ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ପରଲୋକ

ଭୁବନେଶ୍ୱର, ୯।୬(ବ୍ୟୁରୋ): ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିବା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ।
ଡା. ସନାତନ ଭାରତୀୟ ନ୍ୟୁରୋ ସର୍ଜନ ସୋସାଇଟିର ସଭାପତି ଭାବେ ୧୯୯୪ ମସିହାରେ ନିର୍ବାଚିତ ହୋଇଥିଲେ। ଏହାବ୍ୟତୀତ ସେ ଏସ୍‌ସିବି ନ୍ୟୁରୋ ଶଲ୍ୟ ବିଭାଗର ମୁଖ୍ୟ ଏବଂ ପରେ ଅଧୀକ୍ଷକ ଡିଏମ୍‌ଇଟି ଓ ଶେଷରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ଓଡ଼ିଶାରେ ପ୍ରଥମକରି ସିଟି ମେଶିନ ଦ୍ୱାରା ଚିକିତ୍ସା କରିବା ପଦ୍ଧତି ପ୍ରଚଳନ କରିଥିଲେ। ସେ ସମୟରେ ଏମ୍‌ସ ଦିଲ୍ଲୀ, ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲ ଏବଂ ତୃତୀୟ ହସ୍ପିଟାଲ ଭାବେ ଓଡ଼ିଶାର ଏସ୍‌ସିବିରେ ଏହି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପଲବ୍ଧ କରାଯାଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଚାଲିଗଲା ପୋଲିସ ଇନ୍ସପେକ୍ଟରଙ୍କ ଜୀବନ

ବଲାଙ୍ଗୀର ଅଫିସ୍‌,୧୬ା୯-ବଲାଙ୍ଗୀର ଜିଲା ପୋଲିସ ବିଭାଗ କୋଭିଡ୍‌ ସେଲ୍‌ର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ବିଜୟାନନ୍ଦ କରକରାଙ୍କ ବୁଧବାର ବିଶାଖାପାଟଣାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ...

୪ ସ୍ଥାନରେ ସ୍ବତନ୍ତ୍ର କ୍ରୀଡ଼ା ବିଦ୍ୟାଳୟ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟର ୪ଟି...

ବନ୍ଧୁକରେ ରୋମାନ୍ସ, ଫୁଟିଲା ଗୁଳି

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ପ୍ରେମିକାଙ୍କ ଶରୀରରେ ବନ୍ଧୁକ ଲଗାଇ ରୋମାନ୍ସ କରୁଥିଲେ ପ୍ରେମିକ। ଅଜାଣତରେ ଦବି ହୋଇଯାଇଥିଲା ଟ୍ରିଗର। ବନ୍ଧୁକର ଗୋଟିଏ ଗୁଳି ପ୍ରେମିକାଙ୍କ ଜଙ୍ଘରୁ ବାହାରି...

ଲେଉଟିବ ଶୀତ: ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ପୁଣି ଥରେ ବଢ଼ିବ ଶୀତ। ସୋମବାରଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ଘନ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ପଞ୍ଚାୟତ ଅଫିସ୍‌ ଆଗରେ ବର୍ଜ୍ୟବସ୍ତୁ ପୁନରୁଦ୍ଧାର କେନ୍ଦ୍ରକୁ ବିରୋଧ

ବାଲିଆ, ୨୧।୨: ବିରିଡି ବ୍ଲକ ହାଜିପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ପାଇଁ ସ୍ଥାୟୀ କେନ୍ଦ୍ର ନିର୍ମାଣକୁ ଗୋପାଳ ସାହିର ଜନସାଧାରଣ ବିରୋଧ...

ଉପନିର୍ଦ୍ଦେଶକ, ପ୍ରାଣୀଧନ ନିରୀକ୍ଷକ ପଦ ଖାଲି

ସୋନପୁର,୧୨।୧୧(ନି.ପ୍ର.) କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ଅଧିବାସୀଙ୍କ ଦ୍ୱିତୀୟ ମୁଖ୍ୟ ଜୀବିକା ପ୍ରାଣୀ ସମ୍ପଦ ପାଳନ। ସଂଖ୍ୟାଧିକ ଲୋକ ଗାଇ, ବଳଦ, ମଇଁଷି, ମେଣ୍ଡା, ଛେଳି...

ସହରକୁ ସ୍ବଚ୍ଛ କରିବା ସହରବାସୀଙ୍କ ଦାୟିତ୍ୱ : ଜିଲାପାଳ

ଯାଜପୁରରୋଡ଼,୭।୬(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପାୈରପରିଷଦକୁ ପ୍ରଦୂଷଣ ମୁକ୍ତ ତଥା ସ୍ବଚ୍ଛ ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ...

ରାଜ୍ୟରେ ଦିନକରେ ଆରୋଗ୍ୟ ଲାଭକଲେ ରେକର୍ଡ ସଂଖ୍ୟକ: ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୦୦ ଜଣ ରହିଛନ୍ତି। ସେହିପରି...

Advertisement


Archives

Model This Week