା ମଧ୍ୟ ଦୂତୀଙ୍କ ଦକ୍ଷତା ତଥା ପହଞ୍ଚ ମଧ୍ୟରେ ଥିଲା। ତେବେ ସେ ଏହି ଟାଇମିଂ ମଧ୍ୟ ହାସଲ କରିପାରି ନ ଥିଲେ।
ଏଥିସହିତ ଦୂତୀ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଥିଲେ ସେ ୨୦୨୦ ଟୋକିଓ ଅଲିମ୍ପିକ୍ସ କୋଟା ହାସଲ କରିଥାନ୍ତେ। ଟୋକିଓ ଅଲିମ୍ପିକ୍ସ କ୍ୱାଲିଫିକେଶନ ଷ୍ଟାଣ୍ଡାର୍ଡ ୧୧.୧୫ ସେକେଣ୍ଡ ରହିଛି। ହିଟ୍‌ ନମ୍ବର ୩ରେ ଅଲିମ୍ପିକ ଚାମ୍ପିୟନ ଜାମାଇକାର ଏଲାଇନ ଥମ୍ପସନ ୧୧.୧୪ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହି କ୍ୱାଲିଫାଏ କରିଛନ୍ତି। ସେହିପରି ତ୍ରିନିଦାଦ ଓ ଟବାଗୋର କେଲି-ଆନ ବାପ୍ଟିଷ୍ଟ ୧୧.୨୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିବା ସହ କ୍ୱାଲିଫାଏ କରିଛନ୍ତି। ସେହିପରି ଆମେରିକାର ମୋରୋଲେକ ଅକିନୋସୁନ ୧୧.୨୩ ସେକେଣ୍ଡ ସମୟ ନେଇ କ୍ୱାଲିଫାଏ କରିଛନ୍ତି। ସେହିପରି ଏହି ହିଟ୍‌ରେ ଚାଇନାର ଜି ମାନକି ୧୧.୨୮, ଫ୍ରାନ୍ସର ଓର୍ଲାନ ଓମ୍ପିସା ଡିଜାନଗୁ ୧୧.୩୪, ବ୍ରିଟେନର ଆଶା ଫିଲିପ୍‌ ୧୧.୩୫ ସେକେଣ୍ଡ ସମୟ ନେଇ ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। କେବଳ ନର୍ଦର୍ନ ମାରିନା ଆଇଲାଣ୍ଡର ଜାରିନାଏ ସାପୋଙ୍ଗ ୧୩. ୧୪ ସେକେଣ୍ଡ ନେଇ ଦୂତୀଙ୍କ ପଛକୁ ରହିଥିଲେ। ୬ଟି ହିଟ୍‌ର ପ୍ରଥମ ୩ଜଣ ପ୍ରତିଯୋଗୀ ଓ ପରବର୍ତ୍ତୀ ୬ଜଣ ଦ୍ରୁତତମ ପ୍ରତିଯୋଗୀ ସେମିଫାଇନାଲ ପାଇଁ କ୍ୱାଲିଫାଏ କରିଛନ୍ତି।
ଉଲ୍ଲେଖଥାଉ କି, ଗତ ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଦୂତୀ ୧୦୦ ମିଟର ହିଟ୍‌ରେ ୧୨.୦୭ ସେକେଣ୍ଡ ସମୟ ନେଇଥିଲେ ଓ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲେ। ତେବେ ଚଳିତ ବର୍ଷ ଏପ୍ରିଲରେ ୨୩ ବର୍ଷୀୟା ଦୂତୀ ଦୋହା ଏସିଆନ ଚାମ୍ପିୟନଶିପ୍‌ରେ ୧୧.୨୬ ସେକେଣ୍ଡ ନେଇ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ଏହି ପ୍ରଦର୍ଶନକୁ ମଧ୍ୟ ସେ ଦୋହରାଇବାରେ ବିଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା କ୍ରିକେଟରଙ୍କ ସହ ଖେଳିବେ ସଚିନ

ମେଲବୋର୍ନ, ୮।୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆନ ମହିଳା ଅଲରାଉଣ୍ଡର ଇଲିସେ ପେରିଙ୍କ ସମ୍ମୁଖୀନ ହେବେ। ଜଙ୍କଶନ ଓଭାଲରେ ରବିବାର ଡବଲ ହେଡର ମ୍ୟାଚ୍‌...

ଡେବ୍ୟୁ ମ୍ୟାଚ୍‌ ପୂର୍ବରୁ ପାଖରେ ଏହି ଜିନିଷ ସବୁ ରଖିଥିଲେ କ୍ରୁନାଲ ପାଣ୍ଡ୍ୟା

ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା। ଏହି ମ୍ୟାଚ୍‌ରେ ସେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ...

ଭାରତ ଚାମ୍ପିୟନ୍‌ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ।...

ଅମ୍ପାୟର ଭୁଲ କରିବାରୁ ଏମିତି କଲେ ପୋଲାର୍ଡ

ଜାମାଇକା,୧।୯: ଚଳିତ କାରିବିଆନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ମଙ୍ଗବଳାର ଖେଳାଯାଇଥିବା ଏକ ଲିଗ୍‌ ମ୍ୟାଚ୍‌ରେ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତିକୁ ଭିନ୍ନ ଶୈଳୀରେ ବିରୋଧ ପ୍ରଦର୍ଶନ କରିଛନ୍ତି...

‘ବୁମରା ମୋତେ ଆଉଟ୍‌ କରିବାକୁ ଚାହୁଁ ନ ଥିଲେ’

ଲିଡ୍ସ,୨୪।୮ : ଲଡର୍‌ସଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ପେସର ଯଶପ୍ରୀତ ବୁମରା ପ୍ରତିପକ୍ଷ ଦଳର ବରିଷ୍ଠ ପେସର ଜେମ୍ସ ଆଣ୍ଡରସନଙ୍କୁ ଲଗାତାର ବାଉନ୍ସର ଓ...

ଟାଟା ଷ୍ଟିଲ ଚେସ୍‌ରେ ମହିଳା ଟୁର୍ନାମେଣ୍ଟ ସାମିଲ

ଭୁବନେଶ୍ୱର, ୧୧।୮ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୪ ପର୍ଯ୍ୟନ୍ତ କୋଲକାତାରେ ହେବାକୁଥିବା ଟାଟା ଷ୍ଟିଲ୍‌ ଚେସ୍‌ର ଚତୁର୍ଥ ସଂସ୍କରଣରେ ମହିଳା...

ପ୍ରଜ୍ୱଳନ ସମାରୋହ ସହ ଟୋକିଓରେ ମଶାଲ ରାଲି ଆରମ୍ଭ

ଟୋକିଓ,୧୦।୭(ଏପି): ଅଲିମ୍ପିକ୍‌ ମଶାଲ ରାଲି ଟୋକିଓରେ ପହଞ୍ଚିଛି। ଆୟୋଜକମାନେ ଶୁକ୍ରବାର ଏଥିପାଇଁ ଏକ ଜ୍ୟୋତି ଅନାବରଣ ତଥା ପ୍ରଜ୍ୱଳନ ଉତ୍ସବ ପାଳନ କରିଛନ୍ତି। ଏଥିସହ ଟୋକିଓରେ...

ଦ୍ୱିତୀୟ ସନ୍ତାନର ବାପା ହେଲେ ରୁଟ୍‌

ଲଣ୍ଡନ, ୮।୭- ଇଂଲଣ୍ଡ କ୍ରିକେଟ୍‌ ଦଳର ନିୟମିତ ଅଧିନାୟକ ଜୋ ରୁଟ୍‌ ଦ୍ୱିତୀୟ ଥର ଲାଗି ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ କାରି କୋଟ୍ରେଲ ଏକ...

Advertisement
Archives

Model This Week