Posted inଫୁରସତ

ବିଶ୍ୱର ସେହି ୫ଟି ରହସ୍ୟ, ଯାହା ଏବେ ବି ଲୁକ୍କାୟିତ ହୋଇ ରହିଛି

ବିଶ୍ୱରେ ଏଭଳିି ଅଜବ ରହସ୍ୟ ରହିଛି ଯାହା ଆଜି ବି ଲୁକ୍କାୟିତ ହୋଇ ରହିଛି। ବୈଜ୍ଞାନିକମାନେ ଆଜିଯାଏ ଏହାର ଉତ୍ତର ପାଇପାରି ନାହାନ୍ତି। ଆସନ୍ତୁ ଜାଣିବା କିଛି ଏଭଳି ରହସ୍ୟ ବିଷୟରେ, ଯାହା ସମସ୍ତଙ୍କ ପାଇଁ ଏକ ପ୍ରହେଳିକା ହୋଇ ରହିଛି।


ଡ୍ୟାନ୍ସିଂ ପ୍ଲେଗ:୧୫୧୮ରେ ଫ୍ରାନ୍ସର ଷ୍ଟାସ୍‌ବର୍ଗରେ ହଠାତ୍‌ ବହୁ ଲୋକ ନାଚିବାକୁ ଆରମ୍ଭ କରିଥିଲେ। ଦିନରୁ ରାତି ହୋଇଯାଉଥିବା ବେଳେ ରାତିରୁ ଦିନ ମଧ୍ୟ ହୋଇଯାଇଥାଏ। ହେଲେ ସେମାନଙ୍କ ନାଚିବା ବନ୍ଦ ହୁଏ ନାହିଁ। ଏଭଳି ନାଚୁ ନାଚୁ ବହୁ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେଠାକାର ଲୋକ ଏହାକୁ ‘ଡ୍ୟାନ୍ସିଂ ପ୍ଲେଗ’ ନାମରେ ନାମିତ କରିଥିଲେ। ହେଲେ ଏହି ରହସ୍ୟ ଆଜିଯାଏ ପ୍ରହେଳିକା ହୋଇ ରହିଛି ଯେ, କାହିଁକି ଓ କ’ଣ ପାଇଁ ଏମାନଙ୍କର ମୃତ୍ୟୁ ହୋଇଥିଲା।


ନାଜକା ଲାଇନ୍ସ: ପେରୁର ନାଜକା ମରୁଭୂମିରେ କିଛି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ଏହି ଚିତ୍ର ବୈଜ୍ଞାନିକମାନଙ୍କ ପାଇଁ ରହସ୍ୟ ହୋଇ ରହିଛି। କୁହାଯାଏ, ଏହି ସବୁ ଚିତ୍ର ୨ଶହ ଶତାବ୍ଦୀ ପୂର୍ବରୁ ଏଠାରେ ରହିଛି। ତେବେ କିଛି ଲୋକଙ୍କ କହିବା ଅନୁସାରେ, ଏଠାରେ ଏଲିଆନ୍ସର ବିମାନ ଅର୍ଥାତ୍‌ ୟୁଏଫ୍‌ଓ ଓହ୍ଲାଇଥିଲା। ଏହା ହେଉଛି ତା’ର ଚିହ୍ନ। ହେଲେ ଆଜି ବି ଏହା ରହସ୍ୟ ହୋଇ ରହିଛି।


ଡେଥ୍‌ ଭ୍ୟାଲି: କାଲିଫର୍ନିଆର ଡେଥ୍‌ ଭ୍ୟାଲିରେ ଅଲଗା ଅଲଗା ଓଜନର ପଥରମାନ ରହିଛି। ଯାହାକୁ ଦେଖିଲେ ଲାଗିବ ପଥରଗୁଡିକ ଯେଭଳି ଆଗକୁ ବଢ଼ୁଛି। ଆଉ ଏହା ଗତିଶୀଳ ବୋଲି ପ୍ରମାଣ ମଧ୍ୟ ମିଳିସାରିଛି, ହେଲେ କିଏ ଏହାକୁ ଗତିଶୀଳ କରାଉଛି ତାହା ଏକ ପ୍ରହେଳିକା ହୋଇ ରହିଛି।


ଡେଭିଲ୍ସ ଓ୍ବାଟରଫଲ: ମିନେସୋଟା ଡେଭିଲ୍ସ ଓ୍ବାଟରଫଲ ବିଶ୍ୱର ରହସ୍ୟମୟ ଝରଣା ଭାବେ ରହିଛି। ପାହାଡ଼ ଉପରୁ ଏହି ଝରଣାର ପାଣି ୨ଧାରାରେ ପଡ଼ିଥାଏ। ହେଲେ ଏଥିରୁ ଗୋଟିଏ ଧାରା ତଳକୁ ଆସି ପାଣି ସାମାନ୍ୟ ବୋହୁଥିବା ବେଳେ ଅନ୍ୟ ଧାରାଟି ଏକ ବଡ଼ କଣାରେ ପଡ଼ି କୁଆଡେ ଉଭେଇ ଯାଇଥାଏ। ତାହା କାହାକୁ ବି ଜଣାନାହିଁ ଯେ ପାଣି ଶେଷରେ ଯାଉଛି କୁଆଡ଼େ। ଏହି ରହସ୍ୟ ଆଜି ବି ଖୋଲିପାରିନି।


ଷ୍ଟୋନହେଞ୍ଜ: ଇଂଲଣ୍ଡର ଓ୍ବିଲ୍ଟଶାୟରରେ ଥିବା ଷ୍ଟୋନହେଞ୍ଜ ଏବେ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପ୍ରହେଳିକା ହୋଇ ରହିଛି। ଗ୍ରାନାଇଟର ଏହି ବିଶାଳ ପଥରରେ ଆଠଟି ଭାଷାରେ ଲେଖାଯାଇଛି। ଇଂଲିଶ୍‌, ସ୍ପେନିଶ୍‌, ସ୍ବାହିଲି, ହିନ୍ଦୀ, ହିବ୍ରୁ, ଅରବି, ଚାଇନିଜ୍‌ ଓ ରଷିଆନ ଭାଷାରେ ଲେଖାହୋଇଥିବା ଏହି ଲାଇନ ଏବେ ବି ରହସ୍ୟ ହୋଇ ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ପଥରରେ କିଛି ଗ୍ରହନକ୍ଷତ୍ର ସମ୍ବନ୍ଧୀୟ ବିଶେଷତ୍ୱ ରହିଛି। କିନ୍ତୁ ଏହି ପଥରରେ ଲେଖାଯାଇଥିବା ଲାଇନର ଅର୍ଥ ଆଜିଯାଏ କେହି ଜାଣିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?