ବିଶ୍ୱକପ୍‌ ଦେଖିବା ଲାଗି ଜିଓର ଧମାକାଦାର ଅଫର୍‌: ସବୁ ମ୍ୟାଚ୍‌ର ସିଧା ପ୍ରସାରଣ ମାଗଣା

ନୂଆଦିଲ୍ଲୀ,୬।୬: କ୍ରିକେଟ୍‌ ମ୍ୟାଚ୍‌ ଲାଇଭ୍‌ ଦେଖିବାରେ ଜିଓ ସବୁଠାରୁ ଗ୍ରହଣୀୟ ସେବା ଭାବେ ପରିଗଣିତ ହୋଇଆସୁଛି। ବିଗତ ଆଇପିଏଲ୍‌ ଏବଂ ବିସିସିଆଇ ଦ୍ୱାରା ଆୟୋଜିତ ଇଣ୍ଡିଆ ସିରିଜ୍‌ରେ ଏହା ପ୍ରମାଣିତ ହୋଇଛି। ୩୦ କୋଟିରୁ ଅଧିକ ଦର୍ଶକ ଜିଓ ଦ୍ୱାରା ଲାଇଭ୍‌ ମ୍ୟାଚ୍‌ ଦେଖିବାର ମଜା ଉଠାଇଥିବା ବେଳେ ଏବେ ଜିଓ ପୁଣି ଥରେ ଏକ ଧମାକାଦାର ଅଫର ଘୋଷଣା କରିଛି। ଏହାର ମୂଳମନ୍ତ୍ର ରହିଛି, ‘ଦେଖନ୍ତୁ, ଖେଳନ୍ତୁ ଆଉ ଉପଭୋଗ କରନ୍ତୁ’।

ଜିଓ ବ୍ୟବହାରକାରୀମାନେ ଓ୍ବାଲର୍‌ଡକପ୍‌ର ପ୍ରତିଟି ମ୍ୟାଚ୍‌କୁ ମାଗଣା ଓ ସିଧାସଳଖ ଦେଖିପାରିବେ। ଦ୍ୱିତୀୟରେ ମାଇଁ ଜିଓ ଆପ୍‌ ଯୋଗେ ଜିଓ ବ୍ୟବହାରକାରୀମାନେ ଖେଳ ଚାଲିଥିବା ସମୟରେ ନିଜେ ଖେଳି ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ଯଦି ଖେଳ ଦେଖିବା ସମୟରେ ଆପଣଙ୍କ ରେଗୁଲାର ଡାଟା ପ୍ୟାକ୍‌ ଶେଷ ହୋଇଯାଉଛି ଏବଂ ଆପଣ ସମସ୍ତ ମ୍ୟାଚ୍‌କୁ ଦେଖିବା ଲାଗି ଚାହାନ୍ତି, ତେବେ ମାତ୍ର ୨୫୧ ଟଙ୍କାର ସ୍ବତନ୍ତ୍ର ଜିଓ କ୍ରିକେଟ୍‌ ସେସନ୍‌ ପ୍ୟାକ୍‌କୁ ସବ୍‌ସ୍କ୍ରାଇବ୍‌ କରିପାରିବେ। ଏହାଦ୍ୱାରା ୩୬୫ ଟଙ୍କାର ଲାଭ ମଧ୍ୟ ମିଳିବ। ବଳକା ଥିବା ଡାଟାକୁ ଇଣ୍ଟରନେଟ୍‌ରେ ଅନ୍ୟ କିଛି ଖୋଜି ସାରିପାରିବେ।

ଜିଓ କ୍ରିକେଟ୍‌ ପ୍ଲେ ଆଲଙ୍ଗ୍‌ ଗେମ୍‌ର ନୂଆ ଭର୍ସନକୁ ଲଞ୍ଚ କରିଛି। ଏହାର ଉଦ୍ଦେଶ୍ୟ ଯେ କେବଳ ଖେଳ ଚାଲିଥିବା ସମୟରେ ଦର୍ଶକଙ୍କୁ ଖେଳ ସହ ଯୋଡ଼ି ରଖିବା ତାହା ନୁହେଁ, ବରଂ ଖେଳ ବାବଦରେ ସମସ୍ତ ସୂଚନା ଯେପରିକି ଲାଇଭ୍‌ ସ୍କୋର, ମ୍ୟାଚ୍‌ ନିର୍ଘଣ୍ଟ, ଫଳାଫଳ ପରି ଅନେକ କିଛି ସୂଚନା ହାତମୁଠାରେ ଦେବାକୁ ଚେଷ୍ଟା କରାଯାଇଛି।

ଜିଓ ଟିଭି ମାଧ୍ୟମରେ ହଟ୍‌ ଷ୍ଟାର୍‌ରେ ଏହି ସମସ୍ତ ମ୍ୟାଚ୍‌କୁ ଦେଖିବା ଲାଗି ଜିଓ ବ୍ୟବହାରକାରୀଙ୍କୁ ଏହି ୨୫୧ ଟଙ୍କାର ସ୍ବତନ୍ତ୍ର କ୍ରିକେଟ୍‌ ସେସନ୍‌ ଡାଟା ପ୍ୟାକ୍‌ ରିଚାର୍ଜ କରିବା ବାଧ୍ୟତାମୂଳକ ନୁହେଁ। ସେମାନେ ସେମାନଙ୍କ ରେଗୁଲାର୍‌ ପ୍ୟାକ୍‌ ମାଧ୍ୟମରେ ମଧ୍ୟ କ୍ରିକେଟ୍‌ ମ୍ୟାଚ୍‌ର ସଜୀବ ପ୍ରସାରଣ ଦେଖିବା ସହ ପ୍ଲେ ଆଲଙ୍ଗରେ ଖେଳିବାର ସୁଯୋଗ ପାଇପାରିବେ। କିନ୍ତୁ ସମସ୍ତ ମ୍ୟାଚ୍‌କୁ ଦେଖିବାକୁ ହେଲେ, ଆବଶ୍ୟକ ଡାଟା ଖର୍ଚ୍ଚ ତୁଲାଇବା ଲାଗି ଗ୍ରାହକଙ୍କୁ ପୂର୍ବପରି ୨୫୧ ଟଙ୍କାର ସ୍ବତନ୍ତ୍ର କ୍ରିକେଟ୍‌ ପ୍ୟାକ୍‌ ରିଚାର୍ଜ କରିବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri