Posted inଫୁରସତ

ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ

ଲାମଜୁଙ୍ଗ: ନେପାଳର ମାନାଙ୍ଗ ଜିଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି। ଏହା ପୂର୍ବରୁ ସେହି ଜିଲାର ତିଲିଚୋକ ହ୍ରଦ ଉଚ୍ଚତମ ଥିଲା। ୪ କିଲୋମିଟର ଲମ୍ବ , ୧.୨ କିଲୋମିଟର ଚଉଡା ଓ ୨୦୦ ମିଟର ଗଭୀର ତିଲିଚୋକ ହ୍ରଦ ହିମାଳୟର ୪,୯୧୯ ମିଟର ଉଚ୍ଚରେ ଅଛି । ହିମାଳୟାନ ଟାଇମ୍ସର ରିପୋର୍ଟ ଅନୁଯାୟୀ କାଜିନ ସାରା ହ୍ରଦ ୫,୨୦୦ ମିଟର ଉଚ୍ଚରେ ଥିବାରୁ ଏହା ଏବେ ବିଶ୍ୱର ଉଚ୍ଚତମ ହ୍ରଦ । ମାନାଙ୍ଗର ଚାମେ ନଗରନିଗମର ସିଙ୍ଗାରଖର୍‌କାରେ ଅବସ୍ଥିତ ଏହିି ହ୍ରଦଟି କିଛି ମାସ ପୂର୍ବରୁ ପର୍ବତାରୋହୀମାନଙ୍କ ଦ୍ୱାରା ଠାବ କରାଯାଇଥିଲା। ଏହାର ଲମ୍ବ ୧,୫୦୦ ମିଟର ଓ ଚଉଡା ୬୦୦ ମିଟର। ହିମାଳୟରୁ ବରଫ ତରଳି ସୃଷ୍ଟି ହୋଇଥିବା ଏହି ହ୍ରଦକୁ ସ୍ଥାନୀୟ ଲୋକମାନେ ‘ଶିିଙ୍ଗାର’ କହନ୍ତି। । ମାନାଙ୍ଗ ଜିଲା ମୁଖ୍ୟାଳୟ ଚାମେଠାରୁ ୨୪ କିଲୋମିଟର ଦୂରରେ ଥିବା ଏହି ହ୍ରଦ ପାଖରେ ପହଞ୍ଚତ୍ବା ପାଇଁ ୧୮ ଘଣ୍ଟା ପାହାଡ଼ ଚଢିବାକୁ ପଡେ। ଜୁଲାଇ ଓ ନଭେମ୍ବର ମାସରେ ହ୍ରଦ ପାଖକୁ ଯିବାର ଉପଯୁକ୍ତ ସମୟ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ଭାଗ ହେବା ପରେ ମା’ କୋକିଲାବେନଙ୍କ ସହ ଅମ୍ବାନୀ ଭାଇଙ୍କ କିଭଳି ରହିଛି ସମ୍ପର୍କ, ଜାଣନ୍ତୁ…

୨୦୦୨ରେ ରିଲାଏନ୍ସ ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀଙ୍କ ପରଲୋକ ପରେ ଦୁଇ ପୁଅ ମୁକେଶ ଏବଂ ଅନିଲ ଅମ୍ବାନୀ କାରୋବାରକୁ ବାଣ୍ଟି ନେଇଥିଲେ। ମା’ କୋକିଲାବେନ ଦୁଇପୁଅଙ୍କୁ...

୧୦ ଲକ୍ଷ ଖର୍ଚ୍ଚ କରି ୨୦ ଗର୍ଲଫ୍ରେଣ୍ଡ୍‌ କଲେ ଯୁବକ, ଏହି କାରଣ ପାଇଁ ନେଲେ ଏପରି ନିଷ୍ପତ୍ତି

ବିଶ୍ୱର କିଛି ଦେଶରେ ଯୁବତୀ ଯୁବକ ଡେଟିଂ, ଲଭ୍‌ ଏବଂ ରିଲେସନଶିପ୍‌ରେ ରହିବାକୁ ପସନ୍ଦ କରିଥାନ୍ତି। ଠିକ୍‌ ସେହିପରି ଆମେରିକାରେ ରହୁଥିବା ଜଣେ ଯୁବକ ରିଲେସନଶିପ୍‌ରେ...

ସେନାରେ ସାମିଲ ହେବେ ବ୍ୟାଣ୍ଡ୍‌ ସଦସ୍ୟ

ସେଉଲ୍‌: ବିଶ୍ୱର ଖ୍ୟାତନାମା ସାଉଥ୍‌ କୋରିଆ ମ୍ୟୁଜିକ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ ସେନାରେ ଯୋଗେ ହେବେ। ସାଉଥ୍‌ କୋରିଆର ଲୋକପ୍ରିୟ ମ୍ୟୁଜିକ୍‌ କମ୍ପାନୀ ବିଗ୍‌ ହିଟ୍‌...

ରକ୍ତବର୍ଣ୍ଣ ହେଲା ଦକ୍ଷିଣ କୋରିଆ ନଦୀ, ଜାଣନ୍ତୁ କାରଣ

ଉତ୍ତର-ଦକ୍ଷିଣ କୋରିଆ ସୀମାରେ ଥିବା ଏକ ନଦୀ ରକ୍ତବର୍ଣ୍ଣ ହୋଇଯାଇଛି। କାରଣ ଏହି ଦେଶରେ ଆଫ୍ରିକା ସ୍ବାଇନ୍‌ ଜ୍ୱର ବ୍ୟାପିଛି। ତେଣୁ ଏହାକୁ ରୋକିବା ପାଇଁ...

କରୋନା ଯୋଗୁ ୭ ବର୍ଷ ତଳେ ହଜିଥିବା ପୁଅକୁ ଫେରିପାଇଲେ ପରିବାର ଲୋକେ

ଛପରା,୭।୪: କରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ବିହାରର ଛପରା ଜିଲାରେ ଥିବା ଏକ ପରିବାର ପାଇଁ କିନ୍ତୁ ଖୁସିର...

ରାସ୍ତାରେ କୁକୁର କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କରୋନା ମହାମାରୀ ଭୟ ଶୂନ: ଚାଇନାରେ ପାଳନ କରାଯାଉଛି ‘କୁକୁର ମାଂସ ଉତ୍ସବ’; ହଜାର ହଜାର…

ସାରା ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ଏବେ ତୃତୀୟ ଲହର ପାଇଁ ଚେତାବନୀ ଦିଆଯାଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ ପହଞ୍ଚାଇବା ପଛରେ...

ସୌଭାଗ୍ୟ ବୃଦ୍ଧି ପାଇଁ କରିବେ କେଉଁ ପ୍ରକାର ଯୋଗାସନ, ଜାଣନ୍ତୁ …

ସୁସ୍ବାସ୍ଥ୍ୟ ପାଇଁ ଦୈନଦିନ ଜୀବନରେ ଯୋଗାସନ କରିବା ଜରୁରୀ। ତେବେ ଜାତକରେ ବିଭିନ୍ନ ଗ୍ରହଙ୍କୁ ସନ୍ତୁଷ୍ଟ କରିବା ସହିତ ସୌଭାଗ୍ୟ ବୃଦ୍ଧି ଲାଗି ଭିନ୍ନ ଭିନ୍ନ...

Advertisement
Archives

Model This Week