ବିଶ୍ୱଦରବାରରେ ପରିଚିତ ହେବ ଓଡ଼ିଶା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ ପୁଞ୍ଜିନିବେଶ, ପର୍ଯ୍ୟଟନର ପ୍ରଚାର ଇତ୍ୟାଦି କାର୍ଯ୍ୟକୁ ଅଧିକ ସୁସଙ୍ଗଠିତ ଢଙ୍ଗରେ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି। ସେହିକ୍ରମରେ ଓଡ଼ିଶା ପାଇଁ ୧୧ ଜଣ ଭାରତୀୟ ବୈଦେଶିକ ସେବା(ଆଇଏଫ୍‌ଏସ୍‌) ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ବିଶ୍ୱ ଦରବାରରେ ରାଜ୍ୟ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବେ। ୧୧ କେନ୍ଦ୍ରୀୟ ଅଧିକାରୀଙ୍କ ନିଯୁକ୍ତି ସହ ରାଜ୍ୟରେ ଜଣେ ଅଧିକାରୀଙ୍କୁ ସ୍ବତନ୍ତ୍ର ନୋଡାଲ ଅଫିସର ଭାବେ ନିଯୁକ୍ତି କରାଯାଇଛି। ପୁଞ୍ଜିନିବେଶ, ଶିଳ୍ପ ଏବଂ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରିବା ଏହି ଅଧିକାରୀଙ୍କ ପ୍ରମୁଖ କାର୍ଯ୍ୟ ରହିବ।
ଅଧିକାରୀମାନେ ନିୟମିତ ବ୍ୟବଧାନରେ ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟ ତଦାରଖ କରିବେ। ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମ ଏବଂ ସୂଚନା ପ୍ରଦାନରେ ରାଜ୍ୟ ପ୍ରଶାସନ ସହଭାଗିତା ରହିବ। ଅନୁରୂପ ଭାବେ ଓଡ଼ିଶା ସମ୍ପର୍କିତ କୌଣସି କେନ୍ଦ୍ରୀୟ ସମୀକ୍ଷା ଏବଂ ନୀତିଗତ ବୈଠକରେ ଏହି ଅଧିକାରୀମାନେ ପ୍ରସ୍ତାବ ରଖିପାରିବେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଇପିକଲର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ନୀତୀନ୍‌ ଭାନୁଦାସ ଜୱାଲେଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଜାୱଲେ ହିଁ ସିଧାସଳଖ ଓଡ଼ିଶା ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ଯୋଗାଯୋଗରେ ରହିବେ। ଓଡ଼ିଶା ପାଇଁ ନିଯୁକ୍ତ ହୋଇଥିବା ଆଇଏଫ୍‌ଏସ୍‌ ଅଧିକାରୀମାନେ ହେଲେ ଦିନେଶ କୁମାର ପଟ୍ଟନାୟକ, ଅଶୋକ ଦାସ, ସଞ୍ଜୟ ପଣ୍ଡା, ମାନସ ରଞ୍ଜନ ପଟେଲ, ଲକ୍ଷ୍ମୀକାନ୍ତ କୁମ୍ଭାର, ବି.ସି. ପ୍ରଧାନ, ମଦନମୋହନ ସେଠୀ, ଜିତେନ୍ଦ୍ରନାଥ ମାଝି, ମନୋଜ ମହାପାତ୍ର, ଅରୁଣ କୁମାର ସାହୁ ଏବଂ ସଞ୍ଜୟ ସୁଧୀର। ଓଡ଼ିଶାର ପର୍ଯ୍ୟଟନ, କାରୁକାର୍ଯ୍ୟ, ହସ୍ତତନ୍ତ, ବୟନଶିଳ୍ପ ଏବଂ ବୟନଶିଳ୍ପର ପ୍ରଚାର କ୍ଷେତ୍ରରେ ମଧ୍ୟ ଏହି ଅଧିକାରୀମାନଙ୍କ ଯୋଗଦାନ ରହିବ। ସାଧାରଣତଃ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥାଏ। ହେଲେ ପ୍ରଥମ ଥର ପାଇଁ ଅନ୍ୟ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ମଧ୍ୟ ପୂର୍ବାପେକ୍ଷା ଗୁରୁତ୍ୱ ଦିଆଯାଉଛି। ୟୁପି କ୍ୟାଡରର ୧୯୯୧ ବ୍ୟାଚ୍‌ର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ଅନୁରାଧା ଭେମୁରୀଙ୍କୁ କନ୍ଧମାଳ ଜିଲା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଅନୁରାଧା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ସେଲ୍‌ ଖୋଲିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ସାଇବର ଅପରାଧ ରୋକିବା ଲାଗି ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଏକ ସାଇବର ସେଲ୍‌ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟଠାରେ...

ରାଜ୍ୟରେ ବଢୁଛି କଏଦୀ ସଂଖ୍ୟା

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟରେ ବର୍ତ୍ତନା ୮୬ଟି ଜେଲ୍‌ ରହିଥିବାବେଳେ ପ୍ରତିବର୍ଷ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି। ପୂର୍ବବର୍ଷ ତୁଳନାରେ ୨୦୧୯ରେ ପ୍ରାୟ ୬.୪୩ ପ୍ରତିଶତ ବୃଦ୍ଧି ଘଟିଛି।...

କରୋନା ମୁକାବିଲା ପାଇଁ ନିରନ୍ତର ଦାୟିତ୍ୱସମ୍ପନ୍ନ ଭାବେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ଗଣମାଧ୍ୟମ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ମହାମାରୀ ରୂପ ନେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା ଦିଗରେ ଅତ୍ୟାବଶ୍ୟକ...

କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା ଦିଗହରା

ବାରିପଦା ଅଫିସ,୮ା୭- ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ ୪୦୪ଟି ଗ୍ରାମ ପଞ୍ଚାୟତ ରହିଛି। ପଞ୍ଚାୟତର ରାଜସ୍ବ ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ...

୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ...

ଅନ୍ଧବିଶ୍ୱାସରୁ ମୁକୁଳିପାରୁନି ଭାରତ: ଅଙ୍ଗ ଅଭାବରୁ ଜୀବନ ହାରୁଛନ୍ତି ଲକ୍ଷାଧିକ ରୋଗୀ

ଭୁବନେଶ୍ୱର,୧୩।୮(ବ୍ୟୁରୋ): କଥାରେ ଅଛି ଅଙ୍ଗଦାନ ମହତ୍‌ ଦାନ। ହେଲେ ଏହାକୁ ଗ୍ରହଣ କରିବାକୁ ଆଜି ବି ଅନେକେ ନାରାଜ। ବିଂଶଶତାବ୍ଦୀରେ ଅଙ୍ଗ ପ୍ରତିରୋପଣ ମେଡିକାଲ ସାଇନ୍ସର...

୧୦୦ କି.ମି. ଚାଲିଲେ ୫ ଯୁବକ

ପିପିଲି,୧୮ା୪(ଡି.ଏନ.ଏ): ଚାଲିବାକୁ ବଳ ପାଉନାହିଁ। ତଥାପି କଷ୍ଟେମଷ୍ଟେ ପାଦ ପକାଇବାକୁ ପଡ଼ୁଛି। ଭୋକ ବାଟ କଢାଇ ନେଉଛି। ଢେଙ୍କାନାଳରୁ ପିପିଲି ପାଖାପାଖି ୧୦୦ କିମି ଚାଲି...

ଓଡ଼ିଶୀ ନୃତ୍ୟରେ ଗୁରୁ କେଳୁଚରଣଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୁଣା ଭୁବନେଶ୍ୱର,୧୧ା୨(ଡି.ଏନ୍‌.ଏ.): ଐତିହାସିକ ଧଉଳି ପାହାଡ ପାଦଦେଶରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି ୧୬ଶ ଧଉଳି କଳିଙ୍ଗ ମହୋତ୍ସବ। ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ପରିବେଷିତ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *