Posted inଫୁରସତ

ବିଶ୍ୱରେ ଏହି ଚାକିରି କରିଛନ୍ତି ମାତ୍ର ୧୧୨ ଜଣ, ସେଥିରେ ରହିଛନ୍ତି ଜଣେ ଭାରତୀୟ

ଚାକିରିକୁ ନେଇ ଆଜିକାଲି ବହୁ ସମସ୍ୟା। ଏମିତିରେ ବି ତ ଜାଣିଥିବେ ଗୋଟିଏ ଚାକିରି ପାଇଁ କେତେ ଲୋକଙ୍କ ଭିଡ଼ ଜମେ। ତଥାପି ମନ ମୁତାବକ ନ ମିଳିଲେ ଲୋକେ ଚାକିରି କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି। କିନ୍ତୁ ଏମିତି ଗୋଟିଏ ଚାକିରି ଅଛି, ଯାହାକୁ ବିଶ୍ୱରେ ମାତ୍ର ୧୧୨ ଜଣ କରିଛନ୍ତି। ଏଥିରେ ଜଣେ ଭାରତୀୟ ବି ସାମିଲ ଅଛନ୍ତି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…
ଏମିତି ଚାକିରି ଯାହାକି, ପାଣି କିମ୍ବା ମଦର ସ୍ବାଦ ଚାଖିବା ଚାକିରି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ଏହି ପ୍ରଫେଶନରେ ଜଣେ ମାତ୍ର ବ୍ୟକ୍ତି ଅଛନ୍ତି। ତାଙ୍କ ନାମ ଗଣେଶ ଆୟାର। ସେ କୁହନ୍ତି, କିଛିବର୍ଷ ହେଲା ଏହି ପ୍ରଫେଶନର ଡିମାଣ୍ଡ ବଢ଼ିଚାଲିଛି। ଯେତେବେଳେ ସେ ଲୋକଙ୍କୁ କୁହନ୍ତି, ତାଙ୍କର ପ୍ରଫେଶନ ହେଲା ପାଣିର ସ୍ବାଦ ଚାଖିବା, ଲୋକେ ହସରେ ଉଡ଼ାଇ ଦିଅନ୍ତି। କାରଣ ଆମ ଦେଶରେ ସଫା ପାଣିର ଏତେ ଅଭାବ। ଅସଲ କଥା ହେଲା ଗଣେଶ ଜଣେ ଓ୍ବାଟର ଟେଷ୍ଟର। ୨୦୧୦ ମସିହାରେ ତାଙ୍କୁ ଏନେଇ ପ୍ରମାଣପତ୍ର ବି ମିଳିଛି। ଏହା ପରେ ସେ ଜର୍ମାନୀର ଏକ ଇନ୍‌ଷ୍ଟିଚ୍ୟୁଟ୍‌ Doemens Academy in Graefelfingରେ କୋର୍ସ କରି ଚାକିରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଆସିଥିବା ଆରାଘଚିଙ୍କ ସହ ଗାଲିବାଫଙ୍କୁ ହତ୍ୟା କରିବାକୁ ଚାହୁଁଛି ଇସ୍ରାଏଲ! ହତ୍ୟା ଷଡ଼ଯନ୍ତ୍ରର…

ଜେରୁଜେଲମ,୩।୭: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ସାମ୍ନାକୁ ଆସିଛି। ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri