Posted inଫୁରସତ

ବିଶ୍ୱର ୫ ଅଜବ ଦଣ୍ଡ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିଯୁକ୍ତଙ୍କୁ ଶାସ୍ତି ସ୍ବରୂପ ଦଣ୍ଡ ମିଳିଥାଏ। ତେବେ ତାହା ବଡ଼ ଦଣ୍ଡ ହେଉ ଅବା ଛୋଟ। ଏଠାରେ ଜାଣିବା କିଛି ଭିନ୍ନ ପ୍ରକାରର ଦଣ୍ଡ ବିଷୟରେ, ଯାହାକୁ ଶୁଣିବା ପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।


* ଆମେରିକାର ମସୌରୀରେ ରହୁଥିବା ଡେଭିଡ୍‌ ବେରୀ ନାମକ ଜଣେ ବ୍ୟକ୍ତି ଶହେ ହରିଣ ଶିକାର କରିଥିଲେ। ୨୦୧୮ରେ ଏହି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଦଣ୍ଡ ଆକାରରେ ତାଙ୍କୁ ଏକ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା। ତେବେ ଜେଲରେ ରହିବା ଅବସରରେ ଅତିକମ୍‌ରେ ମାସକୁ ଥରେ ଡିଜ୍‌ନୀର ବମ୍ବି କାର୍ଟୁନ ଦେଖିବାକୁ ଆଦେଶ ଦିଆଯାଇଥିଲା।


* ୨୦୦୩ରେ ଆମେରିକାର ଶିକାଗୋରେ ରହୁଥିବା ୨ ଯୁବକ କ୍ରିସ୍‌ମାସ ଅବସରରେ ଚର୍ଚ୍ଚରୁ ଏକ ମୂର୍ତ୍ତି ଚୋରି କରି ନଷ୍ଟ କରିଦେଇଥିଲେ। ଏହି ଅଭିଯୋଗରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୪୫ ଦିନ ଜେଲଦଣ୍ଡ ଦିଆଯାଇଥିଲା। ଏଥିସହ ସେମାନଙ୍କୁ ଏକ ଗଧ ସହ ନିଜ ଗ୍ରାମକୁ ଯିବାକୁ ମଧ୍ୟ ଆଦେଶ ଦିଆଯାଇଥିଲା।


* ୨୦୧୧ରେ ଆମେରିକାର ଓକ୍‌ଲାହୋମାରେ ରହୁଥିବା ୧୭ ବର୍ଷୀୟ ଟାଇଲର ଏଲରେଡ ମଦ ପିଇ ଗାଡ଼ି ଚଲାଉଥିଲେ। ତାଙ୍କ ଗାଡି ଦୁର୍ଘଟଣାରେ ଜଣେ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଟାଇଲର ସ୍କୁଲରେ ପାଠ ପଢ଼ୁଥିଲେ। ତେଣୁ ତାଙ୍କୁ ଅଦାଲତ ହାଇସ୍କୁଲ ଏବଂ କଲେଜ ପାଠପଢ଼ା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ବର୍ଷେ ପାଇଁ ଡ୍ରଗ୍ସ, ମଦ ଏବଂ ନିକୋଟିନ୍‌ ଟେଷ୍ଟ କରିବା ସହ ୧୦ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚ ଯିବାକୁ ଆଦେଶ ଦେଇଥିଲେ।


* ସ୍ପେନ୍‌ର ଏଣ୍ଡାଲୁସିୟାରେ ରହୁଥିବା ଜଣେ ୨୫ ବର୍ଷୀୟ ଯୁବକ ନିଜ ମା’ବାପାଙ୍କ ନାମରେ ଅଦାଲତରେ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ମା’ବାପା ତାଙ୍କୁ ପକେଟମନି ଦେବା ବନ୍ଦ କରିଦେଇଛନ୍ତି। ଏଥିରେ ଓଲଟା ଅଦାଲତ ଉକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୩୦ ଦିନ ମଧ୍ୟରେ ଘର ଛାଡି ନିଜ ଗୋଡ଼ରେ ଛିଡ଼ା ହେବାକୁ ଆଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri