Posted inଫୁରସତ

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: ବର୍ଷକୁ କଏଦୀଙ୍କ ପିଛା ଖର୍ଚ୍ଚହୁଏ ୯୩ କୋଟି

ଜେଲ କଥା ଉଠିବା ମାତ୍ରେ ମନରେ ଅନେକ ପ୍ରକାର କଥା ଆସିଥାଏ। ଅର୍ଥାତ୍‌ ସେଠାର ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ଖାଇବାପିଇବା ଆଦି। ମାତ୍ର କ୍ୟୁବାରେ ଏପରି ଏକ ଜେଲ ରହିଛି ଯାହାକି ସବୁଠାରୁ ଭିନ୍ନ। ଏହାର ନାମ ରଖାଯାଇଛି ‘ଗୁଆଣ୍ଟାନମୋ ବେ’ ଜେଲ। ଏଠାରେ ଜଣେ ଦୋଷୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଉକ୍ତ ଜେଲକୁ ବିଶ୍ୱର ସବୁଠାରୁ ମହଙ୍ଗା ଜେଲ ବୋଲି ମଧ୍ୟ କୁହାଯାଏ। ଏହା ଗୁଆଣ୍ଟାନମୋ ସମୁଦ୍ର ତଟରେ ଥିବାରୁ ଏହାର ଏପରି ନାମକରଣ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଏହି ଜେଲରେ ୪୦ଜଣ କଏଦୀ ଅଛନ୍ତି। ବର୍ଷକୁ ଜଣେ କଏଦୀ ପିଛା ୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଜେଲରେ ୧୮୦୦ ସୁରକ୍ଷାକର୍ମୀ ଜଗିରହିଛନ୍ତି। ପ୍ରତି କଏଦୀଙ୍କ ପାଇଁ ୪୫ ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି। ଜେଲର ସୁରକ୍ଷା ବ୍ୟବସ୍ଥା ନିମନ୍ତେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଇଁ ବର୍ଷକୁ ୩୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଏଠାରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାଯାଇଥାଏ। ରିପୋର୍ଟ ଅନୁସାରେ, ୯/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମହମ୍ମଦ ଏହି ଜେଲରେ ଅଛନ୍ତି।
ଏହା ୩ ମହଲା ବିଶିଷ୍ଟ। ପ୍ରଥମ ୨ ମହଲା ଇଣ୍ଟଲିଜେନ୍ସି ହେଡ୍‌କ୍ୱାର୍ଟର ହୋଇଥିବା ବେଳେ ଏବଂ ତୃତୀୟ ମହଲାଟି ଚିକିତ୍ସାଳୟ। ଏହା ବ୍ୟତୀତ ଓକିଲଙ୍କ ପାଇଁ ଏଠାରେ ଭିନ୍ନ ଭିନ୍ନ କୋଠରୀ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ସହ କଥା ହୋଇପାରିବେ। ଏଠାରେ ଷ୍ଟାଫ୍‌ କଏଦୀଙ୍କ ପାଇଁ ଚର୍ଚ୍ଚ ଏବଂ ସିନେମା ଦେଖିବାର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟ କଏଦୀଙ୍କ ପାଇଁ ଜିମ୍‌ ଏବଂ ପ୍ଲେ ଷ୍ଟେଶନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ବିକ୍ରି ପାଇଁ ମହିଳା ଦେଲେ ବିଜ୍ଞାପନ

ଫ୍ଲୋରିଡା,୩୦।୪: ଫ୍ଲୋରିଡାର ଜଣେ ମହିଳା ଘର ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ...

ଖୋଲିଲା ସ୍କୁଲ: ଏପରି ପଢ଼ୁଛନ୍ତି ପିଲାମାନେ, ଗୋଟିଏ ବି ଆସୁନି କରୋନା ମାମଲା

ବ୍ୟାଙ୍କକ, ୧୧।୮:କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

କେବଳ ଏହି ଉପାୟରେ ବୃଦ୍ଧ ବି ହୋଇପାରିବେ ଯୁବକ

ବୃଦ୍ଧ ବି ଯୁବକ ହୋଇପାରିବେ। ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଶୁଦ୍ଧ ଅମ୍ଳଜାନ ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଥାଏ। ଏକ...

କନ୍‌ଫରେନ୍ସ ସାଇକେଲ

ପେଡାଲ ମାରି ଏହାକୁ ଚଳା ଯାଉଥିବାରୁ ଏହା ଏକ ସାଇକେଲ ବୋଲି କୁହାଯାଏ। କିନ୍ତୁ ଏହାକୁ ଦେଖିଲେ କେହି ବି କହିବେନି ସାଇକେଲ ବୋଲି। କାରଣ...

ଅଜବ ବିଶ୍ୱାସ: ନିଆଁରେ ନାଚିଲେ ଭଲ ହୋଇଯାଏ ରୋଗ

ମିନ୍ସକ୍‌, ୭।୭: ପୃଥିବୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କେତେକ ଅଜବ ବିଶ୍ୱାସ ରହିଥିବାର ଦେଖିବାକୁ ମିଳେ। ବେଲାରୁଷ୍‌ର ଲୋକଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଛି।...

୨୦୨୦ ଚର୍ଚ୍ଚାର ପରିସରକୁ ଆସିଥିବା ନାରୀ

ଶେଷପାଦରେ ଉପନୀତ ୨୦୨୦। ଚଳିତବର୍ଷ ଚର୍ଚ୍ଚାର ପରିସରକୁ ଆସିଥିବା ଏବଂ ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରିଥିବା ପ୍ରମୁଖ ମହିଳାଙ୍କ ସମ୍ପର୍କରେ… ଜର୍ଜିଆରେ ଚମକିଲେ...

୩୧ ବର୍ଷରେ ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ

ଓ୍ବାଶିଂଟନ,୧୨।୩: ବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ(ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌)କୁ ଗୁରୁବାର ୩୧ ବର୍ଷ ପୂରଣ ହୋଇଛି। ୧୯୮୯ ମାର୍ଚ୍ଚ ୧୨ରେ ଏହାର ସ୍ଥାପିତ ହୋଇଥିଲା। ଏଭଳି ଓ୍ବେବସାଇଟ୍‌ ସହିତ ସର୍ଚ୍ଚ...

ଇଣ୍ଟରଭ୍ୟୁ ଦେବେ କୁକୁର: ମିଳିବ ୧୫ ଲକ୍ଷ ଟଙ୍କାର ଅଫିସର ଚାକିରୀ…

ଓ୍ବାଶିଂଟନ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟଡାଉନ୍‌ ଘୋଷଣା ଦ୍ୱାରା ସାରା ପୃଥିବୀର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି।...

Advertisement
Archives

Model This Week